ସିଲ୍ ହେଲା ସିମେଣ୍ଟ କାରଖାନା
କଟକ, ୩/୧(ଏସଏସନିୟୁଜ) କଟକ ଜଗତପୁର ପୀରବଜାର ସ୍ଥିତ ସିମେଣ୍ଟ କାରଖାନାକୁ ପୋଲିସ ସିଲ୍ କରିଛି । ଅପମିଶ୍ରଣ ଓ ନକଲି ସାମଗ୍ରୀ ଉତ୍ପାଦନ କରାଯାଉଥିବା ଅଭିଯୋଗର ଆଧାରରେ ପୋଲିସ ସିମେଣ୍ଟ କାରଖାନାକୁ ସିଲ୍ କରିଥିବାର ଜଣାପଡିଛି ।
Browsing category
କଟକ, ୩/୧(ଏସଏସନିୟୁଜ) କଟକ ଜଗତପୁର ପୀରବଜାର ସ୍ଥିତ ସିମେଣ୍ଟ କାରଖାନାକୁ ପୋଲିସ ସିଲ୍ କରିଛି । ଅପମିଶ୍ରଣ ଓ ନକଲି ସାମଗ୍ରୀ ଉତ୍ପାଦନ କରାଯାଉଥିବା ଅଭିଯୋଗର ଆଧାରରେ ପୋଲିସ ସିମେଣ୍ଟ କାରଖାନାକୁ ସିଲ୍ କରିଥିବାର ଜଣାପଡିଛି ।
କେନ୍ଦ୍ରାପଡ଼ା, ୩/୧(ଏସଏସନିୟୁଜ) ୨ ବର୍ଷର ପୁଅକୁ ହତ୍ୟା କରିଛି ଜନ୍ମଦେଇଥିବା ମାଆ ।ହତ୍ୟା କରି ଅଖାରେ ପୁରାଇ କୁଅକୁ ଫିଙ୍ଗିଦେଇଥିବାଭଳି ଅଭିଯୋଗ ହୋଇଛି । କୂଅଭିତରୁ ଅଗ୍ନିଶମ ବାହିନୀ ଓ ପୋଲିସ୍ ମୃତଦେହକୁ ଉଦ୍ଧାର କରିଛି । ସାମାନ୍ୟ ଘରୋଇ କଳିରୁ ଏହି ଭଳି ବର୍ବର୍ କାଣ୍ଡ ମାଆ ଘଟାଇଥିବା କୁହାଯାଉଥିବାବେଳେ ଉଭୟ ସ୍ୱାମୀ ଓ ଅଭିଯୁକ୍ତ ମହିଳାଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି ।ଯାହା ଏବେ ସେହିଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
୧. ପୂର୍ବତଟ ରେଳବାଇ ଅର୍ନ୍ତଗତ ହାୱାଡାରୁ ଜଗଦଲପୁର ମଧ୍ୟରେ ଚଳାଚଳ କରୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ସୋମବାର ଠାରୁ ଚଳାଚଳ ଆରମ୍ଭ କରିବ। ୨. ରାଜ୍ୟରେ ରବିବାର ଗୋଟିଏ ଦିନରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ୩. ମହାମାରୀ ତୃତୀୟ ବର୍ଷରେ ପହଞ୍ଚିଥିବା ବେଳେ ୨୦୨୨ରେ ଏହା ଶେଷ ହେବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ଟେଡ୍ରୋସ୍ ଆଧାନମ ଘେବ୍ରେୟେସସ୍ ଆଶାବ୍ୟକ୍ତ […]
ଯାଜପୁର, ୨/୧(ଏସଏସନିୟୁଜ) ସନ୍ଥ ମହାଦେବ ନିକଟର ଏକ ଭଡ଼ା ଘରୁ ଟାଉନ ଥାନା ପୋଲିସ ବିପୁଳ ପରିମାଣର ନକଲି ନୋଟ ଗତକାଲି ରାତିରେ ଜବତ କରି ଏହିଘଟଣାରେ ଯାଜପୁର ମଙ୍ଗଳପୁର ଥାନା କାଟିଆ ଅଂଚଳର ଜଣକୁ ଅଟକ ରଖି ପଚରାଉଚରା କରୁଛି ।ଜବତ ନଜଲି ନୋଟ ୧୩ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ଆକଳନ କରୁଛି । ପଂଚାୟତ ନିର୍ବାଚନ ପୂର୍ବରୁ ଏତେ ପରିମାଣର ନକଲି ନୋଟ ଜବତ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହି ନକଲି ନୋଟ […]
କେନ୍ଦ୍ରାପଡ଼ା, ୨/୧(ଏସଏସନିୟୁଜ) କେନ୍ଦ୍ରାପଡ଼ା ସଦର ଥାନା ଶ୍ୟାମସୁନ୍ଦରପୁର ନିକଟ ଏକ ଗଡ଼ିଆରୁ ୨ ଯୁବକଙ୍କ ମୃତଦେହ ସହ ଏକ ବାଇକକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ପାଟକୁରା ଥାନା ତଳଗାଁର ମୃତକ ୨ ଜଣଯୁବକ ସୁବ୍ରତ ଜେନା ଓ ସନାତନ ପଟ୍ଟନାୟକ କାଲି ପିକନିକ୍ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ ।