Browsing category

ଅପରାଧ

ବିଡ଼ି ପାଇଁ ହତ୍ୟା!

ଭଦ୍ରକ,୨୪।୭(ଏସଏସନିଉଜ) ବିଡ଼ି ମାଗିବାକୁ ନେଇ ଇଚ୍ଛାପୁର ଛକରେ ହତ୍ୟାକାଣ୍ଡ ଘଟିଛି।ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସାବରଙ୍ଗ ଥାନା ପୋଲିସ୍ ବୋଲିସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଭଦ୍ରକ ସଦର SDPO।ଗତ ୯ ତାରିଖରେ ବିଡ଼ି ମଗାକୁ ନେଇ ମାରପିଟ ହୋଇଥିଲା।୨୦ ତାରିଖରେ ଗୁରୁତର ଗୋଲକ ମଣ୍ଡଳଙ୍କ ମୃତ୍ୟୁ ହୋଇଥିଲା।ସାବରଙ୍ଗ ଥାନାରେ ଅଭିଯୋଗ ପରେ କାରଣ ଖୋଜୁଥିଲା ପୋଲିସ୍।

ଜେଲରୁ ବାହାରିଲେ ଡ୍ରାଇଭର ସଙ୍ଘ କୋଷାଧ୍ୟକ୍ଷ

ଭୁବନେଶ୍ୱର,୨୪।୭(ଏସଏସନିଉଜ)ଓଡ଼ିଶା ଡ୍ରାଇଭର ମହାସଙ୍ଘର କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା ଜେଲରୁ ବାହାରିଛନ୍ତି।ଜାମିନ ମଞ୍ଜୁର ହେବା ପରେ ଦେବଗଡ଼ ଜେଲରୁ ମୁକୁଳିଛନ୍ତି ।ଆଦିତ୍ୟବେହେରା ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବେଳେ ଡ୍ରାଇଭରଙ୍କୁ ମାଡ଼ମାରିବା ଅଭିଯୋଗ ହୋଇଥିଲା।ଦେବଗଡରୁ ଆଦିତ୍ୟ ବେହେରାଙ୍କୁ ଗିରଫ କରିଥିଲା ପୁଇଁତଳାଥାନା ପୋଲିସ୍ ।

ବେଆଇନ ଚୋରା ମୋରମ ଚାଲାଣ

ମେଣ୍ଢାଶାଳ,୨୨।୭(ଏସଏସନିଉଜ)ବେଆଇନ ଭାବେ ପାଇକେରା ପୁରରେ ଚୋରାମୋରମଚାଲାଣ କରୁଥିବା ବେଳେ ଚନ୍ଦକାଥାନା ପୋଲିସ ତିନିଟି ହାଇୱା ଗୋଟିଏ ଜେଶିବି ମେସିନ ଜବତକରିଛି।ଏହି ଘଟଣାରେ ଫେରାର ଥିବା ୩ଜଣ ଗାଡିଚାଳକକୁ ମଙ୍ଗଳବାର ଗିରଫକରି ୧୯୦/୨୭କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ଚନ୍ଦକାଥାନା ଅଧୀନସ୍ଥ ପାଇକେରାପୁରରେ ରହୁଥିବା ବେଗୁନିଆ ବାସୁଦେବପୁରର ସୁଦାମ ବେହେରା(୩୪)ନୟାଗଡ଼ ଖଣ୍ଡପଡ଼ାର ଜିତୁ ବରଦ(୩୨)ଓ ଅଜୟ ଗୁରୁ(୨୨) । ପ୍ରକାଶଯେ,ପ୍ରକାଶଯେ, ଗତ ମାସ ୮ତାରିଖ ସନ୍ଧ୍ୟାସମୟରେ ଚନ୍ଦକାଥାନା ପୋଲିସ ପେଟ୍ରୋଲିଂ କରୁଥିବା […]

ଡାକ୍ତର କରୁଣାକର ରାଉତଙ୍କୁ

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକଜିଲ୍ଲା ସଦରମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍‍ସରବିଭାଗର ବରିଷ୍ଠ ମେଡିକାଲ ଅଫିସରଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟଯେ, ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକେସ୍ ରୁଜ୍ଜୁ ହୋଇଥିଲା। ଡାକ୍ତର ରାଉତଙ୍କ ନାମରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ୍ କରାଯାଇଥିଲା। […]

ପ୍ଲାଷ୍ଟିକରେ ପେଟ୍ରୋଲ ମନା !

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ହୋଇପାରିବ ନାହିଁ।ରାସ୍ତାଘାଟରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ।ପେଟ୍ରୋଲପମ୍ପ୍‌ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ବାହାରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି ମିଳିଛି।ଆଜିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍‌ରେ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଥିବା କହିଛ୍ଚନ୍ତି ମନ୍ତ୍ରୀ।

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା

ଭଞ୍ଜନଗର,୨୧।୭(ଏସଏସନିଉଜ)ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଜଣେ ଶିଶୁ ସମେତ ଫସି ରହିଛନ୍ତି ୮ ଜଣ ଶ୍ରମିକ।ତାମିଲନାଡୁର ନୀଳାକୋଟଇରେ ଫସିଛନ୍ତି ଶ୍ରମିକ। ମିଳୁନି ଦରମା, କାମ ନକଲେ ମାଡ଼ ମାରୁଥିବା ଅଭିଯୋଗ।ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଜଣାଇଲେ ପରିବାର ଲୋକ।

ଆସିଲା ନୋଟିସ୍‌

ଜଗତସିଂହପୁର,୨୧।୭(ଏସଏସନିଉଜ) ଜଗତସିଂହପୁର ସ୍ୱାମୀ ଅରୂପାନନ୍ଦ କଲେଜ ଅଧ୍ୟକ୍ଷଙ୍କୁ ନୋଟିସ ଜାରି କରାଯାଇଛି।ଜନଶୁଣାଣି ପୋର୍ଟାଲରେ ଆସିଥିବା ଅଭିଯୋଗ ଆଧାରରେ ନୋଟିସ୍‌ ହୋଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଛି ନୋଟିସ୍‌।ଅଭିଯୋଗର ଆକ୍ସନ ନେଇ ୩ଦିନ ଭିତରେ କଡ଼ା ନିର୍ଦ୍ଦେଶ ଦେବାକୁ କୁହାଯାଇଛି।କଲେଜର ଜଣେ ଅଧ୍ୟାପକଙ୍କ ନାଁରେ ଛାତ୍ରୀ ଆଣିଥିଲେ ଅଭିଯୋଗ।

ଘରେପଶି ମାଆଝିଅକୁ ହାଣିଲେ !

ପଦ୍ମପୁର,୨୧।୭(ଏସଏସନିଉଜ)ଘରେ ପଶି ମାଆଝିଅକୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ ଆସିଛି।ପଥୁରିଗାଁରେ ଅଭିଯୁକ୍ତ ପୁତୁରାର ଡବଲ୍‌ ମର୍ଡର୍।ଆକ୍ରମଣରେ ଦାଦା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଡବଲ୍ ମର୍ଡର ପରେ ଥାନାରେ ଅଭିଯୁକ୍ତ ପୁତୁରାର ଆତ୍ମସମର୍ପଣ କରିଥିବାର ଜଣାପଡିଛି।

ଆକ୍ସନ୍ ମୋଡ଼ରେ ପୋଲିସ

ଭୁବନେଶ୍ୱର,୨୦।୭(ଏସଏସନିଉଜ)ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ପୀଡିତାଙ୍କ ପିଉସୀକୁ ଉଠାଇନେଲା ବଳଙ୍ଗା ପୋଲିସ । ପୂର୍ବରୁ ସାଙ୍ଗକୁ ବି ଥାନାରେ ହୋଇଥିଲା ଜେରା।ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି।ଭୁବନେଶ୍ବର ବିମାନବନ୍ଦରରୁ ଏୟାର ଆମ୍ବୁଲାନ୍ସରେ ଗଲେ। ଦିଲ୍ଲୀ AIIMSରେ ପୀଡ଼ିତାଙ୍କର ହେବ ଅଧିକ ଚିକିତ୍ସା।

ସ୍ତ୍ରୀକୁ ମାରି ନଦୀରେ ଫିଙ୍ଗିଲା

ବଣାଇ,୨୦।୭(ଏସଏସନିଉଜ)ସ୍ତ୍ରୀକୁ ତଣ୍ଟି ଚିପି ମାରିଲା ନୃଶଂସ ସ୍ବାମୀ।ଗୁରୁଣ୍ଡିଆଥାନା ପଙ୍କଡ଼ିହ ଗାଁରେ ଅଭାବନୀୟ ଘଟଣା ଘଟିଛି।ହତ୍ୟାପରେ ଅଖାରେ ଭର୍ତ୍ତିକରି ନଦୀକୁ ଫିଙ୍ଗିଦେଲା।ବ୍ରାହ୍ମଣୀ ନଦୀରେ ଅଗ୍ନିଶମ ଟିମ୍‌ର ଖୋଜାଖୋଜି ଆରମ୍ଭ କରିଛି।ଘଟଣାପରେ ଅଭିଯୁକ୍ତ ସ୍ବାମୀଗୁରୁଣ୍ଡିଆ ଥାନାରେ ଆତ୍ମସମର୍ପଣ କରିଛି।