Browsing category

ଅପରାଧ

ରାସ୍ତାକଡ଼ରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ବାଲେଶ୍ବର ,୬/୪(ଏସଏସନିଉଜ) ଆଜି ସକାଳୁ ଭୋଗରାଇ ଥାନା ଅନ୍ତର୍ଗତ ଥାନାଛକ-ଭୂଷଣ୍ଡେଶ୍ବର ରାସ୍ତାର ଜୟରାମପୁର ଗ୍ରାମ ନିକଟରେ ଆଜି ସକାଳୁ ମୁସଦପୁର ଗ୍ରାମର ଶିବା ଜେନାଙ୍କ କ୍ଷତବିକ୍ଷତ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ଗତକାଲିରାତିରୁ ସାଙ୍ଗମାନେ ଡାକିବାପରେ ଶିବା ଘରୁ ଆସି ଆଉ ଫେରିନଥିଲେ ।ଆଜି ସକାଳେ ତାଙ୍କର ମୃତଦେହ ରାସ୍ତାକଡ଼ରେ ପଡିଥିବାର ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ତେବେ ଦୁର୍ଘଟଣା ନୁହେଁ, ଶିବାଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ବ୍ୟବଚ୍ଛେଦ […]

ପୁରୀରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ, ୪/୪(ଏସଏସନିଉଜ)ଏସଟିଏଫ୍ ଟିମ୍ ଓ ବାସେଳିସାହି ପୁଲିସ୍ ଦ୍ୱାରା ୧୧୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେଥରମଧ୍ୟରୁ ଜଣେ ନବଙ୍କଳ ବୋଲି ଜଣାପଡିଛି ।ଗତକଲି ସନ୍ଧ୍ୟା ରେ ଉଭୟଙ୍କୁ ଗିରଫ କରାଯିବା ସହ ୧୧୦ ଗ୍ରାମ ବ୍ରାଉନସୁଗାର ୬ଟି ମୋବାଇଲ୍, ନଗଦ ୧୧ ହଜାର ଟଙ୍କା ଓ ଦୁଇଟି ଟୁ ହୁଇଲର ଜବତ ହୋଇଛି।

କାର ଉପରେ ଚଢିଲା ଟ୍ରକ- ୧ ମୃତ

ଭୁବନେଶ୍ୱର,୪/୪(ଏସଏସନିଉଜ) ଆଜି ପଳାଶୁଣୀ ରାସ୍ତାରେ ସିରିଜ୍‍ ଦୁର୍ଘଟଣା ଘଟିଛି ।ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କାର ଡ୍ରାଇଭର ଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଥିବାର ଜଣାପଡିଛି ।ପଳାଶୁଣି ଛକ ନିକଟରେ ବସ୍‍ ରହୁଥିବା ସ୍ଥାନରେ କାର ଉପରେ ହାଇୱା ଚଢିଯିବାରୁ ଡ୍ରାଇଭର ଜଣକ ଚାପି ହୋଇ ରହିଯାଇଥିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।ଟ୍ରକଟି କାର ସହ ଆହୁରି ୩ଟି ଗାଡିକୁ ମଧ୍ୟ ଧକ୍କା ଦେଇଥିବାରୁ ଏହି ଘଟଣାରେ ୩ ଜଣ ଗୁରୁତର […]

