Browsing category

ଅପରାଧ

ପୁଣି କିଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀଛାତ୍ରୀଙ୍କର ମୃତ୍ୟୁ

ଭୁବନେଶ୍ୱର,୧ା୫(ଏସଏସନିଉଜ) କିଟ୍‌ ବିଶ୍ଵବିଦ୍ୟାଳୟ ପୁଣି ବିବାଦ ମଧ୍ୟକୁ ଆସିଛି । କମ୍ପ୍ୟୁଟର ସାଇନ୍ସର ପ୍ରଥମ ବ୍ୟାଚ୍‌ ଜଣେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛିା ମୃତ ଛାତ୍ରୀ ହେଉଛନ୍ତି ୨୧ ବର୍ଷୀୟା ପ୍ରୀଶା ସାହା । ତାଙ୍କ ଘର ନେପାଳର ବୀରଗଞ୍ଜ ଅଞ୍ଚଳରେ । ସେ ୪ ନମ୍ବର ଛାତ୍ରୀ ନିବାସରେ ରହୁଥିଲେ ।ତାଙ୍କର ମୃତ ଦେହକୁ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ନା ଅନ୍ୟ କୌଣସି […]

ନାଗିନ ନୃତ୍ୟରେ ସାପ ଧରି ନାଚିଲେ ବରଯାତ୍ରୀ

ଭୁବନେଶ୍ୱର,୧ା୫(ଏସଏସନିଉଜ) ନାଗିନ ନୃତ୍ୟର ତାଳେତାଳେ ଜୀବିତ ନାଗସାପକୁ ଧରି ବରଯାତ୍ରୀ ନାଚିଲେ । ଜଣେ ଯୁବକ ଜଣକ ସାପକୁ ଖେଳାଉ ଥିଉବା ବେଳେ, ଆଉ ଦୁଇ କିନ୍ନର ନାଗକୁ ଧରି ନାଚୁଥିଲେ ।ଏହିଭଳି ଘଟଣା ଭଦ୍ରକ ଜିଲ୍ଲା ଧାମରା ବାଂଶଡ଼ା ପଞ୍ଚାୟତର ଛେଡାକ ଗାଁରେ ବରଯାତ୍ରୀ ଶୋଭା ଯାତ୍ରାରେ ଦେଖିବାକୁ ମିଳିଛି । ବନ୍ୟପ୍ରାଣୀ ଆଇନ ଉଲ୍ଲଘଂନ କରି ଏପରି ହୋଇଥିବାବେଳେ ସାପଟି ଚୋଟରେ କାହାର ଜୀବନ ମଧ୍ୟ ଯିବାର ସମ୍ଭାବନା ଦେଖାଦେଇଥିଲା ।ଖବରପାଇ ଧାମରା ବନ୍ୟ […]

ସରକାରୀ ଜମିରେ ଦୋକାନ କରିବା ନେଇ ଗଣ୍ଡଗୋଳ,

ବାରଙ୍ଗ, ୩୦।୪(ଏସଏସନିୟୁଜ) ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟରେ ସରକାରୀ ଜମିରେ ଦୋକାନ କରିବାକୁ ନେଇ ଗଣ୍ଡଗୋଳ ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କୁ ପୋଲିସ ଅଟକ ରଖିଛି । ସୂଚନା ଅନୁଯାୟୀ ମଧୁବନ ଗ୍ରାମର ଲିକୁନ ରାଉତ(୨୫) ନାମକ ଯୁବକ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼ ସରକାରୀ ଜମିରେ ଏକ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ବୁଧବାର ସନ୍ଧ୍ୟା ୫ଟାରେ ଉକ୍ତ ଗ୍ରାମର ଶଙ୍କର ରାଉଳ ଓ […]

କାର ବାଇକକୁ ଦେଲା ଧକା

ବାରଙ୍ଗ, ୩୦।୪(ଏସଏସନିୟୁଜ) ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁର ଗ୍ରାମ ନିକଟରେ କାର ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ବାଲିକୁଦା ରୁ ତ୍ରିଶୂଳିଆ ଅଭିମୁଖେ ଓଡି ୦୨ବିୟୁ ୬୭୩୮ ନମ୍ୱର କାରଟି ଦୃତଗତିରେ ଆସୁଥି ବାବେଳେ ବିପରୀତ ଦିଗରୁ ଆସୁଥିବା ବେଳେ ଓଡି ୦୫ ଏୟୁ ୯୧୦୫ ନମ୍ୱର ବାଇକକୁ ନରଣପୁର ଗ୍ରାମ ନିକଟରେ ମୁହାଁ ମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ ଚାଳକଙ୍କ ଗୋଡ଼ ଉପରେ […]

