Browsing category

ଅପରାଧ

କୁଆଖାଇ ନେଲା ଜୀବନ

ଭୁବନେଶ୍ବର ,୨୬।୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ ଆଜି ଅଘଟଣ ଘଟିଛି। ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ଦୁଇ ଯୁବକ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନଥିବା ସୂଚନା ମିଳିଛି । ଭୁବନେଶ୍ବର ବାଲିଯାତ୍ରା ପଡିଆ ନିକଟ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ ୫ ଜଣ ସାଙ୍ଗ । ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଯୁବକ ଭାସିଯାଇଥିଲେ । ଖବର […]

ପାର୍ବଣ ପୂର୍ବରୁ କମିଶନରେଟ୍‌ ପୋଲିସକୁ ସଫଳତା

କଟକ, ୨୬ା୭(ଏସଏସନିଉଜ) ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିଲା ସ୍ପେସାଲ ସ୍କ୍ବାର୍ଡା୬ ଅଭିଯୁକ୍ତଙ୍କଠାରୁ ୫ ବନ୍ଧୁକ ସହ ୧୩ ରାଉଣ୍ଡ ଗୁଳି ଜବତ କରିଛି ।ଅଭିଯୁକ୍ତ ବନ୍ଧୁକ ବିକ୍ରି ସହ ପାର୍ବଣରେ ଘଟାଇଥାନ୍ତେ ଅପରାଧାଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଅଛି ଏକାଧିକ ମାମଲା ରହିଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

ମାଡ଼ି ବସିଲା ପୋଲିସ

ଚୌଦ୍ୱାର,୨୬ା୭(ଏସଏସନିଉଜ)ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା କଟକ ଜିଲ୍ଲା ଚୌଦ୍ୱାର ଥାନା ପୋଲିସ । ଏହି ଘଟଣାରେ ଦୁଇଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୨୫ କେଜି ଗଞ୍ଜେଇ ଜବତ ହୋଇଛି।

ଓଲଟିଲା ଯାତ୍ରୀବାହୀ ବସ୍

ଦଶପଲ୍ଲା,୨୫।୭(ଏସଏସନିଉଜ)କଟକରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ମିଶ୍ର ନାମକ ଏକ ଘରୋଇବସ୍ ଦଶପଲ୍ଲା ଥାନା ସରିଗଣ୍ଡା ଛକ ନିକଟରେ ଘଟିଛି ଦୁର୍ଘଟଣାଗ୍ରସ୍ତ ହୋଇଛି।ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯାଇଛି ଓ ୪ ଜଣ ଗରୁତର ଆହତ,୧୭ରୁ ଅଧିକ ଆହତ ହୋଇଥିବାର ଜଣାପଡିଛି। ଦଶପଲ୍ଲା ଥାନା ସରିଗଣ୍ଡା ଛକ ନିକଟରେ ଏକ ଟ୍ରକ୍‌କୁ ସାଇଡ ମାରିବାକୁ ଯାଇ ରାସ୍ତାକଡ଼ ବିଲ ଭିତରେ ଓଲଟି ପଡ଼ିଲା ବସ୍।ଆହତମାନଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ […]

ମାଟି ତଳୁ ମିଳିଲା ସାଢ଼େ ୩ ଲକ୍ଷ ଟଙ୍କା

ଭୁବନେଶ୍ବର,୨୫।୭(ଏସଏସନିଉଜ) ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କୋରାପୁଟର ଜୟପୁର ବନଖଣ୍ଡର ଡେପୁଟି ରେଞ୍ଜର ତଥା ଭାରପ୍ରାପ୍ତ ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଚଢ଼ଉ ବେଳେଘରେ ମାଟି ତଳୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ମିଳିଛି। ଏହାସହ ଜୟପୁର ଏବଂ ଭୁବନେଶ୍ୱରର ନିମ୍ନଲିଖିତ ୬ଟି ସ୍ଥାନରେ ଏକକାଳୀନ ଘର ଚଢ଼ଉ କରାଯାଉଛି।

ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ!

