Browsing category

ଅପରାଧ

ଅଳ୍ପକେ ବର୍ତ୍ତିଲେ ମହିଳା

ଭୁବନେଶ୍ୱର, ୧୧/୫(ଏସଏସନିଉଜ) ଭୁବନେଶ୍ୱର ରେଳଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଯାଇଛନ୍ତି ଜଣେ ମହିଳା ରେଳ ଧାରଣାକୁ ଖସିଯିବା ବେଳେ ଉଦ୍ଧାର କଲେ ଉପସ୍ଥିତ ଆରପିଏଫ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ତେବେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଏହି ଅଘଟଣ ଘଟିଥିଲା ।

ଭିଜିଲାନ୍ସ ଜାଲରେ ପଡିଲେ ନବରଙ୍ଗପୁର ପିଡି

ନବରଙ୍ଗପୁର, ୯/୫(ଏସଏସନିଉଜ) ନବରଙ୍ଗପୁର ଜିଲ୍ଲା ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ଆଜି ଭିଜିଲାନ୍ସ ଜାଲରେ ପଡଛନ୍ତି । ନିଜ କାର୍ଯ୍ୟାଳୟ ରୁ ୨ ଲକ୍ଷ ୨୦ ହଜାର ଟଙ୍କା ଧରି ଫେରୁଥିବାବେଳେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଏତେଗୁଡାଏ ଟଙ୍କାର ସଠିକ ଉତର ନଦେଇପାରିବାରୁ ତାଙ୍କ ଭଡା ଘରୁ ଚଢାଉ କରି ପୁଣି ୧ଲକ୍ଷଟଙ୍କା ଜବତ କରିଥିଲା ଭିଜିଲାନ୍ସ ।ତେବେ ପିଡିଙ୍କୁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି […]

୧୨୨ କିଲୋ ଗଞ୍ଜେଇ ଜବତ କଲା ପୋଲିସ

ମାଲକାନଗିରି,୯/୫(ଏସଏସନିଉଜ)ଆଜି ଚିତ୍ରକୋଣ୍ଡା ଅଂଚଳରୁ ଗଞ୍ଜେଇ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ ।ଏକ ପୋଲିସ ଟିମ୍ ପେଟ୍ରୋଲିଂ ଏବଂ ଏମବି ଚେକିଂ କରୁଥିବାବେଳେ ଟନେଲ କ୍ୟାମ୍ପ ଗ୍ରାମ ନିକଟଠାରୁ ମାତ୍ର କିଛି ଦୁରରେ ୫ଟି ଜରି ବ୍ୟାଗ ରହିଥିବା ଦେଖିବାକୁ ପାଇଥିଲେ। ଏହି ବ୍ୟାଗକୁ ପୁଲିସ ଯାଞ୍ଚ କରିବାକୁ ଯିବା ସମୟରେ ଦୁଇ ଜଣ ବ୍ୟକ୍ତି ଖସି ପଳାଉଥିବାବେଳେ ଧରାପଡିଥିଲେ ।ସେମାନଙ୍କୁ ସନ୍‌ଦେହରେ ଧରି ପଚରାଉଚରା ସହ ଜରି ବ୍ୟାଗକୁ ଯାଞ୍ଚ କରିବାପରେ ବ୍ୟାଗରେ ଗଞ୍ଜେଇ ରଖାଯାଇଥିବାର ଜାଣିବାକୁ […]

ପିନାକ ମିଶ୍ର କଟକ ଡିସିପି ଭାବେ ଦାୟିତ୍ୱ ନେଲେ

କଟକ,୯/୫(ଏସ ଏସ ନିଉଜ)କଟକ ଡିସିପି ଭାବେ ପିନାକ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି ।ଥାନାରେ ଲୋକେ କିପରି ତ୍ୱରିତ ସେବା ପାଇବେ ସେଥିପ୍ରତି ଗୁରୁତ୍ୱ ଦେବାସହ ଅପରାଧ ଛାଡ଼ ନ ହେଲେ କଟକ ଛାଡ଼ ବୋଲି ଅପରାଧୀଙ୍କୁ ଚେତାବନୀ ଦେଲେ ନୂଆ ଡ଼ିସିପି।ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ।

ପଞ୍ଜାବ ପୁଲିସକୁ ବଡ଼ ସଫଳତା

ଭୁବନେଶ୍ୱର,୮/୫(ଏସ ଏସ ନିଉଜ)ପଞ୍ଜାବ ପୁଲିସକୁ ବଡ଼ ସଫଳତା ମିଳିଛି ।ଭାରତ- ପାକିସ୍ତାନ ନିକଟରୁ ସାଢେ ୩ କିଲୋ ଆରଡିଏକ୍ସ ଜବତ କରିଛି ପୁଲିସ୍ । ପଞ୍ଜାବକୁ ଦୋହଲାଇବା ପାଇଁ ହୋଇଥିଲା ବଡ଼ ଧରଣର ଷଡ଼ଯନ୍ତ୍ର ବୋଲି ଜଣାପଡିଛି ।