ମୃତ୍ୟୁର ପକୃତ କାରଣ ଜଣାପଡିନଥବାବେଳେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱର, ୧/୧(ଏସଏସନିୟୁଜ) ଇନଫୋସିଟି ଥାନା ଅଂଚଳରେ ଥିବା ଏକ ଘରୋଇ କଲେଜର ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଜଣଙ୍କର ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି । ସୃଷ୍ଟି ଏକାଡେମି ଅଫ ମ୍ୟାନେଜମେଣ୍ଟ ନିକଟରେ ଥିବା ଏକ ଛାତ୍ରୀନିବାସରୁ ଛାତ୍ରଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ମୃତ୍ୟୁର କାରଣ ଅସଷ୍ଟ ରହିଥିବାବେଳେ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱର, ୧/୧(ଏସଏସନିୟୁଜ) ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀର ଏୟାରଫିଲଡ ଥାନା ଅଞ୍ଚଳର ସୁନ୍ଦରପଦାର ବୁଧମଣ୍ଡପ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଖଣ୍ଡାରେ ଆକ୍ରମଣ କରିବାରୁ ସୁନ୍ଦରପଦା ନୂଆସାହିର ଦୀପକ ରାଉତରାୟ ନାମକ ଜଣେ ଯୁବକର ମୃତ୍ୟୁ ଘଟିଛି ।ଗତକାଲି ରାତିରେ ନୁଆବର୍ଷ ଭୋଜି ନୁଆସାହି ଅଞ୍ଚଳର କିଛି ଯୁବକ କରୁଥିବାବେଳେ କପିଳେଶ୍ୱର ଅଞ୍ଚଳର ନିଶାସକ୍ତ ଅବସ୍ଥାରେ କିଛି ଯୁବକ ଆସି ପାଟିତୁଣ୍ଡ କରିଥିଲେ। ଦୀପକ ରାଉତରାୟ ହଜ୍ ପୋଖାରୀ […]
ବାରଙ୍ଗ,୩୧/୧୨(ଏସଏସନିୟୁଜ) ଚନ୍ଦକା ପିତାପଲ୍ଲୀ ରାସ୍ତାରେ ଦୈନିକ ରାତ୍ରୀରେ ବେଆଇନଭାବେ ମୋରମ,ମାଙ୍କଡା ପଥିର,ଚୋରା ଚାଳଣ ହେଉଥିବାର ଖବରପାଇ ଶୁକ୍ରବାର ସକାଳୁ ମେଣ୍ଢାଶାଳ ଫାଣ୍ଡି ପୋଲିସ ଅଚାନକ ଚଢାଉ କରି ଦୁଇଟି ମୋରମ ବୋଝେଇ ହାଇୱା ଓ ଗୋଟିଏ ପଥର ବୋଝେଇ ଟ୍ରକକୁ ଜବତ କରିଛନ୍ତି ।ଜବତ ଗାଡିଗୁଡିକ ବିଷୟରେ ମେଣ୍ଢାଶାଳ ରାଜସ୍ୱନିରିକ୍ଷକଙ୍କୁ ସୁଚନା ଦେଇଛନ୍ତି ।ଗତକାଲି ମଧ୍ୟ ଏକ ଚୋରାମାଟି ଚାଲଣକାରୀ ଟ୍ରକକୁ ପୋଲିସ ଜବତ କରିଥିବାବେଳେ ତାଠାରୁ ରାଜସ୍ୱବିଭାଗ ୬୦ହଜାରେ ଟଙ୍କାର ଜୋରିମନା କାଟିବାପରେ ଛାଡିଥିବାର ଜଣାପଡିଛି […]
କଟକ,୩୧/୧୨(ଏସଏସନିୟୁଜ)ଓଡିଶା ପୋଲିସର ନୁତନଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ସୁନିଲକୁମାର ବଂସଲ ଶୁକ୍ରବାରଦିନ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟକାର୍ଯ୍ୟାଳୟଠାରେ ପୁର୍ବତନ ଡିଜିପି ଶ୍ରୀ ଅଭୟଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁନିଲକୁମାର ବଂସଲ ଆଇପିଏସ ପୋଲିସ ମୁଖ୍ୟାଳୟଠାରେ ପହଁଚିବାପରେ ତାଙ୍କୁ ଗାର୍ଡଅଫ ଅନର ପ୍ରଦାନ କାରଯିବା ସହ ଉପସ୍ଥିତ ଅଧିକାରୀମାନେ ପୁଷ୍ପଗୁଛଦେଇ ସ୍ୱାଗତ ଜଣାଇଥିଲେ ।ଦାୟିତ୍ୱ ଗ୍ରହଣ ପୁର୍ବରୁ ଶହୀଦ ସ୍ମୃତିସ୍ତମ୍ବରେ ମଲ୍ୟାର୍ପଣ କରିଥିଲେ ।ଦାୟିତ୍ୱ ଗ୍ରହଣ ପରେ ନୂଆ ପୋଲିସ ଡିଜି ସୁନିଲ କୁମାର ବଂଶଲଙ୍କ ପ୍ରତିକ୍ରିୟାରେ କହିଛନ୍ତି […]
ଭୁବନେଶ୍ୱର,୩୧/୧୨(ଏସଏସନିୟୁଜ) ଗତକାଲିଠୁ ୩ ଦିନ ପର୍ଯ୍ୟନ୍ତ ଚେକିଂକୁ ଜୋରଦାର କରିବ କମିସିନେରେଟ ପୋଲିସ । ନୂଆ ବର୍ଷ ପାଇଁ ଯେପରି ଭିଡ ନହୁଏ ସେଥିପ୍ରତି ନଜର ଦେଇ ଏସଆରସିଙ୍କ ନିୟମ ଅନୁସାରେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ କଟକ-ଭୁବନେଶ୍ବରରେ ଥିବା ସମସ୍ତ ମଲ, ରେଷ୍ଟୁରାଣ୍ଟ, ବାର୍ ଓ କ୍ଲବ ଗୁଡିକୁ କହିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ନିୟମରେ ଖିଲାପ ହେଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ […]