Browsing category

ଅପରାଧ

ବାଟରୁ ଟେକିନେଲା ଭିଜିଲାନ୍ସ

ମାଲକାନଗିର.୨୨/୯(ଏସଏସନିୟୁଜ) ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ । ମୋଟୁରୁ କଟକ ଫୁଲନଖରା ନିଜ ଘର କୁ ଆସୁଥିବାବେଳେ ଖୋର୍ଦ୍ଧା ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଛି ।ଏହାସହ ତାଙ୍କପାଖରେ ଥିବା ୨ ଲକ୍ଷ ୮୦ ହଜାର ଟଙ୍କାକୁ ଜବତକରିଛି । ଜବତ ଟଙ୍କାର ସନ୍ତୋଷଜନକ ଉତ୍ତର ଆଇଆଇସି ଦେଇ ପାରିନଥିବାବେଳେ କଟକରେ ଥିବା ତାଙ୍କ ର ଦୁଇଟି ଘର ସମେତ ମୋଟୁ ଥାନାରେ ଚଢାଉ କରିଛି ଭିଜିଲାନ୍ସ ।

ଧରାହେଲେ ଆଉ ଜଣେ ଆଂଜେଲ ପ୍ରିୟା

ଭୁବନେଶ୍ୱର,୨୨/୯(ଏସ ଏସ ନିୟୁଜ)ଫେସ୍ ବୁକରେ ଛଦ୍ମ ଫଟୋ ଲଗାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଇବା ଓ ବହୁ ପରିଣାମ ର ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ସହିଦ ନଗର ଥାନା ପୁଲିସ୍ ଜଣେ ଯୁବତୀ ଗିରଫ କରିଛି।ଗିରଫ ବହୁରୂପୀ ମହିଳାଙ୍କ ନାମ ଆଞ୍ଜେଲ ପିହୁ ଓରଫ ପିହୁ ବିଶ୍ୱାସ ଓ ଘର କଲିକତାରେ । ଟଙ୍କା ରୋଜଗାର ପାଇଁ ସେ ଫେସ୍ ବୁକରେ ନିଜର ଛଦ୍ମ ଫଟୋ ଲଗାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଉଥିଲା ଏବଂ ବିପୁଳ […]

ପୋଲିସ ହାତରେ ଧରାପଡିଲା ବନ୍ଧୁକବେପାରୀ

ଭୁବନେଶ୍ବର,୨୨/୯(ଏସଏସନିୟୁଜ) ଭରତପୁର ଅଞ୍ଚଳର ଭାବଗ୍ରାହୀ ସାହୁ ନାମକ ଯୁବକକୁ ପୋଲିସ ଗିରଫ କରିବାସହ ତାଠାରୁ ଦେଶୀ ବନ୍ଧୁକ ଓ ୫ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି । ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ବେଳେ ପୁଲିସ ହାତରେ ଧରାପଡିଛନ୍ତି ଭାବଗ୍ରାହୀ ।ଭାବ ବ୍‌ାରଉନସୁଗାର ବିକ୍ରି କରିବାକୁ ଆସୁଥିବାର ପୁର୍ବ ସୁଚନାପାଇ ପୋଲିସ ପ୍ରସ୍ତୁତିମୁତାବକ ଜଗି ରହିଥିଲା ।ଭାବଗ୍ରାହୀ ଆସିବାପରେ ତାକୁ ଧରିବାରେ ସ୩ମ ହୋଇଥିଲା ପୋଲିସ ।

ଏଟିଏମ୍ ଲୁଟ ଉଦ୍ୟମ ବିଫଳ,ନେଇଗଲେ ଇନଭର୍ଟର

ବାରଙ୍ଗ,୨୧/୯(ଏସ ଏସ ନିୟୁଜ)ବାରଙ୍ଗ ବ୍ଲକ ଛକ ନିକଟରେ ଥିବା କାନାଡା ବ୍ୟାଙ୍କ ଏଟିଏମ୍ ତାଡି ଟଙ୍କା ଚୋରି ଉଦ୍ୟମ ବିଫଳ ହୋଇଛି।ଟଙ୍କା ନ ପାଇବାରୁ ଇନଭର୍ଟର ନେଇଗଲେ ଦୁର୍ବୃତ୍ତ।ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ ବାରଙ୍ଗ ବ୍ଲକ ଛକ ନିକଟରେ ଥିବା କାନାଡା ବ୍ୟାଙ୍କ ଏଟିଏମ୍ ରୁ କେହି ଦୁର୍ବୃତ୍ତ ଟଙ୍କା ଚୋରି କରିବା ଉଦ୍ଧେଶ୍ୟରେ ଏଟିଏମ୍ ଭଙ୍ଗାରୁଜା କରିଥିଲେ।ଏଟିଏମ୍ ତାଡି ଲୁଟ ଉଦ୍ୟମ ବିଫଳ ହେବାରୁ ପଛପଟେ ଥିବା ଇନଭର୍ଟର ନେଇ ଫେରାର ହୋଇଯାଇଥିଲେ।ଆଜି ସକାଳୁ […]

ପୁଣି ଦାଦାଗିରି

ଭୁବନେଶ୍ୱର,୨୧/୯(ଏସଏସନିୟୁଜ)ପୁଣି ପଶ୍ଚିମବଙ୍ଗ ଦେଖାଇଲା ଦାଦାଗିରି ।ଦିଘା ବେଳାଭୂମିରେ ପାଚେରୀ କାମ ଆରମ୍ଭ କରି ନିଜର ଆଧିପତ୍ୟକୁ ଜାହିର କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଏହିକାର୍ଯ୍ୟକୁ ବିରୋଧ କରିଛି । ଉଦୟପୁର ବେଳାଭୂମିରେ ଦ୍ଵିତୀୟ ଥର ପାଇଁ ପାଚେରୀ ନିର୍ମାଣ କାର୍ଯ୍ୟ କରୁଥିଲା ପଶ୍ଚିମବଙ୍ଗ। ସେଠାରେ ୧୪୪ ଧାରା ବଳବତ୍ତର ଥିଲେ ମଧ୍ୟ ପୁଣି ଜବରଦସ୍ତ ନିର୍ମାଣକାର୍ଯ୍ୟ ଉଦ୍ୟମ କରିଛି ପଶ୍ଚିମବଙ୍ଗ। ଖବରପାଇ ଘଟଣାସ୍ଥଳରେ ଭୋଗରାଇ ତହସିଲଦାର ଓ ପୁଲିସ […]

ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଭୁବନେଶ୍ୱର,୨୧/୯(ଏସଏସନିୟୁଜ) ଚନ୍ଦ୍ରଶେଖରପୁର ଥାନା ଅଧୀନ କଲ୍ୟାଣମଣ୍ଡପ ବସ୍ତିରେ ସ୍ୱାମୀକୁ କାଠଫାଳିଆରେ ପିଟିପିଟି ସ୍ତ୍ରୀ ହତ୍ୟା କରିଥିବାଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।ମୃତବରଣକରିଥିବା ବ୍ୟକ୍ତି ସାମ ମୁଣ୍ଡୁରି(୫୦) ବିଏମସିରେ ସଫେଇ କାମ କରନ୍ତି। ଗତକାଲି ରାତିରେ ସାମଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବାର ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ସ୍ତ୍ରୀ ଝିଙ୍ଗି ମୁଣ୍ଡୁରୀକୁ ଅଟକ ରଖିଛି । […]

ବିଏସ୍‌ଏଫ୍‌, ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ଡେଲାଙ୍ଗ,୨୦/୯(ଏସଏସନିୟୁଜ) ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ।ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ସହ ଲୋକଙ୍କ ମନରେ ସାହସ ଓ ସୁରକ୍ଷିତ ଭାବନା ଆଣିବା ପାଇଁ ପୁଲିସ ଫୋର୍ସ ଫ୍ଲାଗ୍‌ମାର୍ଚ୍ଚ କରିଛି । ଡେଲାଙ୍ଗ ଷ୍ଟେସନ ବଜାର, ହାଟବଜାର, ବାୟାବଜାର ,ବେରବୋଇ ଛକ ସହିତ ବିଭିନ୍ନ ବଜାର ଓ ଛକ ମାନଙ୍କରେ ବିଏସ୍‌ଏଫ୍‌, କେନ୍ଦ୍ରୀୟ ଓ ଓଡିଶା ପୁଲିସ ପକ୍ଷରୁ ଫୋର୍ସ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା । ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା […]

SDOଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର, ୨୧/୯(ଏସଏସନିୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋର ମିଟର ରିଡିଂ ବିଭାଗର ଦାୟିତ୍ୱରେ ଥିବା SDO  ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।ତାଙ୍କ କାର୍ଯ୍ୟାଳୟ ସହିତ ସ୍ପଞ୍ଜ କଲୋନୀରେ ଥିବା ନିଜ ଘର, ଘଟଗାଁର ନିଜ ଓ ଭାଇଙ୍କ ଘର,ଶଶୁରଘର ସମେତ ୪ଟି ସ୍ଥାନରେ ଏକକାଳିନ ରେଡ୍ ହୋଇଛି ।

ମୋ ପୁଅକୁ ବିଦ୍ୟା ହିଁ ମାରିଛି !

୧-ଆଇପିଏଲ : ବାଙ୍ଗାଲୋରକୁ ୯ ଓ୍ବିକେଟରେ ହରାଇଲା କୋଲକାତା ୨-୨୭ରେ ଭାରତ ବନ୍ଦ ! ଡାକରା ଦେଲା ସଂଯୁକ୍ତ କିଷାନ ମଞ୍ଚ, କଂଗ୍ରେସର ସମର୍ଥନ ଘୋଷଣା । ୩-ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସ୍ଥାନ ସପ୍ତମ .୪-ନ୍ୟୁଜିଲାଣ୍ଡ ପରେ ଏବେ ଇଂଲଣ୍ଡ ଦେଲା ଝଟକା, ବାତିଲ୍ କଲା ପାକିସ୍ତାନ ଗସ୍ତ . ୫-ଶତାବ୍ଦୀ ନଗର ଦଶମ ଶ୍ରେଣୀ ଛାତ୍ର ଭାସିଯିବା ଘଟଣା – ୧୯ ଘଣ୍ଟା ପରେ ଡ୍ରେନରୁ ମିଳିଲା ମୃତ ଦେହ । ୬-ମୃତ ଜ୍ୟୋତିପ୍ରକାଶଙ୍କ […]

କୋଇଲା ଟ୍ରକରୁ ମିଳିଲା ୨୨୫୬ କିଲୋ ଗଂଜେଇ ଜବତ

ମାଲକାନଗିରି, ୨୦/୯(ଏସ ଏସ ନିୟୁଜ) ଗଂଜେଇ ଚାଲାଣର ଅଭିନବ ଉପାୟକୁ ଆପଣେଇଥିବା ବେଳେ ଚିତ୍ରକୋଣ୍ଡା ଥାନା ପୋଲିସ ୩ଜଣଙ୍କୁ ଗିରଫ କରିବାସହ ବ୍ୟବହୃତ ଟ୍ରକକୁ ଜବତ କରିଛି ।କୈାଣସିସୁତ୍ରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ପୋଲିସ ଚିତ୍ରକୋଣ୍ଡା ନିକଟରେ ଗାଡିଗୁଡିକକୁ ଯାଞ୍ଚ ଆରମ୍ଭ କରିଥିଲେ ।ଏହିସମୟରେ ଆସୁଥିବା ସିଜି-୦୭-୮୫-୨୫୬୪ ନମ୍ବର ଗୁଣ୍ଡକୋଇଲା ବୋଝେଇ ଟ୍ରକକୁ ଅଟକାଇ ଯାଞ୍ଚ ପରେ ସେଥିରୁ ୯୪ ପ୍ୟାକେଟ ରେ ଥିବା ୨୨୫୬ କିଲୋ ଗଂଜେଇ ଜବତ କରିଥିଲା ପୋଲିସ । ଟ୍ରକରେ […]