ପୁଣି କିଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀଛାତ୍ରୀଙ୍କର ମୃତ୍ୟୁ

ଭୁବନେଶ୍ୱର,୧ା୫(ଏସଏସନିଉଜ) କିଟ୍‌ ବିଶ୍ଵବିଦ୍ୟାଳୟ ପୁଣି ବିବାଦ ମଧ୍ୟକୁ ଆସିଛି । କମ୍ପ୍ୟୁଟର ସାଇନ୍ସର ପ୍ରଥମ ବ୍ୟାଚ୍‌ ଜଣେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛିା ମୃତ ଛାତ୍ରୀ ହେଉଛନ୍ତି ୨୧ ବର୍ଷୀୟା ପ୍ରୀଶା ସାହା । ତାଙ୍କ ଘର ନେପାଳର ବୀରଗଞ୍ଜ ଅଞ୍ଚଳରେ । ସେ ୪ ନମ୍ବର ଛାତ୍ରୀ ନିବାସରେ ରହୁଥିଲେ ।ତାଙ୍କର ମୃତ ଦେହକୁ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଭାବେ ଜଣାପଡିନଥିବାବେଳେ ଘଟଣାସ୍ଥଳରେ ଇନଫୋସିଟି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ଗତ କିଛିଦିନ ତଳେ ପୁରୁଷ ବନ୍ଧୁଙ୍କ ଉତ୍ପୀଡନରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ତେବେ ଏହି ଘଟଣାପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

 

Comments (0)
Add Comment