Browsing category

ଅପରାଧ

ବେଆଇନ କୁଆପଥର ଚାଲାଣ ଗାଡ଼ି ଜବତ

ବାରଙ୍ଗ, ୬/୧(ଏସଏସନିଉଜ) ବାରଙ୍ଗଥାନା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ବେଆଇନ ଭାବେ ଚୋରା କୁଆପଥର ଚାଲାଣ ପାଇ ନେଇକିଆସୁଥିବା ଏକ ଟ୍ରକକୁ ରବିବାର ରାତିରେ ପୋଲିସ ଜବତ କରିଛି। ପ୍ରକାଶଯେ, ରବିବାର ବିଳମ୍ବିତ ରାତିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ବେଆଇନ କୁଆପଥର ବୋଝେଇ ଓଡି ୦୫ବିକେ ୨୩୮୮ ନମ୍ୱର ମିନିଟ୍ରକଟି ଦୃତଗତିରେ ତ୍ରିଶୂଳିଆ ଅଭିମୁଖେ ଯାଉଥିଲା। ଗୋଡିସାହି ଫାଣ୍ଡି ଆଗରେ ପୋଲିସ ଅଧିକାରୀ ଗାଡ଼ିଟିକୁ ଅଟକାଇବା ପୂର୍ବରୁ ମିନିଟ୍ରକ ଚାଳକ ଗାଡ଼ି ଛାଡ଼ି ପଳାଇ ଯାଇଥିଲା। […]

ମିନିଟ୍ରକ ନେଲା ବୁଲେଟ ଚାଳକଙ୍କ ଜୀବନ

ବାରଙ୍ଗ, ୫।୧(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ ତ୍ରିଶୂଳିଆ ସୁବାଷସେତୁ ଉପରେ ରବିବାର ରାତିରେ ଏକ ମିନିଟ୍ରକ ଧକ୍କାରେ ଜଣେ ବୁଲେଟ ଚାଳକଙ୍କର ମୃତୁ ହୋଇଛି। ପ୍ରକାଶଯେ, ରବିବାର ରାତିରେ ତ୍ରିଶୂଳିଆ ବଜାରରୁ ଓଡି ୦୫ଏଜେଡ ୮୦୩୮ନମ୍ୱର ବୁଲେଟ ଚଳାଇ ଜଣେ ଯୁବକ କଟକ ଆଡ଼କୁ ଯାଉଥିଲେ।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଓଡି ୦୨ ଏକେ ୩୯୦୭ନମ୍ୱର ମିନିଟ୍ରକଟି ବୁଲେଟକୁ ସାମ୍ନାସାମ୍ନା ଧକ୍କା ଦେଇ ଥିଲା।ଧକା ହେବାରୁଘଟଣାସ୍ଥଳରେ ବୁଲେଟ ଚାଲକ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକମାନଙ୍କଠାରୁ ଖବର ପାଇ […]

ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା

ଯାଜପୁର,୫ା୧(ଏସଏସନିଉଜ)ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ସରକାର ।ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଅନ୍ୟପଟେ ପାଣିକୋଇଲିରେ ଗୁଳିକାଣ୍ଡରେ ପ୍ରାଣ ହାରଇଥିବା ନୀଳମାଧବ ପଣ୍ଡାଙ୍କ ଶେଷକୃତ୍ୟ ସ୍ୱତି ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି ।ଏହିଘଟଣାପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି ।

ହାଇୱା ଧକ୍କାରେ ଚାଲିଗଲା ୨ ବିଜେପି ନେତାଙ୍କ ଜୀବନ

ବରଗଡ଼,୫ା୧(ଏସଏସନିଉଜ)ବରଗଡରେ ଦୁର୍ଘଟଣାରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁକୁ ନେଇ ମୃତକଙ୍କ ପରିବାରପକ୍ଷରୁ ହତ୍ୟାଅଭିଯୋଗ ଅଣାଯାଇଛି ।ଯାହାକୁନେଇ ଏବେ ସସପେନ୍ସ ବଢିଛି । ଶନିବାର ବିଳମ୍ବିତ ରାତିରେ ବରଗଡ଼ ଜାତୀୟ ରାଜପଥ ୫୩ର କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କମୃତ୍ୟୁ ଘଟିଛି। କାରରେ ଘରକୁ ଫେରୁଥିବା ବେଳେ ହାଇୱା ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ କାରରେ ଥିବା ଅନ୍ୟ ଦୁଇ […]

ମେଳିହେଲେ କଏଦୀ

ବାରଙ୍ଗ,୪ା୧(ଏସଏସନିଉଜ) ଜାମୁଝରୀ ମୁକ୍ତାକାଶ କାରାଶ୍ରମକୁ ବିବାଦ ପିଛା ଛାଡୁନାହିଁ ।କେତେବେଳେ ଅନ୍ତେବାସୀ ଚମ୍ପଟ ମାରୁଛନ୍ତି ତ କେତେବେଳେ ଆତ୍ମହତ୍ୟା ଓ କେତେବେଳେ ବେକକୁ ଧାରୁଆ ଛୁରିରେ କାଟିବା ଭଳି ଅଘଟଣର ବିବାଦରେ ଛନ୍ଦି ହୋଇପଡିଛି କାରାଶ୍ରମ ।ପୁଣି ଶନିବାରଦିନ ଅନ୍ତେବାସୀମାନେ ମେଳି ଦୋଇ ନିଜର ହକ୍ ଦାବୀ କରିବାଭଳି ଘଟଣା ଘଟିଛି । ପ୍ରକାସ ଯେ, ଶନିବାର ମଧ୍ୟାହ୍ନରେ ଅନ୍ତବାସୀମାନଙ୍କୁ ନେଇ ଏକ ପଞ୍ଚାୟତ ଗଠନ କରାଯାଇଥିଲା ।କାରଶ୍ରମ କର୍ତୁପକ୍ଷଙ୍କ ଉପସ୍ଥିତିରେ ଅନ୍ତବାସୀଙ୍କ ମଧ୍ୟରୁ ଜଣଙ୍କୁ ମୁଖିଆ […]

ବେଆଇନ ଚୋରାଚାଲଣ

କଟକ,୪ା୧(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ବେଲଗାଛିଆ ମୌଜାରେ କିଛି ଅସାମାଜିକ ତତ୍ତ୍ୱ ସରକାରୀ ଗୋଚରଜମିରେ ୨ଟିବେଆଇନ ଆଜବେଷ୍ଟସଘର ଆଢୁଆଳରେ ବାଲି,ଗୋଡି,ଇଟା,ଚିପ୍ସ ଗଚ୍ଛିତକରି ବେଆଇନ ଚୋରା ଚାଲାଣ କରିଚାଲିଥଲେ। ଏହି ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ପାଖରେ ସ୍ଥାନୀୟ ଲୋକମାନେ ଅଭିଯୋଗ କଲାପରେ, ଶନିବାର ବାରଙ୍ଗ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଉପରୋକ୍ତ ବେଆଇନ ଭାବେ ନିର୍ମିତ ଆଜବେଷ୍ଟସ ଗୃହଟିକୁ ଭାଙ୍ଗିଦିଆଯାଇଅଛି। ବାରଙ୍ଗଥାନାର ପୋଲିସକର୍ମୀ ଉପରୋକ୍ତ ଉଚ୍ଛେଦ ସମୟରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଆଗାମୀ ଦିନରେ ଲଘୁ ଖଣିଜର ଚୋରାଚାଲାଣକୁ […]

ବାଜିରେ ଲାଗିଛି ଯାତ୍ରୀଙ୍କ ଜୀବନ

ବାରଙ୍ଗ,୩ା୧(ଏସଏସନିଉଜ)ଲୋକ ପଛେ ପଡିକି ମରନ୍ତୁ ,ଆମର ଟଙ୍କା ଦରକାର ।ସବୁ ନୀୟମକୁ ଜଳାଞଳିଦେଇ ସାଧାରଣ ଲୋକଙ୍କ ଜୀବନ ସହ ଖେଳଖେଳିବାକୁ ପଛାନାହାନ୍ତି ବସକର୍ମଚାରୀ ।ପରିବହନବିଭାଗ ନିୟମକୁ ଖୋଲା ଖୋଲିଭାବେ ଉଲଂଘନକରି ଏକ ଘରୋଇଯାତ୍ରୀବାହୀବସ ବାରଙ୍ଗ ରାସ୍ତାଦେଇ ଶୁକ୍ରବାରଦିନ ଯାଉଥିବାର ଦେଖିବାକୁ ମିଳିଥିଲା ।କିଏ ପଛପଟେ ତ କିଏ ଗେଟ୍‌ପାଖରେ ଓହଳିଥିବାର ଦେଖିବାକୁ ମିଳିଥିଲା ।ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରକାଶଯେ, ଓଡି ୧୯ଏକ୍ସ ୦୦୯୮ ନମ୍ୱର ସାମଲ ନାମକ ଏକ ଦୁରଗାମୀ […]

