ଭୁବନେଶ୍ବର,୧୮।୭(ଏସଏସନିଉଜ)ଭୁବନେଶ୍ବର ଖଣ୍ଡଗିରି ଥାନା SI ଦେବୀ ପ୍ରସାଦ ବେହୁରା ସସ୍ପେଣ୍ଡ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କଲେ ପୋଲିସ କମିଶନର।NDPS ମାମଲାରେ ୬୦ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଆକ୍ସନ୍ ନିଆଯାଇଛି।ଗତ ଅପ୍ରେଲ ୧୧ ତାରିଖରେ ଶେଖ ଜାମସେଦ ନାମକ ଜଣେ ଅଭିଯୁକ୍ତକୁ ପୁଲିସ ଏନକାଉଣ୍ଟର କରିଥିଲା। ଏହି ଏନ୍କାଉଣ୍ଟରରେ ଆହତ ହେଲା ପରେ କମିସନରେଟ୍ ପୁଲିସ ଘଟଣାସ୍ଥଳରୁ ଅଭିଯୁକ୍ତର ଠାରୁ ବ୍ରାଉନସୁଗର ଜବତ କରିଥିଲା। ସ୍ପେଶାଲ କ୍ରାଇମ ୟୁନିଟ ଓ ଖଣ୍ଡଗିରିଥାନା ପୁଲିସର ମିଳିତ ଉଦ୍ୟମରେ ଏହି ଏନକାଉଣ୍ଟର କରାଯାଇଥିଲା। ଏନ୍କାଉଣ୍ଟରର ୬୦ ଦିନ ମଧ୍ୟରେ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବାର ଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ହୋଇନଥିଲା। ଫଳରେ ଅଭିଯୁକ୍ତକୁ ଜାମିନ ପାଇବା ସହଜ ହୋଇଥିଲା। କାର୍ଯ୍ୟରେ ଅବହେଳା ଓ ଦୁର୍ବଳ ତଦନ୍ତ ଅଭିଯୋଗରେ ଶ୍ରୀ ବେହୁରାଙ୍କୁ ନିଲମ୍ବନ କରାଯାଇଛି।