Browsing category

ଅପରାଧ

ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ

ଖୋର୍ଦ୍ଧା,୭/୫(ଏସ ଏସ ନିଉଜ) ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ।ଖୋର୍ଦ୍ଧା ଟାଙ୍ଗି ବୋଡଙ୍ଗ ରାପା ଟଣା ୟୁପି ସ୍କୁଲରେ ଏହି ଘଟ ଣାଟି ଘଟିଥିବା ଜଣାପଡିଛି । ମଧ୍ୟାହ୍ନ ଭୋଜନ ଖାଇ ସରିବା ପରେ ୬ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିବାରୁ ତୁରନ୍ତ ତାଙ୍କୁ ଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବାର ଜଣାପଡିଛି ।

ବନ୍ଦ କୋଠରୀରେ ଗୁଣିଆ ପାଖରେ ବୋହୂର ୭୯ ଦିନ…

ବାଲେଶ୍ୱର,୭/୫(ଏସ ଏସ ନିଉଜ)ଏକ ବନ୍ଦ କୋଠରୀରେ ଗୁଣିଆ ପାଖରେ ବୋହୂକୁ ୭୯ ଦିନ ଧରି ଦୁଷ୍କର୍ମର ଶିକାର ହୋଇଥିବାର ଅଭିଯୋଗ ହୋଇଛି ।ଏହି ଭଳି ଲଜ୍ଜାଜନକ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେ ଘଟିଛି ।୪ ବର୍ଷ ତଳେ ମହିଳାଙ୍କ ବିବାହ ହୋଇଥିବାବେଳେ ସ୍ୱାମୀ ବାହାର ରାଜ୍ୟକୁ କାମ କରିବାକୁ ଯିବା ପରେ ପରିବାର ପକ୍ଷରୁ ମହିଳାଙ୍କୁ ଅତ୍ୟାଚାର ଆରମ୍ଭ ହୋଇଥିଲା ।ଏପରିକି ଜୀବନରେ ମାରିଦେବାକୁ ଯୋଜନା କରି ଗୁଣିଆ ହାତକୁ ଟେକିଦେଇଥିଲେ ଶାଶୁ। ଗୁଣିଆ ସହ […]

ଜେଲ୍ ଗଲେ କୁବେର ଏଲଆଇ

ଭୁବନେଶ୍ୱର, ୭/୫(ଏସଏସନିୟୁଜ) ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହଙ୍ଗ ଏଲଆଇ ଜଗନ୍ନାଥ ରାଉତଙ୍କୁ ଗିରଫ କରି ପିଏସ୍ କେସ୍ ନଂ-୩୧ରେ ଏକ ମକଦ୍ଦମା ରୁଜୁ କୋର୍ଟଚାଳଣ କରିଛି ।ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଜଗନ୍ନାଥ ରାଉତଙ୍କର ଦରମା ମାସିକ ୪୦ ହଜାର ଟଙ୍କା । ୨୦୦୮ ମସିହାରେ ଏଲଆଇ ଚାକିରି ଆରମ୍ଭ । ତେବେ ସେଭଳି ନିଜର ପୈତୃକ ସମ୍ପତି ନଥିଲେ ମଧ୍ୟ ୧୪ […]

କରଞ୍ଜିଆରେ ଚାଞ୍ଚଲ୍ୟ

କରଞ୍ଜିଆ, ୭/୫(ଏସଏସନିୟୁଜ) କରଞ୍ଜିଆରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।୬ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି ।ଏହି ଦୁଷ୍କର୍ମ ଜଣେ ୧୬ ବର୍ଷର ନାବାଳକ କରିଥିବାର ପୀଡିତାଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଅଭିଯୋଗ ପରେ କରଞ୍ଜିଆ ପୋଲିସ ନାବାଳକକୁ ଗିରଫ କରିଥିବାର ଜଣାପଡିଛି ।

ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର, ୭/୫(ଏସଏସନିୟୁଜ) ମୁମ୍ବାଇ ସ୍ଥିତ ଏଲଆଇସି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବାର କାରଣ ଜଣାପଡିନଥିବାବେଳେ ନିଆଁ ଲିଭାଇବାକୁ ୮ଟି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ତେବେ ମୃତାହତ ନେଇ କୈାଣସି ସୂଚନା ଅଦ୍ୟାବଧି ଆସିନାହିଁ ।

