ମେଣ୍ଢାଶାଳ,୨୨।୭(ଏସଏସନିଉଜ)ବେଆଇନ ଭାବେ ପାଇକେରା ପୁରରେ ଚୋରାମୋରମଚାଲାଣ କରୁଥିବା ବେଳେ ଚନ୍ଦକାଥାନା ପୋଲିସ ତିନିଟି ହାଇୱା ଗୋଟିଏ ଜେଶିବି ମେସିନ ଜବତକରିଛି।ଏହି ଘଟଣାରେ ଫେରାର ଥିବା ୩ଜଣ ଗାଡିଚାଳକକୁ ମଙ୍ଗଳବାର ଗିରଫକରି ୧୯୦/୨୭କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ଚନ୍ଦକାଥାନା ଅଧୀନସ୍ଥ ପାଇକେରାପୁରରେ ରହୁଥିବା ବେଗୁନିଆ ବାସୁଦେବପୁରର ସୁଦାମ ବେହେରା(୩୪)ନୟାଗଡ଼
ଖଣ୍ଡପଡ଼ାର ଜିତୁ ବରଦ(୩୨)ଓ ଅଜୟ ଗୁରୁ(୨୨) ।
ପ୍ରକାଶଯେ,ପ୍ରକାଶଯେ, ଗତ ମାସ ୮ତାରିଖ ସନ୍ଧ୍ୟାସମୟରେ ଚନ୍ଦକାଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପାଇକରାପୁର ଗ୍ରାମରୁ ମୋରମ (ଲାଟେରାଇଟ୍ ମାଟି) ବେଆଇନଭାବରେ ପରିବହନ ପାଇଁ ତିନୋଟି ହାଇୱା ଏବଂ ଗୋଟିଏ ଜେସିବି ମେସିନ୍ ବ୍ୟବହାର କରାଯାଉଥିବା ନେଇ ସୂଚନା ପାଇ ତୁରନ୍ତ ପୋଲିସ ଟୀମ ଘଟଣାସ୍ଥଳରେ ପହଞ୍ଚିଥିଲେ।ଗାଡି ଚାଳକମାନେ ପାଟ୍ରୋଲିଂଟୀମଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଧମକ ଦେଇ ଘଟଣାସ୍ଥଳରୁ କୌଶଳକ୍ରମେ ଖସି ପଳାଇଥିଲେ । ପୁଲିସ ଘଟଣା ସ୍ଥଳରୁ ତିନୋଟି ଲାଟେରାଇଟ୍ ମାଟି ବୋଝେଇ
ହାଇଭା ଟ୍ରକ୍ ଏବଂ ଗୋଟିଏ ଜେସିବି ମେସିନ୍ ଜବତ କରିବାରେ ସଫଳ ହୋଇଥିଲା।ଜବତ ଗାଡିଗୁଡ଼ିକୁ ଥାନାକୁ ଆଣିବାକୁ ଚେଷ୍ଟା କରିବା ସମୟରେ, ଟ୍ରକ୍ ମାଲିକମାନଙ୍କ ଦ୍ୱାରା ପ୍ରରୋଚିତ ଏକ ଅସାମାଜିକ ଦଳ ପୋଲିସକୁ ବାଧା ଦେବାକୁ ଚେଷ୍ଟା କରିଥିଲେ। ପ୍ରତିରୋଧ ସତ୍ତ୍ୱେ, ପୁଲିସ ଟୀମ ଗାଡ଼ିଗୁଡ଼ିକୁ ଥାନାକୁ ଆଣିବାରେ ସଫଳ ହୋଇଥିଲା ।ପରବର୍ତ୍ତୀ ସମୟରେ, ଅଭିଯୁକ୍ତ ଡ୍ରାଇଭରମାନଙ୍କୁ ଧରିବା ପାଇଁ ବାରମ୍ବାର ଚଢାଉ ପୋଲିସ କରିଥିଲା। ବିଶ୍ୱସ୍ତ ଗୁପ୍ତ ସୂଚନା ଆଧାରରେ ମଙ୍ଗଳବାର ସକାଳେ
ପାଇକରାପୁରର ଏକ ଚାଦୋକାନ ନିକଟରୁ ସାଙ୍ଗ ହୋଇ ଚାପିଉଥିବା ବେଳେ ସୁଦାମ ବେହେରା ଓରଫ ରାଙ୍କା, ଜିତୁ ବରାଦ ଓରଫ ଜିତୁ, ଏବଂ ଅଜୟ ଗୁରୁ ଓରଫ ଅଜୁଙ୍କୁ ଗିରଫକରି ମଙ୍ଗଳବାର କୋର୍ଟ ଚାଲାଣ କରିଥିଲା।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)