ଶୁଣିଲେନି ରେଞର,ଧାରଣାରେ ବସିଲେ ଅସ୍ଥାୟୀ କର୍ମଚାରୀ

ବାରଙ୍ଗ୩/୪(ଏସଏସନିଉଜ) ନନ୍ଦନକାନନକୁ ବୁଲିବାକୁ ଆସଥିବା ପର୍ଯ୍ୟଟକମାନଙ୍କୁ ଠିକାରେ ନେଇ ବ୍ୟବସାୟ କରୁଥିବା କର୍ମଚାରୀମାନେ ହଇରାଣ କରିବା ନିତିଦିନିଆ ଘଟଣାରେ ପରିଣତ ହେଇଗଲାଣି ।ଏମିତି ଏକ ଘଟଣା ଶନିବାରଦିନ ଘଟିଥିବାବେଳେ ଏହାକୁ ନିଜ ମୋଇବାଲରେ କଏଦ କରିବାର ପ୍ରୟାସ କରି ଜନ୍ତୁବିଭାଗର ଜଣେ ଅସ୍ଥାୟୀ କର୍ମଚାରୀ ବେଟାରୀଚାଳିତ ଗାଡିକୁ ଠିକାରେ ନେଇଥିବା କର୍ମଚାରୀମାନଙ୍କର ରୋଶର ଶିକାର ହେବାକୁ ପଡିଛି ।ଅଶ୍ଳିଳଭାଷାରେ ଗାଳିଗିଲଜ ସହ ନିର୍ଦ୍ଧୁମ ମାଡଖାଇ ବିଭାଗୀୟ ରେଞରଙ୍କୁ ଗୁହାରୀ କରଛନ୍ତି ।ହେଲେ ରେଞର କିଛି ନଶୁଣିବାରୁ ଏହାର […]

ଭାରସମ୍ୟ ହରାଇ ରାସ୍ତାରେ ଓଲଟିଲା ଗାଡି

ବାରଙ୍ଗ,୩/୪(ଏସଏସନିଉଜ) ଭାରସମ୍ୟ ହରାଇ ରବିବାରଦିନ ବରିମୁଣ୍ଡ କୁଆଖାଇ ନଦୀବନ୍ଧ ରାସ୍ତାରେ ରବିବାରଦିନ ଏକ ପାଇଖାନା ଟାଙ୍କି ସଫା ଗାଡି ଓଲଟିପଡିଥିଲା ।ଏହି ଗାଡିଟି ବରିମୁଣ୍ଡ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଟାଙ୍କି ସଫା କରିସାରି ଫେରିଲା ବେଳକୁ ବନମାଳୀପୁର ନିକଟ କୁଆଖାଇ ବନ୍ଧରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଦ୍ରୁତଗତିରେ ଆସୁଥିବାରୁ ଏକ ବାଙ୍କ ରାସ୍ତାରେ ଗାଡିଟି ଯିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ଓ ହେଲ୍ପର ଗାଡି ଭିତରେ ରହି ଯାଇଥିଲେ । ସ୍ଥାନୀୟ […]

ମୋବସ-ବୁଲେଟ ମୁହାଁମୁହିଁ ଧକାରେ ଚାଲିଗଲା ଜଣଙ୍କ ଜୀବନ

ବାରଙ୍ଗ,୧/୪(ଏସ ଏସ ନିଉଜ)କଟକ ସୁବାଷ ବୋଷ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି।ଅନ୍ୟଜଣେ ଗୁରୁତର ଅଛନ୍ତି।ସୂଚନାନୁସାରେ ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ସୁବାଷ ବୋଷ ସେତୁ ଉପରେ କଟକରୁ ଭୁବନେଶ୍ୱର ଆଭିମୁଖେ ଆସୁଥିବା ଏକ ମୋ ବସ ସହିତ ବିପରୀତ ଦିଗରୁ ଆସୁଥିବା ଏକ ବୁଲେଟ ସହ ମୁହାମୁହିଁ ଧକ୍କା ହୋଇଥିଲା।ଧକ୍କା ହେବା ଫଳରେ ବୁଲେଟରେ ବସିଥିବା ଦୁଇଜଣଙ୍କ ମଧ୍ୟରୁ ଗାଡ଼ି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ […]

ନିଶା ପାଇଁ ସାଙ୍ଗକୁ ମାରିବାକୁ ପଛାଇଲାନାହିଁ ଅଟୋଡ୍ରାଇଭର

ବାରଙ୍ଗ ୩୧/୩(ଏସଏସନିଉଜ)ନିଶା ପାଇଁ ଭୁଲିଗଲେ ହିତାହିତ ଜ୍ଞାନ ।ଜୀବନରେ ମାରିଦେବାକୁ ମଧ୍ୟ ପଛାଇଲେ ନାହିଁ ।ନିଶା ସେବନ ସମୟରେ ନିଜର ଭାଗ କମିଯିବାରୁ ରାଗିଯାଇ ଅଟୋ ଡ୍ରାଇଭର ନିଜ ଅଟୋରୁ ପେଟ୍ରୋଲ କାଢି ଦୁଇସାଙ୍ଗ ଉପରକୁ ପକାଇ ନିଆଁ ଲଗାଇଦେଇଥିଲେ ।ସୈାଭଗ୍ୟବଶତ ସ୍ଥାନୀୟ ଯୁବକମାନେ ପହଁଚି ଗୁରୁତର ଆହତ ସାଙ୍ଗଦୁଇଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରିଥିଲେ ।ଏହିଭଳି ଘଟଣା ଗୁରୁବାର ସନ୍ଧ୍ୟାରେ ବାରଙ୍ଗଥାନା ଅଧିନସ୍ଥ ବାଙ୍ଗଳୀ ସାହି କ୍ଲବ୍ ଘର ନିକଟରେ ଘଟିଛି । ବାରଙ୍ଗଥାନା ଅର୍ନ୍ତଗତ […]

ନୂଆପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ

ବଲାଙ୍ଗିର, ୩୧/୩(ଏସଏସନିଉଜ) ତୁଷୁରା ଥାନା ନୂଆପଡ଼ା ଗାଁରେ ଘର ଭିତରୁ ଶାଶୁ-ବୋହୂଙ୍କ ମୃତଦେହ ଉଦ୍ଧାର ହୋଇଛି ।ମୃତକ ହେଉଛନ୍ତି ପ୍ରେମଶିଳା ମେହେର ଓ ଅମ୍ବିକା ମେହେର । ଶାଶୁ-ବୋହୂଙ୍କୁ କଳାକାଟି ବୀଭତ୍ସ ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫୁଟିଲା ଗୁଳି

ଢେଙ୍କାନାଳ,୩୧/୩(ଏସଏସନିଉଜ) ଢେଙ୍କାନାଳ ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ଫାଙ୍କା ଗୁଳିଚାଳାନା ଗୁଳିଚାଳାନା ହୋଇଥିବାର ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଫାଙ୍କା ଗୁଳି ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଏଥିସହିତ ନମ୍ବର ୧୯ନଂ ୱାର୍ଡ ର କାଉନସିଲରଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସତ କହିଲେ ରଞ୍ଜନ

ଭୁବନେଶ୍ୱର,୩୧/୩(ଏସଏସନିଉଜ) କ୍ରାଇମବ୍ରାଞ୍ଚ ପକ୍ଷରୁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ନେଇ ସୂଚନା ଦିଆଯାଇଛି । କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ରଞ୍ଜନ ନାୟକ ଶର୍ମିଷ୍ଠା ଓ ଅନ୍ୟମାନଙ୍କ ସହ ସେ ମାନସକୁ ଅପହରଣ କରିଥିବା ସ୍ୱୀକାର କରିଛି । ଅପହରଣ ପରେ ଦୟାଲ ଆଶ୍ରମକୁ ଯାଇଥିଲେ ।ସେଠାରେ ଥିବା ନିରଞ୍ଜନ ସେଠୀ ଓ ଅନ୍ୟମାନେ ମାନସଙ୍କୁ ପିଟିଥିଲେ । ପିଟି ପିଟି ହତ୍ୟା କରିବା ପରେ ଶର୍ମିଷ୍ଠାଙ୍କ କାରରେ ମାନସଙ୍କ ଶବକୁ ନୟାଗଡ଼ ରଣପୁର ନେଇ ପୋତିବା […]