Browsing category

ଅପରାଧ

ପୁଣି ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର, ୨୦/୩(ଏସଏସନିଉଜ) ପୁଣି ରାଜଧାନୀରେ ଫୁଟିଛି ଗୁଳି । ତମାଣ୍ଡୋ ଅଞ୍ଚଳରେ ଥିବା ଏକ କାର୍ ଗ୍ୟାରେଜରେ ୪ ରାଉଣ୍ଡ ଗୁଳିମାଡ଼ ହୋଇଛି ।ଏହି ଗୁଳିମାଡରେ ୨ ଆହତ ହୋଇଥିବାର ଜଣାପଡିଛି । ବଚସାକୁ ନେଇ ଗୁଳିମାଡ଼ ହୋଇଥିବାବେଳେ ୨ଟି କାର୍ ଓ ବନ୍ଧୁକ ଜବତ କରିଛି ପୋଲିସ ।ଏହାସହ ୫ ଜଣକୁ ଗିରଫ ମଧ୍ୟ କରିଥିବାର ସୂଚନା ମିଳିଛି ।

ତାତିଲେ ଲୋକେ

ଜୟପୁର,୨୦/୩(ଏସଏସନିଉଜ) ଜୟପୁର ଟାଉନ୍ ଥାନା ଅନ୍ତର୍ଗତ ଗୋପବନ୍ଧୁ ନଗରର କାର୍ତ୍ତିକେଶ୍ବର ନାଗ ନାମକ ଯୁବକକୁ କିଛି ଦୁର୍ବୃତ୍ତ ଗତକାଲି ଉଠାଇ ନେଇ ଗୁଳି ମାରି ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ମରଣାନ୍ତକ ଆକ୍ରମଣ ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଓ ଆଇନ ଶୃଙ୍ଖଳା ବିପର‌୍ୟ୍ୟସ୍ତ ଅଭିଯୋଗ କରି ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ ଜୟପୁର […]

ବାଣୀବିହାରରେ ଚାପା ଉତ୍ତେଜନା!

ଭୁବନେଶ୍ୱର,୨୦/୩(ଏସଏସନିଉଜ) ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ନିବାସରେ ଉତ୍ତେଜନା ଦେଖାଦେଇଛି । ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳ ପରେ ହଷ୍ଟେଲରେ ପଶି ଦୁର୍ବୃତ୍ତ ମାନେ ୩ଟି ଗାଡ଼ି ଭଙ୍ଗାରୁଜା ସହ ପୋଡ଼ି ପୋଡ଼ିଦେଇଛନ୍ତି । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହୋଲି ପାଳନକୁ ନେଇ ଗତକାଲି ବିବାଦ ଉପୁଜିଥିଲା।ଏହାକୁନେଇ ଛାତ୍ର ନିବାସରେ ଉତ୍ତେଜନା ଦେଖାଦେଇଥିବାରୁ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାପାଇଁ ବୁଝାସୁଝା. କରି […]

ସରପଞ୍ଚଙ୍କ ଘରକୁ ବୋମାମାଡ

ନିଆଳି,୨୦/୩(ଏସଏସନିଉଜ) କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି ।ରାଜନୈତିକ ଶତ୍ରୁତାରୁ ବୋମାମାଡ଼ କରାଯାଇଥିବା ଅଭିଯୋଗ ହେଉଛି ।ଖବରପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତଆରମ୍ଭ କରିଛି ।

ଗାଁଦାଣ୍ଡରେ ଗୋଡାଇଗୋଡାଇ ହାଣିଲେ

କଣାସ ,୧୯/୩(ଏସଏସନିଉଜ) ଗଡ଼ିଶାଗଦା ଥାନା ଅନ୍ତର୍ଗତ ଜାଗୁଳାଇ ପଦର ଗାଁରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୩ ଜଣ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଅପରାହ୍ନରେ ଦୁର୍ବୃତ୍ତମାନେ ଅନ୍ୟ ଏକ ଗୋଷ୍ଠୀର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ଗାଁଛାଡି ପଳାଇଥିଲେ । ଦୁର୍ବୃତ୍ତମାନେ ଗାଁ ଦାଣ୍ଡରେ ଫାର୍ସା ଧରି ଗୋଡେଇ ଗୋଡେଇ ହାଣିଥିଲେ ।ଗୁରୁତରମାନଙ୍କୁ ପ୍ରଥମେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ପୁରୀ ଜିଲ୍ଲା […]

ଆକ୍ରମଣର ଶିକାର ହୋଇଥିବା ଯୁବକ ମୃତ

ଭୁବନେଶ୍ୱର, ୧୯/୩(ଏସଏସନିଉଜ) ଗତ ଗୁରୁବାର ରାତିରେ ମାହାଙ୍ଗା ଥାନା ଭଦରେଶ୍ୱର ଫାଣ୍ଡି ଅଧିନ ଗୋପାଳପୁର ବେଗୁନିଆପଦା ଗ୍ରାମରେ ଆକ୍ରମଣର ଶିକାର ହୋଇଥିବା ମଣ୍ଟୁ ଦାସଙ୍କର କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନରେ ମୃତ୍ୟୁ ହୋଇଛି । ଏକ ରଡ ରେ ବ୍ୟକ୍ତିଗତ ଶତ୍ରୁତା କାରଣରୁ ସେହି ଗ୍ରାମର ଧୀରେନ ଦାସ ଓ ତାଙ୍କ ଭାଇ ବୀରେନ ଦାସଙ୍କ ସହ ତାଙ୍କ ଶଳା ଅର୍ଜୁନ ଦାସ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏନେଇ ଫାଣ୍ଡିରେ […]