ବିଷ ପିଇ ମାଆ ପୁଅଙ୍କ ଆତ୍ମହତ୍ୟା

ରାୟଗଡ଼ା, ,୭/୫(ଏସଏସନିୟୁଜ) ଶେଷଖାଲ ଥାନା ଝିମିରିପେଟା ଗାଁରେ ମାଆପୁଅ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଆଇପିଏଲ ବେଟିଂରେ ବିପୁଳ ଅର୍ଥ ହାରିବା ପରେ ବିଷ ପିଇଥିବା ସୂଚନା ମିଳିଛି ।ତେବେ ଡାକ୍ତରଖାନାରେ ରାତିରେ ପୁଅ ଏବଂ ସକାଳେ ଡାକ୍ତର ମାଆକୁ ମୃତ ଘୋଷଣା କରିଛନ୍ତି । ବାକି ଟଙ୍କା ଆଦାୟ ପାଇଁ କିଛି ବ୍ୟକ୍ତି ୩ ଦିନ ତଳେ ଆସିଥିବା ଜଣାପଡିଥିବାବେଳେ ପାଟିତୁଣ୍ଡ କରି ଘରୁ କିଛି ମୂଲ୍ୟବାନ ଜିନିଷ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଟଙ୍କା […]

ଦାୟିତ୍ୱ ନେଲେ ଆଇପିଏସ୍‌ ଅରୁଣ ବୋଥ୍ରା

ଭୁବନେଶ୍ୱର,୬-୫(ଏସ ଏସ ନିଉଜ)କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୬ ବ୍ୟାଚ୍‌ର ଆଇପିଏସ ଅରୁଣ ବୋଥ୍ରା ।ଅରୁଣ ବୋଥ୍ରା କଟକ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ ଗ୍ରହଣ କରିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ହନ୍ତାନ୍ତର କରିଛନ୍ତି ।

ଚନ୍ଦକାରୁ ଧରାହେଲା ୫ କୁଇଣ୍ଟାଲ ଗଂଜେଇ

ବାରଙ୍ଗ,୬/୫(ଏସ ଏସ ନିଉଜ) ଆନ୍ଧ୍ରପ୍ରଦେଶରୁ ହରିୟାଣା ଗଂଜେଇ ଚାଲାଣ ହେଉଥିବା ବେଳେ ଚନ୍ଦକା ନିକଟରେ ଧରାପିଡ଼ିଛି ।ଘଟଣାସ୍ତଲରୁ ୫ କୁଇଣ୍ଟାଲ ୬ କିଲୋ ଗଂଜେଇଜବତ କରିବାସହ ୩ଜଣଙ୍କୁ ଗିରଫ କରିଛି ଏନସିବି ଭୁବନେଶ୍ବର ଜୋନ୍‌ ।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପଂଜାବର ବଲୱାନ ସିଂହ , ହରିୟାଣାର ଜସପ୍ରୀତ ସିଂହ ଓ ଜସନୁର ସିଂହ। ଏକ ମେସିନ ପାର୍ଟସ ବୋଝେଇ ୧୨ଚକିଆ ଟ୍ରକରେ ଗଂଜେଇ ଆସୁଥିବାର ବିଶେଷ ସୁତ୍ରରୁ ଖବର ପାଇ ଏନସିବି ଚନ୍ଦକା ଏସ୍‌ଓଜି […]

ବାଘଛାଲ ଓ ହାତୀଦାନ୍ତ ଜବତ

  ବଲାଙ୍ଗିର,୬/୫(ଏସ ଏସ ନିଉଜ) ସଇନ୍ତଲା ଟିକ୍ରାପଡାରେ ବାଘ ଛାଲ ଡିଲ ବେଳେ ବାଘ ଛାଲ ବେପାରୀକୁ ଏସଟିଏଫ୍ ଧରିଛି ।ସିଏ ହେଲେ ଟିକ୍ରାପଡା ଚରଚରା ଗାଁ ଆଦିକନ୍ଦ ଘିବେଲା ।ଏସଟିଏଫ୍ ଗ୍ରାହକ ବେଶରେ ଆସି ବାଘଛାଲ ଜବତ କରିବାରେ ସକ୍ଷମ ହୋଇଥିଲେ ।ସେହିଁଭଳିଭାବେ ଗତକାଲି ମାଲପଡାରୁ ୬ଟି ହାତୀ ଦାନ୍ତ ଜବତ କରି ମାଲପଡାର ନୁରିନ ସେଠଙ୍କୁ ଗିରଫ କରାଯାଇଛି । ହାତୀ ଦାନ୍ତ ବିକିବା ପାଇଁ ନେଉଥିବା ବେଳେ ବୋଷ କଲୋନୀ ନିକଟରେ ନୁରିନଙ୍କୁ […]

କାଲି ସବୁ ଏସ୍‌ପି ଅଫିସ ଆଗରେ ଧାରଣା ଦେବ ବିଜେପି

ଭୁବନେଶ୍ୱର,୫/୫(ଏସ ଏସ ନିଉଜ)ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଆସନ୍ତାକାଲି ସବୁ ଏସ୍‌ପି ଅଫିସ ଆଗରେ ବିଜେପିଧାରଣା ଦେବା ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଆଜି ସୂଚନା ଦେଇଛନ୍ତି।ଏହାସହ ତିଲେଇବଣି ବିଡିଓଙ୍କୁ ଗିରଫ ଦାବିରେ ଦଳ ଆସନ୍ତାକାଲି ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ କହିଛନ୍ତି।