ତହସିଲଦାର,ଆରଆଇଙ୍କୁ ବାଲିମାଫିଆଙ୍କ ଆକ୍ରମଣ

ଗଞ୍ଜାମ,୮/୫(ଏସଏସନିୟୁଜ) ଗଞ୍ଜାମର ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ଜେନାଙ୍କ ସହ ୩ ଜଣ ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ ବେହେରା ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବାଲି ମାଫିଆମାନେ ଲୁହା ରଡ଼ରେ ପିଟିଥିବା ଜଣାପଡିଛି । ମାଳିଜଗନ୍ନାଥପୁର ଗାଁ ରୁଷିକୁଲ୍ୟା ମୁହାଣରୁ ବେଆଇନ୍ ଚୋରା ଚାଲାଣ ବେଳେ ରେଡ୍ କରାଯାଇଥିôବାବେଳେ ଏହି ଘଟଣା ଘଟିଥିବାର ଜଣପଡିଛି ।ଆହତମାନେ ଗଞ୍ଜାମ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇଥିବାର ଜଣାପଡିଛି ।ପୋଲିସ ଏହି ଘଟଣାରେ ୩ ଜଣଙ୍କୁ […]

ମାରିଲା ହାତୀ

ତେଲକୋଇ, ୮/୫(ଏସଏସନିୟୁଜ)କାଜୁ ତୋଳିବାକୁ ଯାଇଥିବା ମହିଳାଙ୍କୁ ଦଳିଦେଲା ହାତୀ ।ତେଲକୋଇ ରେଞ୍ଜ୍ ବନବିହାରୀପୁର ନୂଆଗାଁ ମୁଣ୍ଡାସାହିରେ ଏହି ଅଘଟଣ ଘଟିଥିବାବେଳେ ମୁଣ୍ଡାସାହି ନିକଟ ଜଙ୍ଗଲରେ କାଜୁ ତୋଳିବା ବେଳେ ଦଳି ମାରିଲା ହାତୀ ।  

କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା

ସୁବର୍ଣ୍ଣପୁର, ,୮/୫(ଏସଏସନିୟୁଜ) ଗତକାଲି ରାତିରେ ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲରନଳିନୀ ନାଏକଙ୍କ ସ୍ୱାମୀ ସଂଜୀବ ଗୁରୁ ଙ୍କୁ ହତ୍ୟା କରାଯାଇଛି,। ରାତିରେ ଶୋଇଥିବା ବେଳେ ତାଙ୍କ କ୍ୱାର୍ଟରରେ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି।ଖବରପାଇ ପୋଲିସ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ଆରମ୍ଭ କରିବାସହ ସନ୍ଦେହରେ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।  

ବାହାନଗା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବାଲେଶ୍ୱର,୮/୫(ଏସଏସନିୟୁଜ)୧୬ ନମ୍ବର ଜାତୀୟ ରାଜପଥର ବାହାନଗା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଡ୍ରାଇଭର ଅଜୟ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ସଞ୍ଜୟ ଧଡ଼ା ଗୁରୁତର ଅବସ୍ଥାରେ ସୋର ଡାକ୍ତରଖନା ଚିକିତ୍ସିତ ହେଉଛନ୍ତି।ଭୋର ସମୟରେ ଛିଡାହୋଇଥିବା ଶାଗୁ ବୋଝେଇ ଟ୍ରକର ପଛପଟୁ ବାଲି ବୋଝେଇ ଟ୍ରକ ଧକ୍କା ଦେଇଥିଲା ।ଫଳରେ ବାଲିବୋଝେଇ ଟ୍ରକଚାଳକମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିବାପରେ ତହସିଲ କର୍ମଚାରୀ […]

ଗାଁ ପୋଖରୀରୁ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର, ୮/୫(ଏସଏସନିୟୁଜ) ଗାଁ ପୋଖରୀରୁ ଆଇଟିଆଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି ।ସଦର ଥାନା କୁସୁମେଲ ଗାଁ ପୋଖରୀରୁ ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି ।ମୃତ ଛାତ୍ର ଲର୍କିପାଲି ସରକାରୀ ଆଇଟିଆଇ କଲେଜରେ ପଢୁଥିବାବେଳେ ଗତକାଲିଠାରୁ ନିଖୋଜଥିବାର ଜଣାପଡିଛି ।ତେବେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି ।