Browsing category

ଅପରାଧ

ବହିସ୍କୃତ ହେଲେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି

ଜୟପୁର,୫/୫(ଏସ ଏସ ନିଉଜ)କୋରାପୁଟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଶିବରାଜ ଖଣ୍ଡପାନ ବିଜେଡିରୁ ବହିସ୍କୃତ । ଶିବରାଜ ଖଣ୍ଡପାନଙ୍କ ନାମରେ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବିସିଂହପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଶିବରାଜଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

ଭିଜିଲାନ୍ସ ଜାଲରେ କୋଟିପତି ଏଲଆଇ

କଟକ, ୫/୫(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଏଲଆଇଜଗନ୍ନାଥ ରାଉତ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପ୍ରାଣୀଧନ ନିରୀକ୍ଷକ (ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର) ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଗୁରୁବାର ଦିନ ଚଢ଼ାଉ ଜାରି ରହିଛି।ଏହି ଚଢଉରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି । କଟକ ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ […]

ଚୋରାଚାଳଣ ବେଳେ ଧରାପଡିଲା ୨୪ ହଜାର କେଜି ମହୁଲ

ସମ୍ବଲପୁର,୫/୫(ଏସଏସନିଉଜ) ମଙ୍ଗଳବାର ଦିନ ମହୁଲ ବେଆଇନ୍ ଭାବେ ଚୋରା ଚାଲାଣ କରୁଥିବା ସୂଚନା ପାଇବା ପରେ ଚଢ଼ଉ କରି ଶାସନ ଥାନା ପୁଲିସ ଜଣେ ବ୍ୟବସାୟୀ ଓ ଜଣେ ଟ୍ରକ୍ ଚାଳକଙ୍କୁ ଗିରଫ କରିଛି ।ଅଇଁଲାମାଳର ବୈଦ୍ୟନାଥ ସ୍ବାଇଁ ବେଆଇନ ଭାବେ ମହୁଲ ଫୁଲ ଘରେ ରଖି ଝାରସୁଗୁଡ଼ା ଚାଲାଣ କରିବା ପାଇଁ ଏକ ଟ୍ରକ୍‌ରେ ବୋଝେଇ କରୁଥିବାର ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଚଢ଼ଉବେଳେ ଖୁଣ୍ଟାପାଲି ନିକଟରେ ୨୧,୬୫୦ କେଜି ମହୁଲ ଫୁଲ ବୋଝେଇ […]

ବନ୍ଧୁକ ମୁନରେ ଲୁଟ୍

ଢେଙ୍କାନାଳ,୪/୫(ଏସ ଏସ ନିଉଜ)ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ପାଖ ଘୋଡାଡିଆଁ ଛକରେ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରି ୩ ଲକ୍ଷ ଲୁଟିନେଇଛନ୍ତି ଲୁଟେରା ।ଏଥିରେ ବ୍ୟବସାୟୀ ଅଭିମନ୍ୟୁ ସାହୁ ଓ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ଆହତ ହୋଇଥିବାବେଳେ ଜିନିଷ ପତ୍ର ଆଣିବା ପାଇଁ ପିକଅପ୍‌ ଭ୍ୟାନ୍‌ରେ କଟକଯାଉଥିବା ବେଳେ ଏହି ଘଟଣା ଘଟିଛି ।

ଟ୍ରକ୍ ଆଗକୁ ଡେଇଁଲେ ମହିଳା

ନୟାଗଡ଼,୪/୫(ଏସ ଏସ ନିଉଜ)ନୟାଗଡ଼ ଟ୍ରାଫିକ ଛକରେ ଟ୍ରକ୍ ଆଗକୁ ଡେଇଁଲେ ମହିଳା।ଟ୍ରକ୍‌ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା କରିଥିବାର ଅଭିଯୋଗ ଭଳି ଅଭାବନୀୟ ଘଟଣା ଘଟିଛି।ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ବରଣ କରିଥିବାବେଳେ ପରିଚୟ ଜଣାପଡ଼ିନାହିଁ। ଖବର ପାଇ ଟାଉନ ଥାନା ପୋଲିସ ଟ୍ରକ୍‌ କୁ ଜବତ କରିଛି ।

ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଦମ୍ପତି ମୃତ

ଭଦ୍ରକ,୨/୫(ଏସ ଏସ ନିଉଜ) ରାଣୀପାଲ ଛକରେ ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଦମ୍ପତି ମୃତ ହୋଇଛି । ଆଖଣ୍ଡଳମଣି ଦର୍ଶନ ସାରି ବାହାନଗାକୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି ।ଆଖଣ୍ଡଳମଣି ଦର୍ଶନ ଲାଗି ଦୁଇ ଝିଅଙ୍କ ସହ ବାପା-ମାଆ ଆସିଥିଲେ ।ବାପ-ମାଆ ଗୋଟିଏ ସ୍କୁଟିରେ, ଦୁଇ ଝିଅ ଆଉ ଏକ ସ୍କୁଟିରେ ଥିଲେ।

ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ

ଭୁବନେଶ୍ୱର,୨/୫(ଏସ ଏସ ନିଉଜ)ରାଜ୍ୟରେ ଆଉ ୩୪ଟି ନୂଆ ଅଦାଲତ ପ୍ରତିଷ୍ଠା ହେବାନେଇ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ମୋହରଲାଗିଛି ।ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଥିବା ନିସ୍ପତି ମୁତାବକ ୨୧.୨୬ କୋଟି ଟଙ୍କା ବ୍ୟୟ ବରାଦ ରେ ହେବାକୁ ଥୁବା ଏହି ନୂଆ ଅଦାଲତ ହାଇକୋର୍ଟଙ୍କ ଅନୁମୋଦନ ପରେ ଜାରି ହେବ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଇନମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି।

ଡାକ୍ତରଖାନାରେ ଉତ୍ତେଜନା

ପାରାଦୀପ,୨/୫(ଏସ ଏସ ନିଉଜ)ଅଠରବାଙ୍କୀ ସରକାରୀ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।ଝାଡ଼ା ହେଉଥିବା ଶିଶୁକୁ କଣନଖା ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।ନିରାମୟ କେନ୍ଦ୍ରରୁ ଭୁଲ୍ ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।ଏହି ଔଷଧ ଖାଇବା ପରେ ଶିଶୁଟିର ବାନ୍ତି ହେଉଥିବା ପରିବାରର ଅଭିଯୋଗ କରାଯାଇ ଶିଶୁର ପରିବାର ଓ ସଂପର୍କୀୟଙ୍କ ପାଟିତୁଣ୍ଡ ଆରମ୍ଭ ହୋଇଛି ।ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି ।

ସ୍କୁଲ ପରିସରରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

କଟକ, ୩୦/୪(ଏସଏସନିଉଜ) କଟକ ସଦର ଶଙ୍ଖତ୍ରାଶ ହାଇସ୍କୁଲ ପରିସରରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର ହୋଇଛି ।ମୃତକ ହେଉଛନ୍ତି ସୁମାଣ୍ଡି ଗ୍ରାମର ରାଜକିଶୋର ଭୋଇଙ୍କ ପୁଅ ରୁଦ୍ର ପ୍ରକାଶ ଭୋଇ ଏବଂ ଖଲରଦା ଗ୍ରାମର ଅଜୟ କୁମାର ବାରିକଙ୍କ ଝିଅ ସୋନାଲି ବାରିକ ।ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଉଭୟଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଦର ଥାନାକୁ ଜଣାଇବାପରେ ପୋଲିସ ଗଟଣାସ୍ଥଳରେ ଆସି […]

ସାଂଘାତିକ ଅଭିଯୋଗ ଆଣିଲେ ବିଡିଓ

ଦେବଗଡ଼, ୩୦/୪(ଏସଏସନିଉଜ) ବିଧାୟକଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତିଲେଇବଣି ବିଡିଓକୃଷ୍ଣଚନ୍ଦ୍ର ଦଳପତି । ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ତାଙ୍କୁ ଆକ୍ରମଣ କରିଥିବାନେଇ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଏକ ମାମଲାର ଯୁଗ୍ଗ ତଦନ୍ତ ପାଇଁ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭଳିଆଗୁଡ଼ି ଗ୍ରାମକୁ ଅନ୍ୟ ବ୍ଲକପ୍ରଶାସନିକ ଅଧିକାରୀ,ମାନଙ୍କ ସହ ବିଡିଓ ଯାଇଥିଲେ ।ଏହି ସମୟରେ କିଛି ଲୋକ ବାରମ୍ବାର ଫୋନ କରି ବିଧାୟକଙ୍କୁ ଭେଟିବାକୁ କହିଥିଲେ ।କିନ୍ତୁ ବ୍ୟସ୍ଥଥିବାରୁ ପରେ ଦେଖାକରିବେ ବୋଲି […]