Browsing category

ଅପରାଧ

ଘରେ ପଶି ମହିଳାଙ୍କୁ ହାଣି ଲୁଟ୍

ଭୁବନେଶ୍ୱର, ୫/୧(ଡିଏନଏ) ସହିଦ ନଗରଥାନା ଅଧିନସ୍ଥ ଜଗନ୍ନାଥ ନଗର ସ୍ଥିତ ଲେନ୍-୪ରେ ଘରେ ପଶି ମହିଳାଙ୍କୁ ଆକ୍ରମଣକରି ଦୁର୍ବୁର୍ତ୍ତମାନେ ଲୁଟି ନେଇଛନ୍ତି ।ଘଟଣାଘଟିଛି ପୁଣି ଦିନଦ୍ୱହିପହରରେ ।ଦୁର୍ବୁତମାନେ ମହିଳାଙ୍କ ହାତ ଗୋଡ ବାନ୍ଧି ଘରେ ଥିବା ସୁନାଗହଣା, ମୋବାଇଲ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି ।ଦୁର୍ବୁମାନଙ୍କ ଆକ୍ରମଣରେ ମହିଳାଜଣଙ୍କ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ବାରହା ଫାସରେ ପଡ଼ି ବାଘର ମୃତ୍ୟୁ

କଟକ, ୪/୧(ଏସଏସନିୟୁଜ) ତିଗିରିଆ ବନାଞ୍ଚଳ ଭିରୁଡ଼ା ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାସରେ ପଡ଼ି ଏକ କଲରପତରିଆ ବାଘର ମୃତ୍ୟୁ ହୋଇଥିବାର ଜଣାପଡିଛି । ଗତକାଲି ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଆଜି ଭୋରରୁ ମରିଥିବାର ବନବିଭାଗ ପ୍ରକାଶ କରିବାସହ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଭିରୁଡ଼ା ଜଙ୍ଗଲରେ କେହି ଜଣେ ଶିକାରୀ ବାରହା, ହରିଣଙ୍କ ଶିକାର କରିବା ପାଇଁ ଜାଲ ବିଛାଇଥିଲା । ହେଲେ ଉକ୍ତ ଜାଲରେ […]

ପୁଣି ଧରାପଡ଼ିଲା ନକଲି ସିମେଣ୍ଟ କଂପାନି

କଟକ, ୪/୧(ଏସଏସନିୟୁଜ)ପୁଣି ନକଲି ସିମେଣ୍ଟ କାରବାରର ପର୍ଦ୍ଦାଫାସ କରିଛି ଜଗତପୁର ଥାନା ପୁଲିସ। ଏହାସହ ନକଲି ସିମେଣ୍ଟ ବୋଝେଇ ଟ୍ରକକୁ ଜବତ କରିବା ସହିତ ଗୋଦାମକୁ ସିଲ୍ କରିଛି ।ଏହି ଘଟଣା ଘଟିଛି ଜଗତପୁର ପୀରବଜାର ଅଞ୍ଚଳରେ । ଜଗତପୁର ପୀରବଜାର ଅଞ୍ଚଳ ପାର୍ଶ୍ବବର୍ତ୍ତୀ ଚମ୍ପତି ଗ୍ରାମରେ ମା’ ତାରିଣୀ କନଷ୍ଟ୍ରକସନ କମ୍ପାନି ନାମରେ ଦୀର୍ଘବର୍ଷ ଧରି ଚାଲି ଆସୁଥିବା ନକଲି କାରଖାନା ଉପରେ ପୋଲିସ ଚଢାଉ କରିଥିଲା ।ସୋମବାରଦିନ ଏସିପି ଅମରେନ୍ଦ୍ର ପଣ୍ଡା ଓ ଜଗତପୁର […]

ଶିକ୍ଷକଙ୍କଠାରୁ ୫୦ହଜାର ଟଙ୍କା ଲୁଟ

ଆଠଗଡ, ୪/୧(ଏସଏସନିୟୁଜ)ଶିକ୍ଷକଙ୍କଠାରୁ ୫୦ହଜାର ଟଙ୍କା ଲୁଟ ହୋଇଛି । ଶିକ୍ଷକ ବିଜୟ କୁମାର ପଣ୍ଡା ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ୩ଜଣ ଦୁର୍ବୁତ ଦୁଇଟି ବାଇକରେ ଆସି ସାଇକଲ ହାଣ୍ଡେଲରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଚମ୍ପଟ ମାରିଥିଲେ ।ଏନେଇ ପଣ୍ଡା ଆଠଗଡ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରକାସ ଯେ, ଆଠଗଡ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାରୁ ୫୦ହଜାର ଟଙ୍କା ଉଠାଇ ସାଇକେଲରେ ବାଣୀକଣ୍ଠନଗରକୁ ବିଜୟ କୁମାର […]

ଜାଲିଦେଲେ ଧାନଗଦା

ଡେଲାଙ୍ଗ,୩/୧(ଏସ ଏସ ନିଉଜ)ସୁଲୋଚନା ସ୍ୱାଇଁଙ୍କ ଏକ ଧାନଗଦାରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଛି।ଫଳରେ ଗଦାଟି ଜଳିଯାଇ ହଜାର ହଜାର ଟଙ୍କାର ଧାନ ପୋଡି ନଷ୍ଟ ହୋଇଯାଇଥିବା ନେଇସୁଲୋଚନା ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।ଏହି ଘଟଣା ଗୋଡିପୁଟମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ ଘଟିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଜଗନ୍ନାଥଙ୍କ ଦର୍ଶନ କଲେ ନୂଆ ଡିଜିପି

ପୁରୀ, ୩/୧(ଏସଏସନିୟୁଜ) ଆଜି ନୂଆ ଡିଜିପି ସୁନୀଲ ବଂଶଲ ପତ୍ନୀଙ୍କ ସହିତ ଆସି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । କଡା ସୁରକ୍ଷାର ସହ ସୁନୀଲ ବଂଶଲ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେବାସହ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିଛନ୍ତି  

ନକଲି ନୋଟ୍‍ ,ଛପା ଯନ୍ତ୍ର, କାଳି, କାଗଜ ଓ ଷ୍ଟାମ୍ପ ଜବତ

ଯାଜପୁର, ୩/୧(ଏସଏସନିୟୁଜ)ଭଡାଘରୁ ପୋଲିସ ୧୩ ଲକ୍ଷ ଟଙ୍କାରଜାଲ୍ ନୋଟ୍ ସହ ୨୨ଟି ଅତ୍ୟାଧୁନିକ ଯନ୍ତ୍ର (ମେସିନ୍‌), କାଗଜ, କାଳି, ଷ୍ଟାମ୍ପ୍ ଓ ଅନ୍ୟାନ୍ୟ ସାମଗ୍ରୀକୁ ଯାଜପୁର ଥାନା ପୁଲିସ ଦଳ ଜବତ କରିଛି ।ଏହିଘଟଣାରେ ମଙ୍ଗଳପୁର ଥାନା ଛଞ୍ଚଣା ଗ୍ରାମର ଚନ୍ଦ୍ରମଣି ବଳଙ୍କୁ ମଧ୍ୟ ଗିରଫ କରିଛି। ଚନ୍ଦ୍ରମଣି ସନ୍ଥମାଧବ ଗ୍ରାମରେ ଦୀର୍ଘ ୩ମାସରୁ ଊର୍ଦ୍ଧ୍ବ ହେବ ଭଡ଼ାରେ ରହି ନକଲି ନୋଟ୍‍ ତିଆରି କରି ବିଭିନ୍ନ ସ୍ଥାନକୁ ପଠାଉଥିଲେ।ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସଦଳବଳେ […]

୩ହଜାର ଲିଟର ପୋଚ ନଷ୍ଟକଲା ଅବକାରୀବିଭାଗ

ବାଙ୍କୀ, ୩/୧(ଏସଏସନିୟୁଜ)ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୫୦ଲିଟର ଦେଶୀ ଚୋରା ରନ୍ଧା ମଦ ଜବତ କରାଯିବାସହ ୩ହଜାର ୨୦୦ଲିଟର ମଦ ରନ୍ଧା ପାଇଁ ମହଜୁଦ ଥିବା ପୋଚକୁ ନଷ୍ଟ କରାଯାଇଛି । ପଶାଣିଆ ଓ ବରପୁଟ୍ଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚୋରାରେ ମଦ ରନ୍ଧା ଚାଲିଥିବା ବେଳେ ଅବକାରୀ ବିଭାଗ ସୂଚନା ପାଇ ଚଢାଉ କରାଯାଇଥିଲା। ଏହି ଘଟଣାରେ କାହରିକୁ ଗିରଫ କରିପାରିନଥିବା ଜଣାପଡିଛି।

ସିଲ୍ ହେଲା ସିମେଣ୍ଟ କାରଖାନା

କଟକ, ୩/୧(ଏସଏସନିୟୁଜ) କଟକ ଜଗତପୁର ପୀରବଜାର ସ୍ଥିତ ସିମେଣ୍ଟ କାରଖାନାକୁ ପୋଲିସ ସିଲ୍ କରିଛି । ଅପମିଶ୍ରଣ ଓ ନକଲି ସାମଗ୍ରୀ ଉତ୍ପାଦନ କରାଯାଉଥିବା ଅଭିଯୋଗର ଆଧାରରେ ପୋଲିସ ସିମେଣ୍ଟ କାରଖାନାକୁ ସିଲ୍ କରିଥିବାର ଜଣାପଡିଛି ।

ପୁଅକୁ ମାରି କୂଅକୂ ଫିଙ୍ଗିଦେଲା ଜନ୍ମଦେଇଥିବା ମାଆ!

କେନ୍ଦ୍ରାପଡ଼ା, ୩/୧(ଏସଏସନିୟୁଜ) ୨ ବର୍ଷର ପୁଅକୁ ହତ୍ୟା କରିଛି ଜନ୍ମଦେଇଥିବା ମାଆ ।ହତ୍ୟା କରି ଅଖାରେ ପୁରାଇ କୁଅକୁ ଫିଙ୍ଗିଦେଇଥିବାଭଳି ଅଭିଯୋଗ ହୋଇଛି । କୂଅଭିତରୁ ଅଗ୍ନିଶମ ବାହିନୀ ଓ ପୋଲିସ୍ ମୃତଦେହକୁ ଉଦ୍ଧାର କରିଛି । ସାମାନ୍ୟ ଘରୋଇ କଳିରୁ ଏହି ଭଳି ବର୍ବର୍ କାଣ୍ଡ ମାଆ ଘଟାଇଥିବା କୁହାଯାଉଥିବାବେଳେ ଉଭୟ ସ୍ୱାମୀ ଓ ଅଭିଯୁକ୍ତ ମହିଳାଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି ।ଯାହା ଏବେ ସେହିଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।