Browsing category

ଅପରାଧ

ହଠାତ୍ ପୋଲ ଦୁଇଫାଳ ,୯ମୃତ

ଭୁବନେଶ୍ୱର,୯ା୭(ଏସଏସନିଉଜ)ଗୁଜରାଟରେ ପୋ ଭୁଶୁଡ଼ି ୯ଜଣଙ୍କର ମୃତୁ୍ୟହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି । ମହିସାଗର ନଦୀ ଉପରେ ଥିବା ପୋଲ ହଠାତ୍ ଦୁଇ ଫାଳ ହୋଇଯାଇଥିଲା । ପୋଲ ଉପରୁ ନଦୀକୁ ଖସି ପଡ଼ିଥିଲା ୫ରୁ ଅଧିକ ଗାଡ଼ିାଯାହାଫଳରେ ୯ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଗୁରୁତର ୧୦ ଜଣ ମେଡ଼ିକାଲରେ ଚିକିସ୍ା ପାଇଁ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ଜଗନ୍ନାଥପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୯।୭(ଏସଏସନିଉଜ)ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ।ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ।୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ।BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ।

ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଲକ ପଶୁଚିକିତ୍ସା ଅଧିକାରୀ

ଭୁବନେଶ୍ୱର,୭ା୭(ଏସଏସନିଉଜ) ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବ୍ଲକ ପଶୁଚିକିତ୍ସା ଅଧିକାରୀ (BVO) ଶୁଭ ପ୍ରକାଶ ସୋରେନ ଏବଂ ପ୍ରୋଗ୍ରାମ ଆସିଷ୍ଟାଣ୍ଟ (PA) ମହେଶ୍ୱର ସାହୁ । ଗୋ-ସୁଗମ ଯୋଜନା ଅଧୀନରେ ଜଣେ ହିତାଧିକାରୀଙ୍କୁ ୫୪ ହଜାର ଟଙ୍କାର ସବସିଡି ପ୍ରଦାନ ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଥିଲା ଭିଜିଲାନ୍ସ ।ଅଭିଯୋଗକାରୀ ଏବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଟୋଲ୍-ଫ୍ରି ନମ୍ବର ୧୦୬୪ରେ ଫୋନ୍ କରି ଜଣାଇଥିଲେ। ଅଭିଯୋଗ ଆଧାରରେ, ଭିଜିଲାନ୍ସ ପକ୍ଷରୁ ଯୋଜନା ମୁତାବକ, ଆଜି ଲାଞ୍ଚ […]

ଧରାପଡିଲେ ଗାଈ ଚୋର

ଜଟଣୀ,୬।୭(ଏସଏସନିଉଜ)ଅଭିଯୋଗକାରୀ ଅର୍ଣ୍ଣଦା ନାୟକଙ୍କ ଅଭିଯୋଗ କ୍ରମେ ଜଟଣୀଥାନା ପୁଲିସ ୨୯୦/୨୫ରେ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ ଖୋର୍ଦ୍ଧା କେରଙ୍ଗର ସେଖ ମନୁଆର(୪୦) ଓ ଜଟଣୀ ତରାବୋଇର ଲାଲୁ ଅଲି (୨୫) ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ସୂଚନାଯୋଗ୍ୟଯେ, ଗତ ୨ତାରିଖ ଦିନ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ତାଙ୍କର ଅନ୍ୟ ଦୁଇସହଯୋଗୀ ଏକ ଜାଇଲୋ କାରରେ ଆସି ଜଟଣୀ ଥାନା ଅନ୍ତର୍ଗତ ବୁଦ୍ଧପଡ଼ା ଗ୍ରାମରେ ଥିବା ଅର୍ଣ୍ଣଦା ନାୟକଙ୍କ ଘରୁ […]

କଟକରେ ସମସ୍ତ ବାଲିଘାଟ ବନ୍ଦ ପାଇ ନିର୍ଦ୍ଦେଶ

କଟକ,୬।୭(ଏସଏସନିଉଜ) କଟକରେ ସମସ୍ତ ବାଲିଘାଟ ବନ୍ଦ କରିବାକୁ କଟକ ସର୍କଲର ଖଣି ଉପନିର୍ଦ୍ଦେଶକଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।ବିଜ୍ଞପ୍ତି ଅନୁଯାୟୀବର୍ଷାଦିନରେ ସମସ୍ତ ବାଲିଘାଟ ବନ୍ଦ କରିବା ସହ ତୁରନ୍ତ ବାଲି କାମରେ ଲାଗିଥିବା ଲୋକ ଓ ଯନ୍ତ୍ରପାତିକୁ ନଦୀ କୂଳରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାକୁ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ମଧ୍ୟ କୁହାଯାଇଛି।ଏହି ନିର୍ଦ୍ଦେଶର ଉଲ୍ଲଘଂନ ବାଲି ଉଠାଣକାରୀ ସଂସ୍ଥା କରିଲେ ସେମାନଙ୍କ ଲିଜ୍‌କୁ ରଦ୍ଦ କରାଯିବା ସହ ସେମାନଙ୍କ ବିରୋଧରେ ଏତଲା ରୁଜୁ କରାଯିବ […]