ପଡିଲା ବୋମା

ବ୍ରହ୍ମଗିରି, ୧୯/୩(ଏସଏସନିଉଜ) ପୁଣି ଅଶାନ୍ତ ହୋଇପଡିଛି ଦଣ୍ଡୁଆସିପଡ଼ା ଗାଁ । ପୂର୍ବ ବିବାଦକୁ କେନ୍ଦ୍ରକରି ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଉଭୟ ପକ୍ଷରୁ ବୋମାମାଡ ମଧ୍ୟ କରାଯାଇଛି । ପଂଚାୟତ ନିର୍ବାଚନ ପୂର୍ବରୁ ହୋଇଥିବା ବୋମାମାଡ ଘଟଣାର ପୁଣି ପୁନରାବୃତି ହୋଇଛି ।ତେବେ କାହାର କୈାଣସି କ୍ଷତି ହୋଇନଥିବାର ଜଣାପଡିନଥିବାବେଳେ ବ୍ରହ୍ମଗିରି ଥାନା ପୋଲିସ ପହଁଚି ପରିସ୍ଥିତିକୁ ଅନୁଧ୍ୟାନ କରିବା ଆରମ୍ଭ କରିଛି ।

କରାଶ୍ରମରେ ନୂଆ କଏଦୀ

ମେଣ୍ଢାଶାଳ,୧୯/୩(ଏସ ଏସ ନିଉଜ)ଜାମୁଝରିସ୍ଥିତ ବିଜୁପଟ ନାୟକ ମୁକ୍ତାକାଶ କାରାଶ୍ରମ ଆଜି ନୂଆ ୫ଜଣ କଏଦୀ ଆସି ପହଞ୍ଚିଛନ୍ତି।ଫଳରେ କଏଦୀ ସଂଖ୍ୟା ବୃଦ୍ଧି ପାଇ ୨୫ରେ ପହଂଚିଛି।କରୋନା ସଂକ୍ରମଣ ପାଇଁ ୬ମାସ ପୂର୍ବରୁ ୨୪ଜଣ କଏଦୀଙ୍କୁ ଛୁଟିରେ ଛଡ଼ାଯାଇଛି।ମୁକ୍ତାକାଶରେ ୧୨୫ଜଣ କଏଦୀ ରହିବାର ବ୍ୟବସ୍ଥା ରହିଥିବା ବେଳେ ବର୍ତମାନ ୨୫ଜଣ କଏଦୀ ରହିଛନ୍ତି ।କମ ସଂଖ୍ୟକ କଏଦୀ ରହୁଥିବା ଯୋଗୁ ଲୁଗାବୁଣା, ପରିବା ଉତ୍ପାଦନ,ଆଭ୍ୟନ୍ତରୀଣ ଅଞ୍ଚଳ ପରିସ୍କାର ପରିଛନ ପୂର୍ବଭଳି ହୋଇପାରୁନଥିବାର ଜଣାପଡିଛି।ନୂଆକରି ଆସିଥିବା କଏଦୀମାନଙ୍କ ମଧ୍ୟରେ ବାରିପଦା […]

ଚନ୍ଦକା ଅଭୟାରଣ୍ୟରେ ଲାଗିଛି ନିଆଁ

ଚନ୍ଦକା,୧୯/୩(ଏସ ଏସ ନିଉଜ) ଚନ୍ଦକା ଅଭୟାରଣ୍ୟ ର କିଛି ଅଞ୍ଚଳରେ ନିଆଁ ଲାଗିଥିବାର ଜଣାପଡିଛି।ଭଗିପୁର ଓ ଗୟଳବାଙ୍କ ଗାଁ ପାଖ ଅଭୟାରଣ୍ୟରେ ନିଆଁ ଲାଗିଛି।କ୍ଷୟକ୍ଷତିର ପରିମାଣ ଜଣାପଡିନଥିବା ବେଳେ ଖବର ପାଇ ବନ କର୍ମଚାରୀମାନେ ନିଆଁ ଲିଭାଉଛନ୍ତି ।

କାଠଚକ୍ରି ନେଲା ଜୀବନ

ବାଲିପାଟଣା, ୧୯/୩(ଏସ ଏସ ନିଉଜ)ବାଲିପାଟଣା ବ୍ଲକ ନରିଶୋରେ ଦୋଳ ମେଳଣରେ କାଠଚକ୍ରି ବାଣ ଫୁଟାଇ ଜଣଙ୍କର ମୃତ୍ୟୁ ହୋଇଛି ।ମୃତକ ହେଉଛନ୍ତି ନରିଶୋ ଶାସନ ଗାଁର ସ୍ମୁତି ରଞ୍ଜନ ଷଡଙ୍ଗୀ ।ଶୁକ୍ରବାର ବିଳମ୍ବିତ ରାତିରେ ଦୋଳ ପୁର୍ଣ୍ଣିମା ଝୁଲଣ ଉତ୍ସବ ପାଳନ ହେଉଥିବା ବେଳେ ନରିଶୋ ଶାସନ ଗାଁର ସ୍ମୁତି ରଞ୍ଜନ ଷଡଙ୍ଗୀ ଉତ୍ସବ ଦେଖୁଥିଲେ ।ଏହି ସମୟରେ କାଠଚକ୍ରି ବାଣ ଟି ଛିକିଥିଲା ଓ ଆସି ସ୍ମୁତିଙ୍କ ମୁଣ୍ଡରେ ବାଜିଥିଲା । ପରେ ତାଙ୍କୁ ଉଦ୍ଧାର […]