Browsing category

ଅପରାଧ

୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଗଞ୍ଜାମ,୧।୭(ଏସଏସନିଉଜ)ପୁଣି ଏକ ଲଜ୍ଜ୍ୟା ଜନକ ଘଟଣା ସାମ୍ନାକୁ ଆସୁଛି। ଗୋଳନ୍ଥରାଥାନା ଅଞ୍ଚଳରେ ୧୨ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।ଉକ୍ତ ନାବାଳିକାକୁ ହାତଗୋଡ଼ ବାନ୍ଧି ଜଣେ ୧୯ବର୍ଷର ଯୁବକ ଦୁଷ୍କର୍ମ କରୁଥିବା ଖବରପାଇଥିଲେ।ଘଟଣାସ୍ଥଳରେ ପରିବାରଲୋକେ ପହଞ୍ଚି ଅଭିଯୁକ୍ତକୁ କାବୁ କରି ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ଭର୍ତ୍ତି କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମକଦ୍ଦମା ରୁଜୁକରି ଉଭୟଙ୍କୁ ଡ଼ାକ୍ତରୀମାଇନା କରିଛି। ଅନ୍ୟପଟେ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ […]

ଟ୍ରାକ୍ଟର ନେଲା ଜୀବନ

ବାରଙ୍ଗ, ୨୯।୬(ଏସଏସନିଉଜ) ବେଲଗଛିଆ ଗ୍ରାମ ନିକଟରେ ଦୃତଗତିରେ ଆସୁଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି। ପ୍ରକାଶଯେ, ରବିବାର ଅପରାହ୍ନରେ ବେଲଗଛିଆ ଗ୍ରାମର ସୁମନ୍ତ ରାଉତ ନାମକ ଯୁବକ ଟ୍ରାକ୍ଟର ନେଇ ଘରକୁ ଫେରିବା ସମୟରେ ଗ୍ରାମ ନିକଟରେ କୁଆଖାଇ ନଦୀବନ୍ଧ ରାସ୍ତାରେ ଦୃତଗତିରେ ଯାଉଥିଲା।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ିକୁ ଅତିକ୍ରମ କରୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ନଦୀବନ୍ଧ କଡକୁ ଓଲଟି ପଡ଼ିଥିଲା।ଯାହାଫଳରେ ସୁମନ୍ତକୁ ଘଟଣାସ୍ଥଳରୁ ଗୁରୁତର ଆହତ […]

ଗୋରୁବୋଝେଇ ଗାଡ଼ି ଜବତ

କଟକ, ୨୮।୬(ଏସଏସନିଉଜ) ନେତାଜୀ ସୁଭାଷସେତୁ ଉପରୁ ଶନିବାର ସକାଳୁ ଏକ ଗୋରୁ ବୋଝେଇ କାରକୁ ପୁଲିସ ଜବତ କରିଛି। ପ୍ରକାଶଯେ, ଆଠଗଡ଼ ବାଙ୍କୀ ଅଂଚଳରୁ ଏକ ଓଆର ୦୫ଏଆର ୩୪୧୩ ନମ୍ୱର ଗୋରୁବୋଝେଇ କାରଟିରେ ୩ଟିଗୋରୁ ନେଇ ଆସୁଥିଲା।କାରଟି ନେତାଜୀ ସୁଭାଷସେତୁ ଉପରେ ପହଞ୍ଚିଥିବାବେଳେ କାରଟିରେ କୈାଣସି ଯାନ୍ତ୍ରୀକତୃଟି ଦେଖାଦେଇଥିଲା।ଗାଡିଟି ଷ୍ଟାର୍ଟ ନହେବାରୁ ବାଧ୍ୟ ହୋଇ ଗୋମାଫିଆ ମାନେ କାରଟିକୁ ବ୍ରିଜଉପରେ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା କିଛି ସ୍ଥାନୀୟଲୋକ ବ୍ରିଜଉପରେ ଥୁଆ […]

ଶଶୁର ଶୁଦ୍ଧିକ୍ରିୟାକୁ ଆସି ଚାଲିଗଲା ଜ୍ୱାଇଁର ଜୀବନ

ସୋର,୨୬ା୬(ଏସଏସନିଉଜ)ଗତ ତିନିଦିନ ତଳେ ଶ୍ୱଶୁରଙ୍କ ମୃତୁ୍ୟଖବରପାଇ ଭଦ୍ରକଜିଲ୍ଲା ସାବରଙ୍ଗ ଗ୍ରାମରଜ୍ୱାଇଁ ଭାଗବତ ମଳିକ ଶ୍ୱଶୁର ଘରକୁ ଆସିଥିଲେ ।କୈ÷ାଣସି କାରଣକୁନେଇ ଗତକାଲି ରାତିରେ ମୃତ ଶଶୁର ଶ୍ୟାମସୁନ୍ଦରଙ୍କ ପୁତୁରା ରାଜାଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ପରେ ମାରଧର ହୋଇଥିଲା ।ଏହି ଘଟଣାରେ ରାଜା ଓ ତାଙ୍କର ତିନିଜଣ ସହଯୋଗୀମାନେ ମିଶି ଭାଗବତଙ୍କୁ ମରାଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ।ସୈ÷ାଭଗ୍ୟବଶତ ଭାଗବତ ସେଠାରୁ ଖସିଆସି ରାତିସାରା ନଟାପଡା ନିକଟସ୍ଥ ଏକ ମନ୍ଦିର ବରଣ୍ଡାରେ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ସ୍ଥାନୀୟଲୋକେ […]

ଧୋଇଗଲା ଅସ୍ଥାୟୀ ପୋଲ

ନବରଙ୍ଗପୁର ,୨୬ା.୬(ଏସଏସନିଉଜ)ପାପଡାହାଣ୍ଡି ବ୍ଲକ ଜଟବାଲ ଗ୍ରାମ ଚେରଘାଟ ବ୍ରିଜଉପରେ ପ୍ରବାହିତ ହେଉଛି ୩ ଫୁଟର ପାଣିାଯାହାଫଳରେ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ନବରଙ୍ଗପୁର ଜିଲ୍ଲାର ୨୬ ନମ୍ବର ଜାତୀୟରାଜପଥର ପ୍ରଶସ୍ତିକରଣ ଓ ଜଟାବାଲ ଚେରଘାଟଉପରେ ବ୍ରିଜନିର୍ମାଣ କାର୍ୟ୍ୟ ଚାଲିଛି ।ରାସ୍ତାକାମ ମୋଟାମୋଟି ସରିଯାଇଥିବା ବେଳେ ବ୍ରିଜ କାମ କିନ୍ତୁ ଅସମ୍ପୂର୍ଣ୍ଣ ରହିଛି ।ସାଧାରଣଲୋକଙ୍କ ଯାତାୟତ ନିମନତେ ଏକ ଅସ୍ଥାୟିପୋଲ କରାଯାଇଥିଲା ।କିନ୍ତୁ ବର୍ଷାରେ ଏହି ଅସ୍ଥାୟୀପୋଲଟି ଧୋଇଯିବା ସହ ତାଉପରେ ୩ଫୁଟ ଉଚ୍ଚର ପାଣି ଚାଲିବାରୁ […]

ଇଟାାଭାଟିରେ କରୁଥିଲେ କାମ

ଭୁବନେଶ୍ୱର ,୨୬ା୬(ଏସଏସନିଉଜ)ଚନ୍ଦକାଥାନା ଅନ୍ତ୍ରଗର୍ତ ସୁନ୍ଦରପୁର ଅଂଚଳରୁ ୪ଜଣ ଶିଶୁଶ୍ରମିକକୁ ଗୁରୁବାର ସଂଧ୍ୟାରେ ଉଦ୍ଧାର କରିଛି ଚନ୍ଦକା ପୋଲିସ। ମିଳିଥିବା ସୂଚନା ମୁତାବକ ସୁନ୍ଦରପୁରଠାରେ ଥିବା ଏକ ସିମେଣ୍ଟ ଇଟାକମ୍ପାନୀରେକାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରେ କିଛି ଶିଶୁ ଶ୍ରମିକ ଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଥିଲା।ଏହି ଆଧାରରେ ସିଡବ୍ଲୁସି ଓ ଚନ୍ଦକା ପୋଲିସ ମିଳିତ ଭାବରେ ଉକ୍ତ ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରିଥିଲେ । ସେ କମ୍ପାନୀରୁ ଜଣେ ଝିଅ ଓ ତିନିଜଣ ବାଳକକୁ ଚଢାଉ କରି […]

ଗଞ୍ଜେଇମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର,୨୬।୬(ଏସଏସନିଉଜ) ଗଞ୍ଜେଇ ମୁକ୍ତ ହେବଓଡ଼ିଶାରାଜ୍ୟ ହେବ ଗଞ୍ଜେଇ ମୁକ୍ତ।ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀ ଅପିଲ୍ କରିଛନ୍ତି।

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ବର,୨୬।୬(ଏସଏସନିଉଜ)ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ବସ୍।ଅଳକାନନ୍ଦା ନଦୀକୁ ଖସିପଡ଼ିଲା ବସ୍।ବସରେ ଥିଲେ ୧୮ ଯାତ୍ରୀ।ଦୁର୍ଘଟଣା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୭ଜଣଙ୍କୁ ଉଦ୍ଧାର କରାଯାଇଛି।ଏହାସହ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି SDRF।

SCOସମ୍ମିଳନୀରେ ଭାରତର କଡ଼ା ଆଭିମୁଖ୍ୟ

ଭୁବନେଶ୍ବର,୨୬।୬(ଏସଏସନିଉଜ)ମିଳିତ ଘୋଷଣାପତ୍ରରେ ସ୍ବାକ୍ଷର କଲାନି ଭାରତ।ଚୀନ୍‌ରେ ଅନୁଷ୍ଠିତ SCO ସମ୍ମିଳନୀରେ ଆଭିମୁଖ୍ୟ କଠୋର କଲା ଭାରତ।ସ୍ବାକ୍ଷର କରିବାକୁ ସିଧା ମନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ପହଲଗାମ ଆତଙ୍କୀ ଆକ୍ରମଣ କଥା ଉଠାଇ ପାକିସ୍ତାନକୁ ଟାର୍ଗେଟ୍‌ କଲେ।ଏହାକୁ ଦେଶ (ପାକିସ୍ତାନ) ପ୍ରାୟୋଜିତ ଆତଙ୍କୀ କାର୍ଯ୍ୟ ବୋଲି କହିଲେ।

ଆସି ପାରିଲାନି ଆମ୍ବୁଲାନ୍ସ

କଳାହାଣ୍ଡି,୨୪।୬(ଏସଏସନିଉଜ) ଗାଁକୁ ପକାସଡ଼କ ନଥିବାରୁ ଆମ୍ବୁଲାନ୍ସଟି ଆସିପାରିନଥିଲା।ଯାହାଫଳରେ ୫କିଲୋମିଟର ପର୍ଯ୍ୟନ୍ତ ମୃତଦେହକୁ ଖଟରେ ଗ୍ରାମବାସୀଙ୍କୁ ବୁହାଇବାକୁ ପଡ଼ିଥିଲା।ଏହିଭଳି ଚିତ୍ର ଥୁଆମୂଳ ରାମପୁର ବ୍ଲକ ପଡେପଦର ପଞ୍ଚାୟତ ବାଟିପାସ ଗାଁର ଘଟିଛି। ମୃତକମହିଳା ହେଉଛନ୍ତି ବାଟିପାସ ଗାଁର ସୁଭଦ୍ରା ଯାନୀ(୨୨)।ସୋମବାରଦିନ ଚିକିତ୍ସା ପାଇଁ ସୁଭଦ୍ରାଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।ଏବେ ମୃତକଙ୍କ ୨୬ଦିନର ଶିଶୁକନ୍ୟା ଥିବାର ଜଣାପଡିଛି।ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରୁ ଖମାରପଦର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଶବ ନେଇଯାଇ ଥିବାବେଳେ ଖମାରପଦରଠାରୁ ବାଟିପାସଗାଁକୁ […]