ଲୁଚିଥିଲେ , ଓଲ୍ଡଟାଉନ ଅଞ୍ଚଳରୁ ଧରିଲା ପୋଲିସ

ବାରଙ୍ଗ,୨୯।୪(ଏସଏସନିୟୁଜ)ଜବରଦସ୍ତ ଭଙ୍ଗା ବିୟର ବୋତଲ ଦେଖାଇ ମାରିଦେବାକୁ ଧମକ ଦେଇ ସୁନଚେନ୍ ଲୁଟିବା ଘଟନାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ପରେ ଫେରାର ଥିବା ଅନ୍ୟ ଜଣଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।ସିଏ ହେଉଛନ୍ତି ପାଇକେରାପୁରର ଅନିଲ୍ ରଣଜିତ୍ ଓରଫ ପାପୁଲ୍ । ପ୍ରକାଶ ଯେ,ଗତ ମାର୍ଚ୍ଚ ୨୯ତାରିଖ ସକାଳେ ରବି ସୋଭେଶ ନାମକ ବ୍ୟକ୍ତି ତାଙ୍କ କଲେଜକୁ କାରରେ ଯାଉଥିବା ସମୟରେ, ଗୋଠପାଟଣା ଛକ ନିକଟରେ ୩ଜଣ ଅଜଣା ବ୍ୟକ୍ତି ଏକ ମୋଟରସାଇକେଲରେ […]

ପାକ୍‌ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ

ଭୁବନେଶ୍ଵର,୨୮।୪(ଏସଏସନୀୟୂଜ୍)ଭାରତରେ ପାକିସ୍ତାନ ୟୁଟୁବ୍‌ ଚ୍ୟାନେଲ ବ୍ୟାନ୍‌ କରାଯାଇଛି।୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରୁଛି ଭାରତ ସରକାର।ଶୋଏବ ଅଖତର, ଆର୍‌ଜୁ କାଜ୍‌ମୀ, ସୟଦ ମୁଜାମ୍ମିଲ ଶାହ ଭଳି ଚ୍ୟାନେଲ ବ୍ୟାନ ହୋଇଛି।ସମା ଟିଭି, ଏରି ନ୍ୟୁଜ୍‌, ଜିଓ ନ୍ୟୁଜ୍‌, ଡନ୍‌ ନ୍ୟୁଜ୍‌ ଚାନେଲ ମଧ୍ୟ ବ୍ୟାନ୍‌ ହୋଇଛି।ମିଥ୍ୟା ଖବର ପ୍ରସାରଣ କରିବା ନେଇ ପଦକ୍ଷେପ ନିଆଯାଇଥିବାର ଜଣାପଡିଛି।

LOCରେ ପାକ୍‌ସେନାର ଫାୟାରିଂ

ଭୁବନେଶ୍ଵର,୨୫।୪(ଏସଏସନିୟୁଜ)LOCରେ ପାକିସ୍ତାନ ସେନା ପକ୍ଷରୁ ଫାୟାରିଂ ଆରମ୍ଭ ହୋଇଛି। ପାକ୍‌ ସେନାକୁ ଜବାବ ଦେଇଛି ଭାରତୀୟ ସେନା।ଉଭୟ ପକ୍ଷରୁ ଜାରି ରହିଛି ଗୁଳି ବିନିମୟ।ଅନ୍ୟପଟେ ଆତଙ୍କୀର ଘର ଉଡ଼ାଇଛନ୍ତି ସୁରକ୍ଷାକର୍ମୀ।ପହଲଗାମ ଷଡ଼ଯନ୍ତ୍ରରେ ସାମିଲ ସନ୍ଦେହରେ ବୁଲିଛି ବୁଲ୍‌ ଡୋଜର।ଜମ୍ମୁକାଶ୍ମୀର ପହଲଗାମର ଜଣେ ଆତଙ୍କୀଙ୍କ ଘରେ ବୁଲିଲା ବୁଲଡୋଜର।ବୁଲ୍‌ ଡୋଜର ବୁଲିବା ସହ ବ୍ଲାଷ୍ଟ କରି ଘର ଉଡ଼ାଇଲେ ସୁରକ୍ଷାକର୍ମୀ।ସ୍ଥାନୀୟ ଅଞ୍ଚଳର ଆସିଫ ସେଖ୍‌ ତଥା ଆଦିଲ୍‌ର ଘର ଉଡ଼ାଇଲେ।ଆକ୍ରମଣ ଷଡ଼ଯନ୍ତ୍ରରେ ଆଦିଲ ସାମିଲ ନେଇ ସନ୍ଦେହ ହୋଇଥିଲା।

ଗୋଷ୍ଠୀ ସଂଘର୍ଷରୁ ଘର ଜାଳିଦେଲେ

ବାଙ୍କୀ,୩୧।୩(ଏସଏସନିୟୁଜ) ଗୋଷ୍ଠୀ ସଂଘର୍ଷରୁ ଘର ଜାଳିଦେଲେ ଦୁବୃର୍ତ୍ତ।ତାଳବସ୍ତ ବନହରା ଆଦିବାସୀ ସାହିରେ ଗୋଷ୍ଠୀ ସଂଘର୍ଷ ପରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।ପରସ୍ପରକୁ ଟେକାପଥର ମାଡ଼ ପରେ ଘରେ ନିଆଁ ଲଗାଇ ଦେଇଛନ୍ତି।ଯାହାଫଳରେ ୪ ବଖରା ଘର ଜଳିଯାଇଛି। ଗୋଷ୍ଠୀ ସଂଘର୍ଷ ପରେ ୧୨ଜଣ ଆହତ ହୋଇଥିବାର ଜଣାପଡିଛି।କାଜୁଜଙ୍ଗଲ ନିଲାମକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଥାନାରେ ଅଟକ ରଖିଥିବାର ଜଣାପଡିଛି।

ଦଣ୍ଡନାଚବେଳେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଭୁବନେଶ୍ଵର,୩୧।୩(ଏସଏସନିୟୁଜ)ବ୍ରହ୍ମପୁରରେ ଦଣ୍ଡନାଚ ଯାତ୍ରା ବେଳେ ହତ୍ୟାକାଣ୍ଡ ଘଟିଛି । ବଡ଼ବଜାର ଥାନା ଜେନାସାହିରେ ଚାଲିଥିବା ବେଲଗାଁ ଦଣ୍ଡନାଚ ଯାତ୍ରାରେ ଯୁବକଙ୍କୁ ହତ୍ୟାକରିଛନ୍ତି ବାପା-ପୁଅ ।ମୃତକ ହେଉଛନ୍ତି ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ । ଗତକାଲି ରାତିରେ କୌଣସି କାରଣକୁ ନେଇ ଯାତ୍ରା ଅଧିକାରୀ ତ୍ରିନାଥ ପାଣିଗ୍ରାହୀ ଓ ତାଙ୍କ ପୁଅଙ୍କ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଜଗଦୀଶଙ୍କ ଭୋଗ ଖାଇବାକୁ ନେଇ ବଚସା ହୋଇଥିଲା । ପରେ ବାପା ଓ ପୁଅ ଜଗଦୀଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । […]

ବେଙ୍ଗାଲୁରୁ-କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ

ଭୁବନେଶ୍ଵର,୩୦।୩(ଏସଏସନିୟୁଜ)କଟକଜିଲ୍ଲା ଚୌଦ୍ୱାରର ନିର୍ଗୁଣ୍ଡି ନିକଟରେ କାମାକ୍ଷା ଏକ୍ସପ୍ରେସ୍ ମଙ୍ଗୁଳି ପାସେଞ୍ଜର ହଲ୍ଟ ନିକଟରେ ଲାଇନଚ୍ୟୁତ ହୋଇଛି।ଏପର୍ଯ୍ୟନ୍ତ ସୁଦ୍ଧା କେହି ମୃତାହତ ହୋଇଥିବାର ପୂର୍ବତଟ ରେଳବାଇ ପାଖରେ ସୂଚନା ନଥିବାର କୁହାଯାଇଛି। ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଏହାପରେ ଯାତ୍ରୀମାନଙ୍କୁ ଅନ୍ୟ ଟ୍ରେନରେ ପଠାଇବାର ବ୍ୟବସ୍ଥା କରାଯାଉଛି। ଖବର ପାଇଁ ରେଳବାଇ ପୋଲିସ, ଏନଡିଆରଏଫ ଓ ଫାୟାର ଟିମ୍,ଘଟଣାସ୍ଥଳରେ ପହଞ୍ଚିଛି । ତେବେ କେଉଁ ପରିସ୍ଥିତିରେ […]