ଭୁବନେଶ୍ୱର,୨୪।୭(ଏସଏସନିଉଜ)ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଅମରେଶ।ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିଛି।ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ହୋଇଛି।୨୦୨୩ରୁ ସମ୍ପର୍କ ରଖିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି।ନାବାଳିକା ଥିଲି ବୋଲି ପୀଡ଼ିତା ଏତଲାରେ ଦର୍ଶାଇଲେ। କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଦେବି ବୋଲି ଲେଖିଲେ।ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ରେକର୍ଡ କଲା ପୋଲିସ।ଡାକ୍ତରୀମାଇନା ପାଇଁ ପୀଡ଼ିତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଲା। ପୀଡ଼ିତାଙ୍କ ଅଭିଯୋଗ ନେଇ ଅମରେଶଙ୍କ […]

ସମ୍ପର୍କୀୟ ଶାଳୀ କାଟିଥିଲା ବେକ -ଏସ୍‌ପି

କେନ୍ଦ୍ରାପଡ଼ା,୨୪।୭(ଏସଏସନିଉଜ )NHରେ ଗଳାକଟା ଘଟଣାରେ ଅଭିଯୁକ୍ତ ଗାର୍ଲଫ୍ରେଣ୍ତ ଗିରଫ ହୋଇଛି।ତିର୍ତ୍ତୋଲ ଥାନା ଅଡାପଟି ଗାଁରୁ ଗିରଫ ନେଇ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ପକ୍ଷରୁ ସୂଚନା ମିଳିଛି।ଅଭିଯୁକ୍ତ ମହିଳା ପୀଡ଼ିତ ସତ୍ୟଜିତଙ୍କ ସମ୍ପର୍କୀୟ ଶାଳୀ।ସତ୍ୟଜିତଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସମ୍ପର୍କ ଘନିଷ୍ଠ ହୋଇଥିଲା।ମହିଳାଜଣଙ୍କ କର୍ମକ୍ଷେତ୍ରରେ ଆଉ ଜଣଙ୍କ ସହ ସମ୍ପର୍କ ସନ୍ଦେହରୁ ବିବାଦ ଦେଖାଦେଇଥିଲା।କେନ୍ଦ୍ରାପଡ଼ା ବୁଲି ଆସିବା ବାହାନାରେ ହଜାରୀ ଛକ ନିକଟରେ ଆକ୍ରମଣ କରାଯାଇଥିଲା।ଧାରୁଆ ଅସ୍ତ୍ରରେ ଗଳା କାଟି ଅଭିଯୁକ୍ତ ଜଣଙ୍କ ଚମ୍ପଟ୍‌ ମାରିଥିଲା।ପୂର୍ବରୁ ଗୁରୁତର ଥିବା ସତ୍ୟଜିତ […]

୩ଲକ୍ଷ ଝାମ୍ପିନେଲେ

ଆସିକା,୨୪।୭(ଏସଏସନିଉଜ) ୩ ଲକ୍ଷ ଟଙ୍କା ଝାମ୍ପିନେଲେ ମୁଖା ପିନ୍ଧା ୪ ଦୁର୍ବୃତ୍ତ।କେ. ନୂଆପଲ୍ଲୀ ଛକ ନିକଟରୁ ବାଇକ୍‌ରେ ଆସି ଝାମ୍ପି ଚମ୍ପଟ୍‌ ମାରିଲେ।ଗ୍ରୁପ୍‌ ଲୋନ୍‌ ଟଙ୍କା ଉଠାଇ ଫେରିଲା ବେଳେ ଲୁଟ୍‌ର ଶିକାର।

ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୪।୭(ଏସଏସନିଉଜ)ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବ୍ଲାକମେଲିଂରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ଘର ଭିତରୁ ସନ୍ଦେହଜନକ ଭାବେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତ ଯୁବତୀଙ୍କ ଘର ରାୟଗଡ଼ାରେ ହୋଇଥିବା ବେଳେ ସେ +୩ ଛାତ୍ରୀ ଥିଲେ।ଚନ୍ଦ୍ରଶେଖରପୁରରେ ରହି ହୋଟେଲରେ କାମ କରୁଥିଲେ ।

ରାଜ୍ୟରାଜପଥ ଅବରୋଧ

ସୋନପୁର,୨୪।୭(ଏସଏସନିଉଜ)ମନମୁଣ୍ଡା-କଣ୍ଟାମାଳ ୪୧ ନମ୍ବର ରାଜ୍ୟ ରାଜପଥ ଅବରୋଧ ହୋଇଛି।ଅଜଣାଗାଡି ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟଣାପରେ ଉତ୍ତେଜନା ଦେଖା ଦେଇଛି।ଗାଡ଼ିକୁ ଧରିବା ଓ କ୍ଷତିପୂରଣ ଦାବିରେ ବଡ଼ କୁସଙ୍ଗ ନିକଟରେ ଉତ୍ୟକ୍ତ ଲୋକମାନେ ରାସ୍ତାରୋକ କରୁଛନ୍ତି।