ଟଳିଲା ବିପଦ

ଆଜି ସକାଳର ଖବର ତାରିଖ ୨୭-୦୯-୨୦୨୧/ସୋମବାର

୧-ପାଠ ପଢ଼ିବାର ଅଜବ ନିଶା : ଅପରେସନରେ ଛୁଆ ପ୍ରସବ କରି ସାରିବା ପରେ ଆମ୍ବୁଲାନ୍ସ ରେ REET ପରୀକ୍ଷା ଦେବା ପାଇଁ ମହିଳା ପହଞ୍ଚିଲେ ପରୀକ୍ଷା କେନ୍ଦ୍ରରେ
୨-ଆଜି ଭାରତ ବନ୍ଦ : କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି ଓଡିଶାର ୭ ରାଜନୈତିକ ଦଳ ।
୩-ବରଗଡ ପୋଲିସ ହାଜତ ମୃତ୍ୟୁ ଓ ଲାଠିଚାର୍ଜ ଘଟଣାରେ ପୁଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ବରଗଡ ଟାଉନଥାନାର ୨ ଜଣ ଏଏସଆଇ ଜଣେ ଏସଆଇ ଓ ଜଣେ ହୋମଗାର୍ଡଙ୍କୁ କାର୍ଯ୍ୟାନ୍ତର କରାଯାଇଛି ।
୪-ଗୁଲାବ ବିପଦ ଟଳିଲା । ଆନ୍ଧ୍ରରେ ମାଡ ହେଲା, ଓଡ଼ିଶାରେ ଅଳ୍ପ ପ୍ରଭାବ ପଡିଲା
୫-ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ୪୨ଟି ଓଡ୍ରାଫ୍ ଟିମ୍‌, ୨୪ଟି ଏନ୍‌ଡିଆର୍‌ଏଫ୍ ଏବଂ ୧୦୩ଟି ଅଗ୍ନିଶମ ଟିମ୍ ନିୟୋଜିତ ।
୬-ଆଇପିଏଲ୍‌: କୋଲକାତାକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଂଚିଲା ଚେନ୍ନାଇ ।
୭-ଟି-୨୦ ଫର୍ମାଟ୍‌ରେ କୋହଲିଙ୍କ ରେକର୍ଡ, ପ୍ରଥମ ଭାରତୀୟ ବ୍ୟାସଟସମ୍ୟାନ ଭାବେ ପୂରଣ କଲେ ୧୦ ହଜାର ରନ ।
୮-ପିପିଲି ଉପନିର୍ବାଚନ: ପ୍ରଶିକ୍ଷଣ ‌ଶେଷ, ୨୮ରେ ବୁଥକୁ ଯିବେ ପୋଲିଂ ପାର୍ଟି .।
୯-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ ର ପ୍ରସାରଣରେ ଓଡିଶାର ଔଷଧୀୟ ବୃକ୍ଷ ଚାଷୀ ପଟାୟତ ସାହୁଙ୍କୁ ପ୍ରଶଂସା କରିଛନ୍ତି।
୧୦-ଆମେରିକାରୁ ୧୫୭ କଳାକୃତି ଓ ପ୍ରଚୀନ ସାମଗ୍ରୀ ସ୍ୱଦେଶ ଆଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
୧୧-ଦିପାବଳୀରେ ପରଦାକୁ ଆସୁଛି ଅକ୍ଷୟ କୁମାର ଓ କ୍ୟାଟ୍ରିନାଙ୍କ ଫିଲ୍ମ ସୂର୍ଯ୍ୟବଂଶୀ : ରିଲିଜ୍ ଡେଟ୍ ଘୋଷଣା କଲେ ଫିଲ୍ମ ନିର୍ମାତା ରୋହିତ୍ ଶେଟ୍ଟୀ ।
୧୨-ଆମେରିକାରୁ ଫେରି ଦେଶବାସୀଙ୍କୁ ମୋଦୀଙ୍କ ସମ୍ବୋଧନ: ମନ କି ବାତରେ ‘ନମାମୀ ଗଙ୍ଗେ’ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ।
୧୩-ଯୋଗୀ ସରକାରର ମନ୍ତ୍ରୀମଣ୍ଡଳ ବିସ୍ତାର : ଶପଥ ନେଲେ ୭ ସଦସ୍ୟ, କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜିତିନ୍‌ ପ୍ରସାଦ ହେଲେ ମନ୍ତ୍ରୀ ।
୧୪-ପଞ୍ଜାବ କ୍ୟାବିନେଟ୍ ବିସ୍ତାର: ଶପଥ ନେଲେ ଚନ୍ନୀଙ୍କ ୧୫ ମନ୍ତ୍ରୀ, ୭ ନୂତନ ଚେହେରା ସାମିଲ୍ ।
୧୫-’ଗୁଲାବ’ର ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ।
୧୬-ଗୁଲାବର ସମୀକ୍ଷା କଲେ ନବୀନ ପଟ୍ଟନାୟକ; ୧୧ ଜିଲ୍ଲାରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ ।
୧୭-ବାତ୍ୟା ପାଇଁ ୧୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି: ଏସଆରସି ।
୧୮-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ‘ଗୁଲାବ’ ପରିସ୍ଥିତି ଉପରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
୧୯-କମାଲ୍ କରିଦେଲେ ସ୍ନେହା …ଜାତିସଂଘରେ ପାକ୍ କୁ ପାନେ ଚଖାଇଲେ ଭାରତର ଏହି ଯୁବ ଅଫିସର ସ୍ନେହା ଦୁବେ, ଏବେ ସାରା ଦେଶ କରୁଛି ବାଃ ।
୨୦-ବନ୍ଦ ଯୋଗୁଁ ଘୁଞ୍ଚିଲା +୩ ନାମଲେଖା ।
୨୧-ସମୁଦ୍ରରେ ଫସିଛି ୩୨ରୁ ଅଧିକ ଆନ୍ଧ୍ର ଟ୍ରଲର୍, ଅଟକିଛନ୍ତି ୨୦୦ରୁ ଅଧିକ ମତ୍ସ୍ୟଜୀବୀ ।
୨୨-ଓଡିଆରେ ଇଂଜିନିୟରିଂ ପୁସ୍ତକ ପ୍ରସ୍ତୁତିର ସମୀକ୍ଷା : ଶୀଘ୍ର ପାଠ୍ୟପୁସ୍ତକ ପ୍ରସ୍ତୁତିପାଇଁ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କ ଗୁରୁତ୍ୱ ।
ବିଶ୍ବାସ ନହେଲେ ବି ସତ-ଯେଉଁ ଲୋକ କୁ ତୁମ ସମ୍ପର୍କ ର ଟିକେ ବି ଚିନ୍ତା ନାହିଁ…. ସେପରି ଲୋକଙ୍କ ସହ ଜବରଦସ୍ତି ରହିବା ଅପେକ୍ଷା….. ସମ୍ମାନର ସହ ତାଙ୍କଠାରୁ ଦୂରେଇ ଯିବା ଭଲ…..ଶୁଭ ସକାଳ,ସୁପ୍ରଭାତ

 

Comments (0)
Add Comment