ଏଟିଏମ ଲୁଟ୍ ଉଦ୍ୟମ ବିଫଳ

ମେଣ୍ଢାଶାଳ,୨୮/୭(ଏସ୍‌ଏସ୍‌ନିୟୁଜ) ଚନ୍ଦକା-ପିତାପଲି ରାସ୍ତାର ଛତାବର ଓ ମେଣ୍ଢାଶାଳ ମଧ୍ୟବର୍ତି ସ୍ଥାନ ଶାନ୍ତିକୈାଶଲ୍ୟା କଲ୍ୟାଣମଣ୍ଡପଠାରେ ଥିବା ପଞାବନ୍ୟାସନାଲବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ କରାଯାଇଥିବାର ଜଣାପଡିଛି ।ମଙ୍ଗଳବାର ରାତିରେ ଏହି ଲୁଟ ଉଦ୍ୟମ କରାଯାଇ ଏଟିଏମକୁ ଭାଙ୍ଗିିଦିଆଯାଇଛି ।ଲାଗିଥିବା ସିସିଟିଭିକ୍ୟାମେରାକୁ ଭଙ୍ଗାଯାଇଥିବାବେଳେ ଟଙ୍କାଲୁଟ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜର ଅମୀୟପ୍ରକାସସାହୁ ଘଟଣା ବିଷୟରେ ଚନ୍ଦକାପୋଲିସକୁ ଜଣାଇବାପରେ ପୋଲିସ ଘଟଣସ୍ଥଳରେ ପହଁଚି ତନାଘନା ତଦନ୍ତ କରିଚି ।ଏହା ମଦ୍ୟପମାନଙ୍କର କାର୍ଯ୍ୟ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି ।ପୁର୍ବରୁ ଏଠାରେ ଓରିଏଂଟାଲବ୍ୟାଙ୍କ ଅଫ କମର୍ସ ଶାଖା କାର୍ଯ୍ୟକରୁଥିଲା ।ବ୍ୟାଙ୍କ ମିଶ୍ରଣ ପରେ ଏଠାରେ ପଞାବନ୍ୟାସନାଲ ବ୍ୟାଙ୍କରେ ରୁପାନ୍ତରିତ ହୋଇ କାର୍ଯ୍ୟ କରୁଛି ।ପୁର୍ବରୁ ଏହି ଏଟିଏମ୍ ପାଇଁ ଜଣେ ସିକୁରିଟିଗାର୍ଡ ନିଯୁକ୍ତି ଥିଲା ।ଏବେ ସେହି ଗାର୍ଡକୁ ପିଅନ ରୁପେ ନିଯୁକ୍ତିମିଳିବାପରେ ଏଟିଏମ ଜଗିବା ପାଇଁ କେହି ନଥିବାବେଳେ ନିଛାଟିଆର ସୁଯୋଗନେଇ କେତେକ ଦୁର୍ବୁତ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ କରିଥିବାର ଜଣାପଡିଛି । ( ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

Comments (0)
Add Comment