କାର ନେଲା ଜୀବନ
ବ୍ରହ୍ମପୁର,୨୯।୩(ଏସଏସନିୟୁଜ) ବୈଦ୍ୟନାଥପୁର ଥାନା ଅର୍ନ୍ତଗତ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ନିକଟରେ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି।ମୃତ ଯୁବକ ଜଣକ ଫୁଲଟା ଗାଁର ବିଜୟ ନାହାକ ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇ କାର୍ ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ଆଖପାଖ ଅଂଚଳର ଲୋକ ଜାତୀୟ ରାଜପଥ ଅବରୋଧ କରିଛନ୍ତି।ବିଜୟ ସାଇକେଲରେ ଆସୁଥିବା ବେଳେ ଗୋଟିଏ କାର୍ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବିଜୟଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାର୍ […]