କଟକ, ୧୨।୭(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ମହାନଦୀ ମୁଣ୍ଡଳି ବ୍ୟାରେଜ ଉପରେ ଗାଡ଼ି ରଖି ଜଣେ ଯୁବକ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶଯେ, ଶୁକ୍ରବାର ବିଳମ୍ବିତ ରାତିରେ ବାରଙ୍ଗ ଥାନା ପୁଲିସ ପାଟ୍ରୋଲିଙ୍ଗ କରିବା ସମୟରେ ମୁଣ୍ଡଳି ବ୍ୟାରେଜ ଉପରେ ଓଡି ୦୫ଏଏକ୍ସ ୩୬୦୩ ନମ୍ୱର ବାଇକ୍ ଟି ଥୁଆହୋଇ ରହିଥିବାର ଦେଖିବାକୁ ପାଇଥିଲେ।କିଛି ସମୟ ପର୍ଯ୍ୟନ୍ତ କେହି ନଆସିବାରୁ ବାଧ୍ୟ ହୋଇ ପୋଲିସଗାଡ଼ିନମ୍ବରରୁ ଯାଞ୍ଚ କରି ବାଇକ୍ ଚାଲକଙ୍କ ପରିଚୟ ପାଇଥିଲା।ବାଇକ୍ ଚାଲକ ହେଉଛନ୍ତିସିଡିଏ ସେକ୍ଟର-୧୦ ଅଂଚଳର ହେମନ୍ତ କୁମାର ସାହୁ (୩୮) । ଏହା ଜାଣିବାପରେ ବାରଙ୍ଗ ପୋଲିସ ସିଡିଏ ଫେଜ-୨ ଥାନାକୁ ଜଣାଇଥିଲେ।ତେବେ ହେମନ୍ତ ନିଖୋଜ ହୋଇଥିବା ନେଇ ତା ପରିବାରଲୋକ ସିଡିଏ ଫେଜ-୨ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ବାରଙ୍ଗ ପୋଲିସ ଜାଣିବାକୁ ପାଇଥିଲା।ଅନ୍ୟପଟେ ଶନିବାର ସକାଳୁ ଅଭିଯୋଗ ଆଧାରରେ ଫେଜ-୨ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମହାନଦୀର ମୁଣ୍ଡଳି ବ୍ୟାରେଜ ଉପରୁ ହେମନ୍ତ
ନଦୀକୁ ଡେଇଁ ପଡ଼ିଛନ୍ତି ନାଁ ଗାଡ଼ି ରଖି କେଉଁଆଡେ ପଳାଇଯାଉଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ବାରଙ୍ଗ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ମହାନଦୀରେ ଖୋଜାଖୋଜି ଆରମ୍ଭ କରୁଛନ୍ତି।