ମା ସାମ୍ନାରେ ପୁଅକୁ ଚାପିଦେଲା ଟ୍ରକ

ଭୁବନେଶ୍ବର,୨ା୧(ଏସଏସନିଉଜ)ମା ସାମ୍ନାରେ ଟ୍ରକ ଧକ୍କାରେ ଲିଭିଗଲା କୁନି ପୁଅର ଜୀବନ । ଏଭଳି ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଅଞ୍ଚଳରେ ଘଟିଛି । ମାଆ ଓ ସାତ ବର୍ଷର ପୁଅ ଏକ ସ୍କୁଟି ଯୋଗେ ଯଶିପୁର ବଜାରର ୪୯ ନଂ ଜାତୀୟ ରାଜପଥ ଦେଇ ରରୁଆଁ ପଟକୁ ଯାଉଥିଲେ ।ଏହିସମୟରେ ଏକ ଲୁହାପଥର ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ସାତବର୍ଷର ପୁଅ ତଳେ ପଡ଼ିଯିବାରୁ ଟ୍ରକଟି ପୁଅ ଉପରେ […]

ସ୍ବାମୀ ଗିରଫ

ଜଟଣୀ,୨।୧(ଏସଏସନିଉଜ)ଜଟଣୀଥାନା ପୁଲିସ ରଘୁନାଥ ଆଚାର୍ଯ୍ୟଙ୍କ ଅଭିଯୋଗ କ୍ରମେ କେସ ନମ୍ୱର୩୫୬/୨୪ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସ୍ବାମୀ ତରାବୋଇ ଗ୍ରାମର ଚିନ୍ମୟ ରଥ(୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ରଘୁନାଥ ଆଚାର୍ଯ୍ୟଙ୍କ ଝିଅ ତରାବୋଇ ଗ୍ରାମର ଚିନ୍ମୟ ରଥ(୨୮)ଙ୍କୁ ହିନ୍ଦୁ ରୀତିନୀତି ଅନୁଯାଇ ବିବାହ କରିଥିଲେ । ବିବାହ ସମୟରେ ଦାବୀ ମୁତବକ ଯୌତୁକ ସହିତ ଗୃହପୋକରଣ ସାମଗ୍ରୀ ସବୁ ଅଭିଯୁକ୍ତଙ୍କ ପରିବାରକୁ ଦିଆଯାଇଥିଲା । […]

ମହିଳାଗ୍ୟାଙ୍ଗକୁ ଧରିଲା ପୋଲିସ

ବାରଙ୍ଗ,୩୦ା୧୨(ଏସଏସନିଉଜ)କୃତିମ ଭିଡ କରି ଚୋରି କରୁଥିବା ପଶ୍ଚିମବଙ୍ଗର ଏକ ମହିଳା ଗ୍ୟାଙ୍ଗକୁ ନନ୍ଦନକାନନ ପୋଲିସ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତାମାନେ ହେଲେ ସୋନିଆ ସିଂ(୨୩), ପୂଜା ସିଂ(୨୦),ରେଖା ସିଂ(୨୩),ଚାନ୍ଦିନି ସିଂ(୩୦) । ସେମାନଙ୍କଠାରୁ ୫ ଟି ଚୋରା ମୋବାଇଲ,ପର୍ସ ଭଳି ଚୋରି ସାମଗ୍ରୀ ଜବତ ହୋଇଛି । ଏନେଇ ପୋଲିସ ୩୭୦/୨୪କେଶନଂରେ ଏକ ମାମଲା ରୁଜୁ କରି ଅଭିଯୁକ୍ତାମାନଙ୍କୁ ସୋମବାର କୋର୍ଟ ଚାଲାଣ କରିଥିଲା । ଜାମିନ ନମିଳିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ […]