Browsing category

ଅପରାଧ

ପୁଣି ମୋ ବସ ନେଲା ଜୀବନ

ବାରଙ୍ଗ,୪।୨(ଏସଏସନିଉଜ) ମଙ୍ଗଳବାର ସକାଳେ ଜଣେ ନାବାଳିକା ଉପରେ ଦ୍ରୁତଗାମୀ ବେପରୁଆ ମୋବସ ଚଢ଼ିଯାଇଛି। ଯାହାଫଳରେ ନାବାଳିକା ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ନାବାଳିକା ଜଣଙ୍କ ଫୁଲ ତୋଳି ରାସ୍ତା ପାର୍ଶ୍ବରେ ଥିବା ଏକ ନର୍ସରୀ ରେ ରହୁଥିବା ପରିବାର ପାଖକୁ ଯିବା ପାଇଁ ସାଇକେଲ ଧରି ଛିଡା ହୋଇଥିଲା।ଏହି ସମୟ ରେ ଭୁବନେଶ୍ୱର ପଟରୁ ଆସୁଥିବା ଦ୍ରୁତଗାମୀ ମୋ ବସ ଧକା ଦେଇଥିଲା।ଦୁର୍ଘଟନା ପରେ ରଘୁନାଥ ପୁର ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତାରେ ବାଉଁଶ ପକାଇ ଓ […]

ଡକାୟତି ପାଇଁ କରୁଥିଲେ ଯୋଜନା

  ବାରଙ୍ଗ,୨।୨(ଏସଏସନିଉଜ)ଦାଦାବଟି ଓ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିବାବେଳେ ଏକ ୩ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ ବାରଙ୍ଗ ପୋଲିସକୁ ସଫଳତା ମିଳିଛି। ପୋଲିସ ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହିତ , ଦୁଇଟି ଜୀବନ୍ତ ବୋମା ଓ ଗୋଟିଏ ଭୁଜାଲି ଓ କାରକୁ ଜବତ କରିଛି। ସୁଚନା ଅନୁଯାୟୀ ଶନିବାର ରାତିରେ ଓମ୍ଫେଡ଼ ରାସ୍ତାରେ ପାଞ୍ଚଜଣ ଯୁବକ ଦାଦାବଟି ଓ ଡକାୟତି କରିବା ପାଇଁ ଯୋଜନା କରୁଥିଲେ।ଏହି ସମୟରେ ପେଟ୍ରୋଲିଂରେ ଯାଉଥିବା ପୋଲିସ ଙ୍କ ନଜର […]

ଛୁଆ ବିଲେଇ ପାଇଁ ନକେଦମ୍

ବାରଙ୍ଗ, ୨/୨(ଏସଏସନିଉଜ) ନରାଜ ବ୍ୟାରେଜ ଖୁଣ୍ଟ ଉପରୁ ଗୋଟିଏ ବିଲେଇ ଛୁଆକୁ ଉଦ୍ଧାର କରିଛି ବାରଙ୍ଗ ଅଗ୍ନିଶମ ବାହିନୀ। ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା କାଠଯୋଡି ନଦୀର ନରାଜବ୍ୟାରେଜ ମଝିରେ ଗୋଟିଏ ଖୁଣ୍ଟଉପରେ ଛୋଟ ବିଲେଇ ଖସିପଡ଼ିଥିଲ।ବିଲେଇ ଛୁଆଟି ଖାଦ୍ୟଅନ୍ୱେଷଣରେ ଯାଇ ଖସି ପଡ଼ିଥିବାର ଅନୁମାନ କରାଯାଇଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖିଛୁଆବିଲେଇକୁ ଉଧାର କରିବାକୁ ବହୁ ଚେଷ୍ଟା କରିଥିଲେ। ବିଫଳ ହେବାରୁ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଖବରପାଇ ବାରଙ୍ଗ ଅଗ୍ନିଶମ ବାହିନୀର […]

ଚୋରା ମୋରମ ଚାଲାଣ,ବିଜେଡି ପକ୍ଷରୁ ଦାବିପତ୍ର

ବାରଙ୍ଗ,୩୦।୧(ଏସଏସନିଉଜ)ବାରଙ୍ଗ ଅଞ୍ଚଳରେ ଗତ କିଛିଦିନ ହେବ ବେଆଇନଭାବେ ଚୋରାରେ ମୋରମ ଚାଲାଣ ହେଉଛି।ଏଥିରେ ଅଙ୍କୁଶ ଲଗାଇବା ପାଇଁ ଗୁରୁବାର ଦିନ ବାରଙ୍ଗ ବ୍ଲକର ୮ପଞ୍ଚାୟତରେ ଥିବା ବିଜେଡି କର୍ମୀମାନେ ଏକ ଦାବିପତ୍ର ବାରଙ୍ଗ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ପ୍ରକାଶ ଯେ,ବିଜେଡି କର୍ମୀମାନଙ୍କ କହିବା କଥା ହେଲା କିଛି ମୁଷ୍ଟିମେୟ ତଥା ସରକାରୀ ଦଳର କୁହାଯାଉଥିବା କୁଜିନେତାଙ୍କ ଇଙ୍ଗିତରେ ଦିନ ଦିହିପହରରେ ଗୋଡିସାହି ଅଞ୍ଚଳରୁ ଜେଶିବି ଲଗାଜାଇ ମୋରମ ଓ ମାଟି ଚୋରାଚାଲାଣ ହେଉଛି। ଯାହାଫଳରେ ପାକୃତିକ ସମ୍ପଦ […]

ସାଧାରଣତନ୍ତ୍ର ଦିବସରେ ଅଘଟଣ

ଆଠଗଡ଼,୨୬।୧(ଏସଏସନିଉଜ)ସାଧାରଣତନ୍ତ୍ର ଦିବସରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଅଂଶୁପା ରୋଡରେଓଲଟିପଡିଛି।ମାଳବିହାରପୁର ହାଇସ୍କୁଲ ପିଲା ସରଣ୍ଡାକୁ ପ୍ୟାରେଡ ରେ ଯୋଗଦେବାକୁ ଆସିଥିବା ବେଳେ ଦୁର୍ଘଟଣା ଘଟିଥିଲା।ଯାହାଫଳରେ ଜଣେ ଦଶମ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭେଟିଲେ ସଚିବ ଭେଟି ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି।ଏହି ଘଟଣା ପରେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଗୁରୁତର ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ୩୦ ହଜାର […]

ଫିଲ୍ମ ଷ୍ଟାଇଲରେ ଗାଡ଼ି ଚଳାଇବା

ବାରଙ୍ଗ, ୧୭।୧(ଏସଏସନିଉଜ) ଗୋଡିସାହି ଫାଣ୍ଡି ସମ୍ମୁଖରେ ଫିଲ୍ମ ଷ୍ଟାଇଲରେ ଗାଡ଼ି ଚାଳନା କରିବା ଘଟଣା ଜଣେ ଯୁବକଙ୍କ ପାଇ ମହଙ୍ଗା ପଡିଛି । ପ୍ରକାଶ ଯେ, ଗୁରୁବାର ସଂନ୍ଧ୍ୟାରେ ଗୋମାଂସ ବିକ୍ରୀ କରିବା ଅଭିଯୋଗ ରେ ସିଆଇଏସଏଫ ନିକଟରେ ଥିବା କଟକ ମେଡିସିନ ଷ୍ଟୋରର ମାଲିକ ଓ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଗିରଫର କିଛି ସମୟ ପରେ ବାରଙ୍ଗ ପୋଲିସ ଉଭୟଙ୍କୁ ସର୍ତ୍ତମୁଳକ ଜାମିନରେ ଛାଡ଼ିଦେଇଥିଲ।ଏହି ସମୟରେଔଷଧ ଦୋକାନର ମାଲିକଙ୍କ ସମ୍ପର୍କୀୟ ଭାଇ ଆଣିଥିବା […]

ମାଟିରେ ମିଶିଲା ଶ୍ରୀ ବୈକୁଣ୍ଠଧାମ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ଦୀର୍ଘଦିନ ଧରି ବିବାଦ ଭିତରେ ଛନ୍ଦି ହୋଇ ପଡ଼ିଥିବା। ଶ୍ରୀ ବୈକୁଣ୍ଠଧାମ ଆଶ୍ରମ ଆଜି ଭଙ୍ଗାଯାଇଛି। ଅପରାହ୍ନ ୪ ଟା ସୁଦ୍ଧା ଆଶ୍ରମର ସମସ୍ତ ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯିବ ବୋଲି ବିଡ଼ିଏ ପକ୍ଷରୁ ସୂଚନା ଦିଆଯାଇଛି। ଦୀର୍ଘଦିନ ଧରି ଖଣ୍ଡରିରି ଅଞ୍ଚଳର ଏକ ସରକାରୀ ଜମି ଉପରେ ଶ୍ରୀ ବୈକୁଣ୍ଠଧାମ ଆଶ୍ରମ ଗଢି ଉଠିଥିଲା।ଜଣେ ପିଲା ବାବାଙ୍କୁ ଭକ୍ତମାନେ ପାଦତଳେ ତୁଳସୀ ରଖି ପୂଜିବାର ଦୃଶ୍ୟ ଭିଡ଼ିଓ ଭାଇରଲ୍ ହେବା ପରେ ଆଶ୍ରମର ମୁଖ୍ୟ ବାବା […]

ରାଜଧାନୀରେ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ

ଭୁବନେଶ୍ବର,୮ା୧(ଏସଏସନିଉଜ)ରାଜଧାନୀର ରସୁଲଗଡ଼ ଓଭରବ୍ରିଜ୍ ନିକଟରେ ବହୁଚର୍ଚ୍ଚିତ ସହଦେବସାହୁ ହତ୍ୟା ଘଟଣାରେ କମିସନରେଟ୍ ପୁଲିସର ସ୍ଵତନ୍ତ୍ରଟିମ୍ ଜଣେ ମହିଳା ସମେତ ୩ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ବୁଧବାର ସନ୍ଧ୍ୟାରେ ଗରିଫ କରିଛି। ଗିରଫ ଅଭିଯୁକ୍ତମାନେ କେଦାରପଲ୍ଲୀ ନିବାସୀ ବୋଲି ଜଣାପଡିଛି । ବ୍ରାଉନ୍‌ସୁଗାର ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଥିବାବେଳେ ହତ୍ୟା କାଣ୍ଡ ଯୋଜନାବଦ୍ଧ ଥିଲା ବୋଲି ଜଣାପଡ଼ିଛି।ତେବେ ପୋଲିସ ୧୦ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି । କେଦାରପଲ୍ଲୀରେ ରହୁଥିବା ସହଦେବ […]

ରାଜଧାନୀରେ ମର୍ଡର

ଭୁବନେଶ୍ୱର,୮।୧(ଏସଏସନିଉଜ) ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ବିଚ୍‌ରାସ୍ତାରେ ଦୁର୍ବୃତ୍ତମାନେ କେଦାରପଲ୍ଲୀ ବସ୍ତିର ସହଦେବ ନାୟକଙ୍କୁ ଖଣ୍ଡାରେ ହାଣି ଗଣ୍ଡି-ମୁଣ୍ଡ ଅଲଗା କରିଦେଇଛନ୍ତି ।ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଥିବା ବେଳେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଆଜି ସକାଳ ପ୍ରାୟ ୮ଟା ବେଳେ ସହଦେବ ଏକ ନାଲିରଙ୍ଗର ସ୍କୁଟି ଯୋଗେ ଭିଏସଏସ ନଗର ପଟୁ ରସୁଲଗଡ ଆଡକୁ ଆସୁଥିଲେ ।ଏହି ସମୟରେ ୪ଜଣ ଯୁବକ ଦୁଇଟି ବାଇକରେ ତାଙ୍କୁ […]

ବାରଙ୍ଗ ଥାନାକୁ ଆସିଲେ ଦେବେନ୍ଦ୍ର ବିଶ୍ବାଳ

କଟକ,୬।୧(ଏସଏସନିଉଜ)କମିଶନରେଟ ପୋଲିସର ଛୋଟ ଧରଣର ବଦଳି ମଙ୍ଗଳବାର ହୋଇଛି।ଏହି ବଦଳି ଅନୁଯାୟୀ ବାରଙ୍ଗଥାନା ଅଧିକାରୀ ଭାବେ ଦେବେନ୍ଦ୍ର ବିଶ୍ବାଳଙ୍କୁ ଚାଉଳିଆଗଞ୍ଜ ରୁ ବାରଙ୍ଗ ଥାନାକୁ ବଦଳି କରାଯାଇଛି।ସେହିପରି ଭାବେ ବାରଙ୍ଗଥାନା ଅଧିକାରୀ ବିଶ୍ବରଂଜନ ନାୟକଙ୍କୁ ପୁରୀଘାଟ ଥାନା ଓ ଜିତେନ୍ଦ୍ର ନାଥ ସେଠୀଙ୍କୁ କ୍ୟାଣ୍ଟିନମେଣ୍ଟ ଥାନାକୁ ବଦଳି କରାଯାଇଛି।ତେବେ ଦେବେନ୍ଦ୍ର ବିଶ୍ବାଳ ପୂର୍ବରୁ ଚନ୍ଦକାଥାନାରେ ଥିବା ବେଳେ ଥାନାର ରୂପରେଖ ବଦଳାଇ ବେଶ୍ ଚର୍ଚ୍ଚାରେ ରହିଥିଲେ।ରଙ୍ଗ ବେରଙ୍ଗର ଫୁଲଗଛ ଲଗାଇ ଥାନା ପରିସରକୁ ଏକ ସୁନ୍ଦର ପରିବେଶ […]