Browsing category

ଅପରାଧ

ପାଇକ ବିଦ୍ରୋହର ଗାଥା

୧-ଆଜିଠୁ ଖୋଲିବ ସ୍କୁଲ ଓ ହଷ୍ଟେଲ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଆରମ୍ଭ ହେବ ପାଠପଢ଼ା, ସକାଳ ୧୦ଟାରୁ ଦିନ ସାଢ଼େ୧ଟା ଯାଏଁ ଚାଲିବ କ୍ଲାସ୍ । ୨-IPL ରିଟର୍ଣ୍ଣସ୍ : ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଆରମ୍ଭ ହେବ ଆଇପିଏଲର ଅବଶିଷ୍ଟ ମ୍ୟାଚ୍। ୩-ମୋଦୀଙ୍କ ମନର କଥାରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ସମ୍ବଲପୁରର ଇସକ ମୁଣ୍ଡାଙ୍କ କାହାଣୀ କହିଲେ ପ୍ରଧାନମନ୍ତ୍ରୀ । ୪-ରାଜକୁନ୍ଦ୍ରାଙ୍କ ଫିଲ୍ମରେ ଅଭିନୟ କରି […]

୪୫ ହଜାର କେଜି ମହୁଲ ପୋଚନଷ୍ଟ କଲା ଅବକାରୀ ବିଭାଗ

ରାଉରକେଲା, ୨୫/୭(ଏସଏସନିୟୁଜ) ଦେଶୀ ମଦ ରନ୍ଧା ଶାଳରେ ଅତର୍କିତ ଚଢ଼ଉ କରି ବହୁ ପରିମାଣର ମହୁଲ ପୋଚ, ଦେଶୀ ମଦ ଜବତ କରିଛି ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ , ରାଉରକେଲା ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାଡ୍ ।ଏହି ଦଳ ମିଳିତଭାବେ ବୀରମିତ୍ରପୁର ଓ ବିଶ୍ରା ଥାନା ଅନ୍ତର୍ଗତ କରିଛାପଲ, ଲାଙ୍କୋଇ, ଟଙ୍କ‌ଟୋଲି ଆଦି ଗ୍ରାମ‌ରେ ଚଢ଼ଉ କରିଦେଶୀ ମଦ ରନ୍ଧାଶାଳରୁ ୧୨ଶହ ଲିଟର ଦେଶୀ ମଦ ଜବତ କରିବାସହ ପ୍ରାୟ ୪୫ ହଜାର […]

ବନବିଭାଗ ଜବତ କଲା ବଜ୍ରକାପ୍ତା କାତି

ଢେଙ୍କାନାଳ, ୨୫/୭(ଏସଏସନିୟୁଜ) ଢେଙ୍କାନାଳ ବନ ବିଭାଗ ୧୪.୨ କିଲୋ ବଜ୍ରକାପ୍ତା କାତି ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।ରବିବାରଦିନ ଢେଙ୍କାନାଳ ବନ ବିଭାଗ ଏବଂ ଜବଲପୁରର ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବିଭାଗ ଦ୍ବାରା ମିଳିତ ଅପରେସନରେ ବଜ୍ରକାପ୍ତା କାତି ଜବତ କରିବାସହ ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ବନମାଳିପ୍ରସାଦର ରତ୍ନାକର ରାଉତ ଓ ବାଜି ଛକର ଫିରୋଜ ଖାନ୍ ଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଏକ ବାଇକ୍ ଓ ଦୁଇଟି ମୋବାଇଲ୍ […]