ରେଳସୁରକ୍ଷା ବାଡ଼ ଭାଙ୍ଗିଦେଲେ

ବାରଙ୍ଗ,୨।୭(ଏସଏସନିଉଜ) ଷଣ୍ଢପୁର ଗ୍ରାମ ନିକଟରେତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା ଉପରେଥିବା ରେଳସୁରକ୍ଷା ବାଡ଼କୁ କେହିଅଜଣାଗାଡ଼ି ବୁଧବାର ଧକ୍କା ଦେବାରୁ ଭଙ୍ଗିଯାଇଥିବାର ଦେଖିବାକୁ ମିଳିଛି। ପ୍ରକାଶଯେ, ଷଣ୍ଢପୁରଗାଁ ପାଖ ଏକ ଢ଼ାବା ନିକଟରେ ଥିବା ରେଳ ସୁରକ୍ଷା ବାଡ଼ଟି ବୁଧବାର ସକାଳ ୯ଟା ସୁଦ୍ଧା ଭାଙ୍ଗି ରାସ୍ତା ଉପରେ ପଡ଼ିରହିଥିବାରଦେଖିବାକୁ ମିଳିଥିଲା।ଏକ ଅଜଣାଗାଡ଼ି ଧକ୍କା ଦେବାରୁ ରେଳସୁରକ୍ଷା ବାଡ଼ଟି ଭାଙ୍ଗିକରି ମୁଖ୍ୟରାସ୍ତା ଉପରେ ପଡ଼ି ରହି ଯାତାୟାତରେ ବାଧା ସୃଷ୍ଟି କରିଥିଲା।ଏପରିକି ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। […]

ବିଜେପିପାର୍ଟି କାର୍ୟ୍ୟାଳୟରେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର,୨ା୭(ଏସଏସନିଉଜ) ବୁଧବାର ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ବରସ୍ଥିତ ଭାରତୀୟ ଜନତା ପାର୍ଟି କାର୍ୟ୍ୟାଳୟରେ ପହଞ୍ଚି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ୟ୍ୟାଳୟରେ ଭେଟି ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖୁଛନ୍ତି। ଏହି ଘଟଣାକୁ ଦୁଖଦାୟକ ଓ ନିନ୍ଦନୀୟ ଓ ମୁଁ ଏହାକୁ କଡ଼ା ଶଦ୍ଦରେ ନିନ୍ଦା କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିାସେ କହିଛନ୍ତି ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ […]

୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଗଞ୍ଜାମ,୧।୭(ଏସଏସନିଉଜ)ପୁଣି ଏକ ଲଜ୍ଜ୍ୟା ଜନକ ଘଟଣା ସାମ୍ନାକୁ ଆସୁଛି। ଗୋଳନ୍ଥରାଥାନା ଅଞ୍ଚଳରେ ୧୨ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।ଉକ୍ତ ନାବାଳିକାକୁ ହାତଗୋଡ଼ ବାନ୍ଧି ଜଣେ ୧୯ବର୍ଷର ଯୁବକ ଦୁଷ୍କର୍ମ କରୁଥିବା ଖବରପାଇଥିଲେ।ଘଟଣାସ୍ଥଳରେ ପରିବାରଲୋକେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ଭର୍ତ୍ତି କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମକଦ୍ଦମା ରୁଜୁକରି ଉଭୟଙ୍କୁ ଡ଼ାକ୍ତରୀମାଇନା କରିଛି। ଅନ୍ୟପଟେ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ […]

ଟ୍ରାକ୍ଟର ନେଲା ଜୀବନ

ବାରଙ୍ଗ, ୨୯।୬(ଏସଏସନିଉଜ) ବେଲଗଛିଆ ଗ୍ରାମ ନିକଟରେ ଦୃତଗତିରେ ଆସୁଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି। ପ୍ରକାଶଯେ, ରବିବାର ଅପରାହ୍ନରେ ବେଲଗଛିଆ ଗ୍ରାମର ସୁମନ୍ତ ରାଉତ ନାମକ ଯୁବକ ଟ୍ରାକ୍ଟର ନେଇ ଘରକୁ ଫେରିବା ସମୟରେ ଗ୍ରାମ ନିକଟରେ କୁଆଖାଇ ନଦୀବନ୍ଧ ରାସ୍ତାରେ ଦୃତଗତିରେ ଯାଉଥିଲା।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ିକୁ ଅତିକ୍ରମ କରୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ନଦୀବନ୍ଧ କଡକୁ ଓଲଟି ପଡ଼ିଥିଲା।ଯାହାଫଳରେ ସୁମନ୍ତକୁ ଘଟଣାସ୍ଥଳରୁ ଗୁରୁତର ଆହତ […]

ଗୋରୁବୋଝେଇ ଗାଡ଼ି ଜବତ

କଟକ, ୨୮।୬(ଏସଏସନିଉଜ) ନେତାଜୀ ସୁଭାଷସେତୁ ଉପରୁ ଶନିବାର ସକାଳୁ ଏକ ଗୋରୁ ବୋଝେଇ କାରକୁ ପୁଲିସ ଜବତ କରିଛି। ପ୍ରକାଶଯେ, ଆଠଗଡ଼ ବାଙ୍କୀ ଅଂଚଳରୁ ଏକ ଓଆର ୦୫ଏଆର ୩୪୧୩ ନମ୍ୱର ଗୋରୁବୋଝେଇ କାରଟିରେ ୩ଟିଗୋରୁ ନେଇ ଆସୁଥିଲା।କାରଟି ନେତାଜୀ ସୁଭାଷସେତୁ ଉପରେ ପହଞ୍ଚିଥିବାବେଳେ କାରଟିରେ କୈାଣସି ଯାନ୍ତ୍ରୀକତୃଟି ଦେଖାଦେଇଥିଲା।ଗାଡିଟି ଷ୍ଟାର୍ଟ ନହେବାରୁ ବାଧ୍ୟ ହୋଇ ଗୋମାଫିଆ ମାନେ କାରଟିକୁ ବ୍ରିଜଉପରେ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା କିଛି ସ୍ଥାନୀୟଲୋକ ବ୍ରିଜଉପରେ ଥୁଆ […]