ପୁରୀରେ ସିରିଜ ବୋମା ମାଡ଼

ପୁରୀ,୨୮/୭(ଏସଏସନିୟୁଜ)ପୂର୍ବ ଶତୃତାକୁ କେନ୍ଦ୍ର କରି ଅଠରନଳାରେ ସିରିଜ ବୋମା ମାଡ଼ ହୋଇଛି ।ଦୁର୍ବୃତ୍ତମାନେ ମଙ୍ଗଳବାର ରାତି ରେ ଅଠରନଳା ଛକସ୍ଥିତ ପ୍ରିୟଙ୍କା ହୋଟେଲ, ଦି ମୋବାଇଲ ୱାର୍ଲ୍ଡ ଏବଂ ନାୟକ କୋଲ୍ଡ ବାର୍ ଦୋକାନ ଉପରକୁ ଲଗାତାର ୫ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ପ୍ରଚଣ୍ଡ ଶବ୍ଦ ଶୁଣି ବାବୁଆ ନାୟକ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ତାଙ୍କ ଦୋକାନ ଉପରେ ବୋମାମାଡ଼ ହୋଇଥିବା ଦେଖିଥିଲେ।ଗୋପୀନାଥପୁରରେ ଥିବା ୨୭ ଡିସିମିଲି ଜମିକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଛି ବୋଲି ବାବୁଆ ନାୟକ କହିଛନ୍ତି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବାସହ ବୋମାମାଡ଼ କିଏ କରିଛି, ସେନେଇ ଜାଣିବାକୁ ଚେଷ୍ଟା ଚଳାଇଛି। ପୂର୍ବରୁ ସୁନାବେଶ ଦିନ ବିଳମ୍ବିତ ରାତିରେ ନୃସିଂହ ନାୟକଙ୍କ ଘର ଉପରକୁ ଦୁର୍ବୁତ୍ତ ବୋମା ମାଡ କରିଥିବାବେଳେ ବାବୁଆଙ୍କ ଭାଇ ନୃସିଂହ ଓରଫ ପାପା ନାୟକ ଓ ତାଙ୍କ ପତ୍ନୀ ପ୍ରଭାତୀ ନାୟକ ଗୁରୁତର ଆହତ ହୋଇ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Comments (0)
Add Comment