ବନ୍ଦ କୋଠରୀରେ ଗୁଣିଆ ପାଖରେ ବୋହୂର ୭୯ ଦିନ…

ବାଲେଶ୍ୱର,୭/୫(ଏସ ଏସ ନିଉଜ)ଏକ ବନ୍ଦ କୋଠରୀରେ ଗୁଣିଆ ପାଖରେ ବୋହୂକୁ ୭୯ ଦିନ ଧରି ଦୁଷ୍କର୍ମର ଶିକାର ହୋଇଥିବାର ଅଭିଯୋଗ ହୋଇଛି ।ଏହି ଭଳି ଲଜ୍ଜାଜନକ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେ ଘଟିଛି ।୪ ବର୍ଷ ତଳେ ମହିଳାଙ୍କ ବିବାହ ହୋଇଥିବାବେଳେ ସ୍ୱାମୀ ବାହାର ରାଜ୍ୟକୁ କାମ କରିବାକୁ ଯିବା ପରେ ପରିବାର ପକ୍ଷରୁ ମହିଳାଙ୍କୁ ଅତ୍ୟାଚାର ଆରମ୍ଭ ହୋଇଥିଲା ।ଏପରିକି ଜୀବନରେ ମାରିଦେବାକୁ ଯୋଜନା କରି ଗୁଣିଆ ହାତକୁ ଟେକିଦେଇଥିଲେ ଶାଶୁ। ଗୁଣିଆ ସହ ଶାରରିକ ସମ୍ପର୍କ ରଖିବାକୁ ବୋହୂକୁ ବାଧ୍ୟ କରିଥିଲେ । ରାଜି ନହେବାରୁ ତଙ୍କୁ ମାଡ଼ ମରିବା ସହ ଅଢ଼େଇ ବର୍ଷର ପୁଅକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।ବୋହୁଙ୍କୁ ନିଶା ଦେଇ ଗୁଣିଆ ମୟୂରଭଞ୍ଜର ଏକ ଗାଁକୁ ନେଇ ଏକ ବନ୍ଦ କୋଠରୀରେ ୭୯ ଦିନ ରଖି ତାଙ୍କ ଟିକି ପୁଅ ସାମ୍ନାରେ ବାରମ୍ବାର ଦୁଷ୍କର୍ମ କରୁଥିଲା ବୋଲି ଅଭିଯୋଗ ହୋଇଛି । ପିଡ଼ିତାଙ୍କପରିବାର ଲୋକେ ଖବର ପାଇ ଉଦ୍ଧାର କରିବା ପରେ ଏହି ଲଜ୍ୟାକର ଘଟଣା ସାମ୍ନାକୁ ଆସିଛି । ତେବେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଗୁଣିଆ ଫେରାର ଥିବାର ଜଣାପଡିଛି ।

Comments (0)
Add Comment