ସେବକଙ୍କ ଖଟଣି ରୋଷଘରୁ ଚୋରି

ସାକ୍ଷୀଗୋପାଳ, ୨୫/୭(ଏସଏସନିୟୁଜ) ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ସେବାୟତଙ୍କ ଖଟଣି ରୋଷଘରୁଗତକାଲି ଚୋରି ହୋଇଛି । ରୋଷଘର କବାଟ କୁନ୍ଦା ଭାଙ୍ଗି ୧ ଗୋଟି ଲୁହା କରେଇ ,୨ ଗୋଟି ପିତ୍ତଳ ଥାଳି ଓ ୬ ଗୋଟି ସିଲଭର ଥାଳି ଦୁର୍ବୃତ୍ତ ମାନେ ଚୋରି କରିନେଇଥିବାର ଜଣାପଡିଛି ।ଏବିଷୟରେ ସେବାୟତ ମାନଙ୍କ ତରଫରୁ ମନ୍ଦିର ସୁପରଭାଇଜର, କାର‌୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଛି ।

ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ

ମାଲକାନଗିରି, ୨୫/୭(ଏସଏସନିୟୁଜ) ରବିବାର ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଗୁମ୍ଫାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେଜଣେ ମାଓବାଦୀର ମୃତ୍ୟୁ ଘଟିଥିବାର ଜଣାପଡିଛି । ସିଆରପିଏଫ୍, ଡିଆରଜି ଓ ଏସଟିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଚାଲିଥିବା ବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା।ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ କିଛି ବିସ୍ଫୋରକ ଜବତ କରାଯାଇଥିବାର ଜଣାପଡିଛି ।

ଡମ୍ଫରରେ ଲାଗିଗଲା ନିଆଁ

ବାଲେଶ୍ବର,୨୫/୭(ଏସଏସନିୟୁଜ) ରବିବାର ଦ୍ୱିପହର ସମୟରେ ତାମୁଳିଆ ପୋଲ ଉପରେ ଏକ ଚଳନ୍ତା ଡମ୍ଫରରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଡମ୍ଫରଟି ଆସୁଥିବାବେଳେ ହଠାତ ନିଆଁ ଲାଗିଯିବାରୁ ଚାଳକ ସୈାଭାଗ୍ୟକ୍ରମେ ଗାଡିରୁ ଓହ୍ଲାଇ ପଡ଼ିଥିଲେ ।ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଘଟଣାସ୍ଥଳରୁ ମିଳିଲା ୨ଟି ଖୋକା

ବାଲେଶ୍ବର,୨୫/୭(ଏସଏସନିୟୁଜ) ଗତକାଲି ଗ୍ୟାଙ୍ଗଷ୍ଟର ହାଇଦରକୁ ସିମୁଳିଆଠାରେ କରାଯାଇଥିବା ଏନକାଉଣ୍ଟର ସ୍ଥଳରୁ ସାଇଂଟିଫିକ ଟିମ୍କୁ ୨ଟି ଖୋକା ମିଳଛି । ଘଟଣାସ୍ଥଳରେ ସାଇଂଟିଫିକ ଟିମ୍ ପହଂଚି ଛାନଭିନ ଆରମ୍ଭ କରୁଛି । ଆଜି ହାଇଦରର ଶବ ବ୍ୟବଚ୍ଛେଦ ହେବାପରେ ପରିବାର ସଦସ୍ୟଙ୍କୁ ହାଇଦରର ମୃତ ଶରୀର ହସ୍ତାନ୍ତର କରାଯାଇପାରେ ବୋଲି ଜଣାପଡିଛି ।ବାଲେଶ୍ବର ସିମୁଳିଆ ଥାନାରେ ଗ୍ୟାଙ୍ଗଷ୍ଟର ହାଇଦର ନାଁରେ ମାମଲା ରୁଜୁ ହୋଇଛି। ଖସି ପଳାଇବା, ଡକାୟତି, ଅସ୍ତ୍ରଶସ୍ତ୍ର ରଖିବା ଦଫାରେ ମାମଲା ରୁଜୁ ହୋଇଛି।ସରକାରୀ କର୍ମଚାରୀଙ୍କୁ […]

ଘରକାନ୍ଥ ଭାଙ୍ଗିଲା ଦନ୍ତା

ତେଲକୋଇ ,୨୫/୭(ଏସଏସନିୟୁଜ)ତେଲକୋଇ ବ୍ଲକ୍‌ର ସଲେଇକେନା ପଞ୍ଚା‌ୟତ ରୁଗୁଡ଼ିହି ଗ୍ରାମର ନବଘନ ବେହେରାଙ୍କ ଘରର ପଛପଟ କାନ୍ଥ ଭାଙ୍ଗି ଦେଇଛି।ଏହାସହ ପ୍ରଭାକର ଦେହୁରୀଙ୍କ ଘର ଭାଙ୍ଗିବା ସହ ବିଦ୍ୟାଧର ନାଏକଙ୍କ ସୋଲାର ଚାଳିତ ପାଣିପମ୍ପକୁ ଭାଙ୍ଗି ଦେଇଛି। ବିଳମ୍ବିତ ରାତିରେ ହାତୀଟି ଘର ପଛପଟ କିଆରିରେ ଧାନତଳି ନଷ୍ଟ କରିବାସହ ଧାନଚାଉଳ ଖାଇବା ପାଇଁ ତାଙ୍କ ଘରର ପଛପଟ କାନ୍ଥକୁ କଣା କରି ଦେଇଥିଲା ବୋଲି ନବଘନ କହିଛନ୍ତି।ହାତୀର ଏହି ଭଳି ଦୈାରାମ୍‌ ପାଇଁ ସଲେଇକେନା ପଞ୍ଚା‌ୟତରେ ଭୟର […]

ଟଙ୍କା ଫେରାଇବେ ଅଯୋଗ୍ୟ ହିତାଧିକାରୀ

୧. କୁଖ୍ୟାତ ଅପରାଧୀ ଶେଖ ହାଇଦର ବାଲେଶ୍ୱର ନିକଟରେ ପୁଲିସ ଏନକାଉଣ୍ଟରରେ ମୃତ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ହେବ ପୋଷ୍ଟମର୍ଟମ । ୨. ମୟୁରଭଞ୍ଜ ସ୍ଥାନାନ୍ତର ହେଉଥିବା ବେଳେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଗୁଳିରେ ମୃତ । ୩. ମୃତ ହାଇଦରର ପୋଷ୍ଟମର୍ଟମ ପରେ ତାର ପରିବାରକୁ ଶବ ଦିଆଯିବା ନେଇ ପୁଲିସର ସୂଚନା । ୪. ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡାରେ ତାର ବାସସ୍ଥାନ ସମେତ ତିନିମୁହାଣୀ, ବସଷ୍ଟାଣ୍ଡ ଓ […]

ପରିଚୟ ଜାଣିବା ପାଇଁ ଲାଗିଲା ପୋଷ୍ଟର

ଭୁବନେଶ୍ୱର, ୨୪/୭(ଏସଏସନିୟୁଜ) ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆର କୁଆଖାଇ ନଦୀ ପଠାରୁ ଅଧାପୋତା ହୋଇଥିବା ମୃତଦେହ ପରିଚୟ ଜାଣିବା ପାଇଁ ପୋଷ୍ଟର ଜାରି କରିଛି ପୋଲିସ । ଏହା ସହ ମୃତ ବ୍ୟକ୍ତିର ପରିଚୟ ସମ୍ପର୍କରେ ଜଣାଇଲେ ସୂଚନା ଦେବା ବ୍ୟକ୍ତିଙ୍କ ନାମ ଗୋପନୀୟ ରଖିବା ସହ ପୁରସ୍କାର ମିଳିବ ବୋଲି କୁହାଯାଇଛି ।ପୋଷ୍ଟରରେ ମୃତ ବ୍ୟକ୍ତିର ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ବୋଲି କୁହାଯାଇଛି । ଏହା ସହ ଉଚ୍ଚତା ୫ରୁ ୮ ଇଞ୍ଚ, ଓଜନ […]