Browsing category

ଅପରାଧ

କୋଟିପତି ଏଲ ଆଇ କୁ ଧରିଲା ଭିଜିଲାନ୍ସ

ବାରଙ୍ଗ ୫/୫(ଏସଏସ ନିିିଜଜ)ଭିଜିଲାନସ ଜାଲରେ ପଡିଛନ୍ତି କୋଟିପତି ଏଲଆଇ ଜଗନ୍ନାଥ ରାଉତ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କଳାରାହଙ୍ଗପ୍ରାଣୀଧନ ନିରୀକ୍ଷକ (ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର) ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଗୁରୁବାର ଦିନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଏହି ଚଢଉରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ । କଟକ ଭିଜିଲାନ୍ସର […]

ରାଜଧାନୀରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୫/୫(ଏସ ଏସ ନିଉଜ)ସାଲିଆସାହିର ଆଦିବାସୀ ସାହିରେ ଚଢ଼ାଉ କରି ଅବକାରୀ ବିଭାଗ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି।ଏହାର କିଙ୍ଗପିନ୍ କୁ ମଧ୍ୟ ଗିରଫ କରିଥିବାର ଜଣାପଡିଛି ।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ସୂଚନା ମିଳିଛି ।

ବହିସ୍କୃତ ହେଲେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି

ଜୟପୁର,୫/୫(ଏସ ଏସ ନିଉଜ)କୋରାପୁଟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଶିବରାଜ ଖଣ୍ଡପାନ ବିଜେଡିରୁ ବହିସ୍କୃତ । ଶିବରାଜ ଖଣ୍ଡପାନଙ୍କ ନାମରେ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବିସିଂହପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଶିବରାଜଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

ଭିଜିଲାନ୍ସ ଜାଲରେ କୋଟିପତି ଏଲଆଇ

କଟକ, ୫/୫(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଏଲଆଇଜଗନ୍ନାଥ ରାଉତ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପ୍ରାଣୀଧନ ନିରୀକ୍ଷକ (ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର) ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଗୁରୁବାର ଦିନ ଚଢ଼ାଉ ଜାରି ରହିଛି।ଏହି ଚଢଉରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି । କଟକ ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ […]

ଚୋରାଚାଳଣ ବେଳେ ଧରାପଡିଲା ୨୪ ହଜାର କେଜି ମହୁଲ

ସମ୍ବଲପୁର,୫/୫(ଏସଏସନିଉଜ) ମଙ୍ଗଳବାର ଦିନ ମହୁଲ ବେଆଇନ୍ ଭାବେ ଚୋରା ଚାଲାଣ କରୁଥିବା ସୂଚନା ପାଇବା ପରେ ଚଢ଼ଉ କରି ଶାସନ ଥାନା ପୁଲିସ ଜଣେ ବ୍ୟବସାୟୀ ଓ ଜଣେ ଟ୍ରକ୍ ଚାଳକଙ୍କୁ ଗିରଫ କରିଛି ।ଅଇଁଲାମାଳର ବୈଦ୍ୟନାଥ ସ୍ବାଇଁ ବେଆଇନ ଭାବେ ମହୁଲ ଫୁଲ ଘରେ ରଖି ଝାରସୁଗୁଡ଼ା ଚାଲାଣ କରିବା ପାଇଁ ଏକ ଟ୍ରକ୍‌ରେ ବୋଝେଇ କରୁଥିବାର ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଚଢ଼ଉବେଳେ ଖୁଣ୍ଟାପାଲି ନିକଟରେ ୨୧,୬୫୦ କେଜି ମହୁଲ ଫୁଲ ବୋଝେଇ […]

ବନ୍ଧୁକ ମୁନରେ ଲୁଟ୍

ଢେଙ୍କାନାଳ,୪/୫(ଏସ ଏସ ନିଉଜ)ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ପାଖ ଘୋଡାଡିଆଁ ଛକରେ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ୩ ଲକ୍ଷ ଲୁଟିନେଇଛନ୍ତି ଲୁଟେରା ।ଏଥିରେ ବ୍ୟବସାୟୀ ଅଭିମନ୍ୟୁ ସାହୁ ଓ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ଆହତ ହୋଇଥିବାବେଳେ ଜିନିଷ ପତ୍ର ଆଣିବା ପାଇଁ ପିକଅପ୍‌ ଭ୍ୟାନ୍‌ରେ କଟକଯାଉଥିବା ବେଳେ ଏହି ଘଟଣା ଘଟିଛି ।

ଟ୍ରକ୍ ଆଗକୁ ଡେଇଁଲେ ମହିଳା

ନୟାଗଡ଼,୪/୫(ଏସ ଏସ ନିଉଜ)ନୟାଗଡ଼ ଟ୍ରାଫିକ ଛକରେ ଟ୍ରକ୍ ଆଗକୁ ଡେଇଁଲେ ମହିଳା।ଟ୍ରକ୍‌ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା କରିଥିବାର ଅଭିଯୋଗ ଭଳି ଅଭାବନୀୟ ଘଟଣା ଘଟିଛି।ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ବରଣ କରିଥିବାବେଳେ ପରିଚୟ ଜଣାପଡ଼ିନାହିଁ। ଖବର ପାଇ ଟାଉନ ଥାନା ପୋଲିସ ଟ୍ରକ୍‌ କୁ ଜବତ କରିଛି ।

ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଦମ୍ପତି ମୃତ

ଭଦ୍ରକ,୨/୫(ଏସ ଏସ ନିଉଜ) ରାଣୀପାଲ ଛକରେ ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଦମ୍ପତି ମୃତ ହୋଇଛି । ଆଖଣ୍ଡଳମଣି ଦର୍ଶନ ସାରି ବାହାନଗାକୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି ।ଆଖଣ୍ଡଳମଣି ଦର୍ଶନ ଲାଗି ଦୁଇ ଝିଅଙ୍କ ସହ ବାପା-ମାଆ ଆସିଥିଲେ ।ବାପ-ମାଆ ଗୋଟିଏ ସ୍କୁଟିରେ, ଦୁଇ ଝିଅ ଆଉ ଏକ ସ୍କୁଟିରେ ଥିଲେ।

ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ

ଭୁବନେଶ୍ୱର,୨/୫(ଏସ ଏସ ନିଉଜ)ରାଜ୍ୟରେ ଆଉ ୩୪ଟି ନୂଆ ଅଦାଲତ ପ୍ରତିଷ୍ଠା ହେବାନେଇ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ମୋହରଲାଗିଛି ।ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଥିବା ନିସ୍ପତି ମୁତାବକ ୨୧.୨୬ କୋଟି ଟଙ୍କା ବ୍ୟୟ ବରାଦ ରେ ହେବାକୁ ଥୁବା ଏହି ନୂଆ ଅଦାଲତ ହାଇକୋର୍ଟଙ୍କ ଅନୁମୋଦନ ପରେ ଜାରି ହେବ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଇନମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି।

ଡାକ୍ତରଖାନାରେ ଉତ୍ତେଜନା

ପାରାଦୀପ,୨/୫(ଏସ ଏସ ନିଉଜ)ଅଠରବାଙ୍କୀ ସରକାରୀ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।ଝାଡ଼ା ହେଉଥିବା ଶିଶୁକୁ କଣନଖା ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।ନିରାମୟ କେନ୍ଦ୍ରରୁ ଭୁଲ୍ ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।ଏହି ଔଷଧ ଖାଇବା ପରେ ଶିଶୁଟିର ବାନ୍ତି ହେଉଥିବା ପରିବାରର ଅଭିଯୋଗ କରାଯାଇ ଶିଶୁର ପରିବାର ଓ ସଂପର୍କୀୟଙ୍କ ପାଟିତୁଣ୍ଡ ଆରମ୍ଭ ହୋଇଛି ।ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି ।