ମାଲକାନଗିରି,୨୭/୯(ଏସଏସନିୟୁଜ) ବାଜାଜ ଅଟୋରୁ ମିଳିଲା ଗଞେଇ । ଚିତ୍ରକୋଣ୍ଡା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଆସୁଥିବା ଗୁଣ୍ଠାୱାଡା ଗ୍ରାମପାଖରେ ଏକ ଅଟୋକୁ ରୋକିଥିଲେ । ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ବୋଝେଇ ବସ୍ତା ଥିବା ଜଣା ପଡ଼ିଥିଲା।ପରେ ପୋଲିସ ଏଥିରେ ସମ୍ପୃକ୍ତ ଧନପମି ଜାନି, ଅର୍ଜନ ଗୋଲାରି, ଜଗବନ୍ଧୁ ଖରା, କିଲଚିନା ରାଓ, ବାଲୁକିନ୍ଦାଲ ଓ ସନିଆ ବଡନାୟକଙ୍କ ସମେତ ୬ଜଣଙ୍କୁ ଚୋରା ଚାଲାଣରେ ସମ୍ପୃକ୍ତଥିବା ଅଭିଯୋଗରେ ଗିରଫ କରିଛି ।ସେମାନଙ୍କଠାରୁ ସେମାନଙ୍କ ଠାରୁ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ୍ୱମୁଲ୍ୟର ୮୧୧ କେଜି ୩୦୦ଗ୍ରାମ ଗଂଜେଇ ସହ ନଗଦ ୧୭୦୦ଟଙ୍କା, ୪ଟି ମୋବାଇଲ ଓ ୩ଟି ମଟର ସାଇକେଲ ପୁଲିସ ଜବତ କରିଛି।ଏହି ଗଞେଇ ଆନ୍ଧ୍ର ପ୍ରଦେଶକୁ ଚାଲାଣ କରିବାର ଯୋଜନା କରାଯାଉଥିଲା ବୋଲି ଏସ୍ଡିପିଓ ଅଂଶୁମାନ ଦ୍ବିବେଦୀ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କହିଛନ୍ତି ।