Browsing category

ଅପରାଧ

ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫୁଟିଲା ଗୁଳି

ଢେଙ୍କାନାଳ,୩୧/୩(ଏସଏସନିଉଜ) ଢେଙ୍କାନାଳ ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ଫାଙ୍କା ଗୁଳିଚାଳାନା ଗୁଳିଚାଳାନା ହୋଇଥିବାର ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଫାଙ୍କା ଗୁଳି ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏଥିସହିତ ନମ୍ବର ୧୯ନଂ ୱାର୍ଡ ର କାଉନସିଲରଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସତ କହିଲେ ରଞ୍ଜନ

ଭୁବନେଶ୍ୱର,୩୧/୩(ଏସଏସନିଉଜ) କ୍ରାଇମବ୍ରାଞ୍ଚ ପକ୍ଷରୁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ନେଇ ସୂଚନା ଦିଆଯାଇଛି । କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ରଞ୍ଜନ ନାୟକ ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ସେ ମାନସକୁ ଅପହରଣ କରିଥିବା ସ୍ୱୀକାର କରିଛି । ଅପହରଣ ପରେ ଦୟାଲ ଆଶ୍ରମକୁ ଯାଇଥିଲେ ।ସେଠାରେ ଥିବା ନିରଞ୍ଜନ ସେଠୀ ଓ ଅନ୍ୟମାନେ ମାନସଙ୍କୁ ପିଟିଥିଲେ । ପିଟି ପିଟି ହତ୍ୟା କରିବା ପରେ ଶର୍ମିଷ୍ଠାଙ୍କ କାରରେ ମାନସଙ୍କ ଶବକୁ ନୟାଗଡ଼ ରଣପୁର ନେଇ ପୋତିବା […]

ଧାମନଗର ଏନଏସିର ୬ଟି ବୁଥରେ ହେବ ସାନି ନିର୍ବାଚନ

ଭଦ୍ରକ, ୩୦/୩(ଏସ ଏସ ନିଉଜ) ଧାମନଗର ଏନଏସିର ଏନଏସିର ୩,୮, ୯, ୧୬,୧୭,୧୮ ୬ଟି ବୁଥରେ ଏପ୍ରିଲ ୫ରେ ହେବ ସାନି ନିର୍ବାଚନ ହେବାନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏପ୍ରିଲ ୫ ତାରିଖ ଦିନ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବା ସହ ଏପ୍ରିଲ ୬ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ପରେ ସେଠାରେ […]

ଟାଟା ମ୍ୟାଜିକ୍ ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବାସୁଦେବପୁର,୩୦/୩(ଏସଏସନିଉଜ) ଗତକାଲି ରାତିରେ ବିନାୟକପୁର ନଳପଦୀ ଦାଶସାହିର ସୁଶାନ୍ତ ଦାଶଙ୍କ ଦୁଇଟି ଗାଡିରେ ଦୁର୍ବୃତ୍ତମାନେ ନିଅଁ ଲଗାଇ ପୋଡି ଦେଇଛନ୍ତି।ଘର ଆଗରେ ସୁଶାନ୍ତଙ୍କ ଏକ ବୋଲେରୋ ଓ ଗୋଟିଏ ଟାଟା ମ୍ୟାଜିକ ଗାଡି ଥୁଆହୋଇଥିଲା ।ତେବେ ବିଳମ୍ଭିତ ରତିରେ ନିଆାଁର ମାତ୍ରା ବଢିବା ସହ ଉତାପ ବୃଦ୍ଧିପାଇବାର ଅନୁଭବ କରି ସୁଶାନ୍ତ ବାହାରକୁ ଉଠିବାପରେ ଗାଡିଦୁଇଟି ଜଳୁଥିବାର ଜାଣିବାକୁ ପାଇଥିଲେ ।ତେବେ ସପରିବାରେ ନିଆଁକୁ ଆୟତ କରିବାପାଇଁ ପାଣି ପକାଇବା ଆରମ୍ କରି ଦମକଳକୁ ଖବର ଦେଇଥିଲେ।ତେବେ […]

ସ୍ତ୍ରୀକୁ ପୋଡି ମାରିଲା ସ୍ୱାମୀ !

ସମ୍ବଲପୁର, ୩୦/୩(ଏସଏସନିଉଜ) ଖଟାଟାଙ୍ଗ ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ସ୍ୱାମୀ କିରାସିନି ଢାଳି ପୋଡି ହତ୍ୟା କରିଥିବା ଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ଏଭଳି କାଣ୍ଡ ସ୍ୱାମୀ ଘଟାଇଥିବାନେଇ ମୃତ ମହିଳାଙ୍କ ଭାଇ ମହୁଲପାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।  

ସ୍ତ୍ରୀ ସ୍ୱାମୀ ବିରୁଦ୍ଧରେ କଲେ ହତ୍ୟା ଉଦ୍ୟମ ଅଭିଯୋଗ

ପିପିଲି, ୩୦/୩(ଏସଏସନିଉଜ) ଗତ ୨୦୧୬ ମସିହାରେ ପଶ୍ଚିମବଙ୍ଗ କୋଲକତା ଟାଲିଗଞ୍ଜ ଅଞ୍ଚଳର ବାସିନ୍ଦା ଶ୍ୱେତା ମହାପାତ୍ର ଓରଫ ଖାତୁନ ଙ୍କ ସହ ପିପିଲିର କସରଦା ଗ୍ରାମର ବିରାଟଙ୍କ ସହ ତାଙ୍କର ବିବାହ ହୋଇଥିଲା।କନ୍ତୁ ୪ମାସର ଗର୍ଭବତୀ ଥିବା ଖାତୁନ କୋଲକତାସ୍ଥିତ ପୈତୃକ ଘରୁ ଗତ ୨୨ ତାରିଖରେ ଫେରି ସ୍ୱାମୀ ରହୁଥିବା ପୁରୀ ଘରେ ସେ ପହଞô୍ଚବା ପରେ ସେଠାରେ ବିରାଟ ତାଙ୍କୁ ଶାରିରିକ ଓମାନସିକ ନିର୍ଯ୍ୟାତନା ଦେବା ସହ ଗର୍ଭପାତ କରିବା ପାଇଁ ବାଧ୍ୟ କରିବାସହ […]

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭୁବନେଶ୍ବର, ୩୦/୩(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ପଟିଆସ୍ଥିତ ବାସେରା ଇମପ୍ରେସନ ପ୍ଲସ ଆପାର୍ଟମେଣ୍ଟ.ଗାୟତ୍ରୀ ବିହାରରେ ଥିବା ୨ ମହଲା ଘର, କଟକ କିଶୋରନଗର ପିନପୁର ଗାଁର ପୈତୃକ ଘର, କଟକ ଲାଲବାଗ ଆଲିସା ବଜାରରେ ଥିବା ଏକ ମହଲା ଘର, ନୟାଗଡ଼ କାର୍ଯ୍ୟାଳୟ ,ବାସଭବନ ସମେତ ଖୋର୍ଦ୍ଧା କୁନେଇ ୬ଟି […]

ନିଲମ୍ବିତ ହେଲେ ଏଏସଆଇ ସହ କନେଷ୍ଟବଳ

ସମ୍ବଲପୁର,୨୯/୩(ଏସଏସନିଉଜ) ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ପ୍ରଶାସନ ପକ୍ଷରୁ ବଡ଼ କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି । କାର‌୍ୟ୍ୟରେ ଅବହେଳା ପାଇଁ ଜଣେ ଜଣେ ଏଏସଆଇଙ୍କ ସମେତ ଜଣେ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ତବେ ଫେରାର ମାରିଥିବା ୩ ଅଭିଯୁକ୍ତ ଏବେବି ସୁଦ୍ଧା ଧରାପଡିନାହାନ୍ତି ।

ରିମାଣ୍ଡରେ ଯିବେ ଶର୍ମିଷ୍ଠା ସହ ୪

ଭୁବନେଶ୍ୱର,୨୯/୩(ଏସଏସନିଉଜ) ଭଦ୍ରକ ଉପକାରାଗାରରେ ଆଜି କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ସମେତ ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଏହାପରେ ସେମାନଙ୍କଠାରୁ ମାନସଙ୍କ ହତ୍ୟାର ପୁଙ୍ଖାନୁପୁଙ୍ଖ ସମସ୍ତ ତଥ୍ୟ ବାହାର କରିବ ।ଦର୍ଘଦିନର ଲୁଚୁକାଳି ଖେଳ ମଧ୍ୟରେ ଶର୍ମିଷ୍ଠା ଓସହଯୋଗୀ ଝୁନା ଭୋଇ କଲିକତାରୁ ଫେରୁଥିବା ବେଳେ ଗତକାଲି ଭଦ୍ରକ ଜିଲ୍ଲା ନଳାଙ୍ଗରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଧରିଥିଲା ।  

ଶିମିଳିପାଳରେ ଲଗିଛି ନିଆଁ

ଭୁୁବନେଶ୍ୱର,୨୯/୩(ଏସଏସନିଉଜ)ସିମଳିପାଳର ଉତ୍ତର ଶିମିଳିପାଳର ଗୁରୁଗୁଡ଼ିଆ ଏବଂ ତାଳବନ୍ଧ ରେଞ୍ଜର ୪ଟି ସ୍ଥାନରେ ଅଭୟାରଣ୍ୟର ଶୁଖିଲା ଗଛପତ୍ର ଜଳୁଛି। ଏହାକୁ ଆୟତ କରିବାପାଇଁ ୭୦୦ରୁ ଉର୍ଦ୍ଧ ବନ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି।ଏହାସହ ଓଡ୍ରାଫ ଟିମ ସହ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି ।