ଭୁବନେଶ୍ୱର,୧୫।୭(ଏସଏସନିଉଜ)ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଥିଲା।ପୈତୃକ ଗାଁବାଲେଶ୍ବର ଭୋଗରାଇରେହୋଇଛି ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର।ଭୁବନେଶ୍ବର ଏମ୍ସରେ ପୋଷ୍ଟମର୍ଟମ ପରେ ଭୋଗରାଇ ନିଆଯାଇଥିଲା।ପରିବାରଙ୍କ ସହମତିରେ ଭୋଗରାଇକୁ ନିଆଯାଇଥିଲା ମୃତଦେହ।
ଗାଁମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ପଞ୍ଚଭୂତରେ ଲୀନ ହେଲେ ସୌମ୍ୟାଶ୍ରୀ।ଗାଁ ଝିଅକୁ ଅଶ୍ରୁଳବିଦାୟ ଦେଲେ ହଜାରହଜାର ଲୋକ।ସୌମ୍ୟାଶ୍ରୀଙ୍କୁ ହରାଇ କାନ୍ଦୁଛି ପୂରା ପଳାସିଆ।
ମୋଝିଅକୁ ନେଇ ରାଜନୀତି ନକରିବାକୁ ଅପିଲ୍ କଲେ ସୌମ୍ୟାଶ୍ରୀଙ୍କବାପା।ମୋ ଝିଅ ଚାଲିଯାଇଛି, ତେଣୁ ତାକୁ ନେଇ ଆଉ ରାଜନୀତି କରନ୍ତୁ ନାହିଁ।
ସରକାର ଘଟଣାକୁ ନେଇ ସମ୍ବେଦନଶୀଳ ଅଛନ୍ତି, କିଛି ଦାବି ପୂରଣ କରିଛନ୍ତି।ଆଉ କିଛିଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଗତକାଲି ରାଷ୍ଟ୍ରପତି ୧୦ମିନିଟ୍ ମୋ ସହ ଆଲୋଚନା କରିଥିଲେ।ଝିଅ ବଞ୍ଚିବାପାଇଁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥନା କରିଥିଲେ ବୋଲି କହିଛନ୍ତି ସୌମ୍ୟାଶ୍ରୀଙ୍କ ବାପା।
ନ୍ୟାୟ ନପାଇବାପର୍ଯ୍ୟନ୍ତ ମୁଁ ଲଢ଼େଇ ଜାରିରଖିବି ବୋଲି କହିଛନ୍ତି।ଅନ୍ୟପଟେ FM କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ଘଟଣାରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।ଆସନ୍ତା ୧୭ତାରିଖରେ ଓଡ଼ିଶା ବନ୍ଦ ଡାକରାଦେଲା କଂଗ୍ରେସ।ଧର୍ମନିରପେକ୍ଷ ଦଳ ସହିତ ବୈଠକପରେ ନିଷ୍ପତିନେଲା ପିଶିଶିଆଇ, ବାମଦଳ,ଏସପି,ଆରଜେଡି ସହିତ କିଛି ସମଭାମାପନ୍ନ ଦଳ ସହିତ ବୈଠକ ନେଇଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ।