Browsing category

ଅପରାଧ

ରାସ୍ତାରେ ଶବରଖି ରାସ୍ତାରୋକ

ସୁନ୍ଦରଗଡ଼,୧୧/୧୧(ଏସଏସନିଉଜ) ଗତକାଲି ସନ୍ଧ୍ୟାରେ ହେମଗିରି ଗର୍ଜନବାହାଲରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବି କରି ଶବ ରଖି ଚାଲିଛି ରାସ୍ତାରୋକ।ଗତକାଲି ସନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗର୍ଜନବାହାଲ ଗାଁର ପପୁ ଅମାତ ପ୍ରାଣ ହରାଇଥିଲେ । ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବିକରି ଶବ ରଖି ରାସ୍ତାରୋକ […]

ଅନାସ୍ଥା ଭୟ

ବରଗଡ଼,୧୧/୧୧(ଏସଏସନିଉଜ) ଗାଈସିଲାଟ ବ୍ଲକ୍‌ ତାଲପାଲି ସରପଞ୍ଚ ଉର୍ମିଳା ସେଠ ଅନାସ୍ଥା ଭୟରେ ରବିବାର ପୂର୍ବାହ୍ନରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଷ ବୋତଲ ଜବତ କରିବା ସହ ସରପଞ୍ଚ ସେଠଙ୍କୁ ଚିକିତ୍ସ ପାଇ ପଦ୍ମପୁର ଉପଖଣ୍ଡ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସରମ୍ପଚ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ୍‌ ଆସିବା ସହ ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଲାଗି […]

ବସମାଲିକଙ୍କ ଦାଦାଗିରି …

ବାରଙ୍ଗ,୧୧/୧୧(ଏସଏସନିଉଜ) ଦାଦାଗିରି ଦେଖାଇ ଫେରାର ଥିବା ବାପୁନିକୁ ଶେଷରେ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ରଘୁନାଥପୁର ଗାଁର ଏକ ଘରୋଇ ବସ ମାଲିକ ବାପୁନି ଓରଫ ମାନସ ରଞ୍ଜନ ସାହୁ ବୋଲି ସୂଚନା ମିଳିଛି ।ରାଜାରାସ୍ତାରେ ବସକୁ ଅଟକାଇ ବସ କଣ୍ଡଟର କୁ କାଠଫାଳିଆରେ ମାଡ଼ମାରି ଟଙ୍କା ଓ ସୁନାମୁଦିନେଇ ଫେରାର ଥିଲା ବାପୁନି । ମିଳିଥିବା ସୂଚନା ଅନୁଯାୟୀ, ସୌମେନ୍ଦ୍ରଙ୍କର OD 02-CL- 2122 ନମ୍ବର ବିଶିଷ୍ଟ ବସ ନିୟମିତ ଭାବେ ଭୁବନେଶ୍ବରରୁ […]

ବାଘ ପାଇଁ ଦର୍ଶନ କଟକଣା

ଗଞ୍ଜାମ,୯/୧୧(ଏସଏସନିଉଜ)ବାଘଭୟରେ ଗଞ୍ଜାମ ବାଳକୁମାରୀ ପୀଠରେ ଦର୍ଶନକୁ କଟକଣା କରାଯାଇଛି।ଅପରାହ୍‌ଣ ୪ଟାପରେ ମାଆଙ୍କ ଦର୍ଶନ ବନ୍ଦ ନିଷ୍ପତ୍ତି ହୋଇଛି।ଅନିର୍ଦ୍ଦିଷ୍ଟ କାଳଯାଏ ଲାଗୁ ରହିବ କଟକଣା ବୋଲି ଜଣାପଡିଛି। ମନ୍ଦିରକମିଟି ବାଳକୁମାରୀ ନିକଟ ରାମପୁର ଜଙ୍ଗଲରେ ବାଘ ବୁଲୁଛି ଓ ବାଳକୁମାରୀ ନିକଟରେ ମହାବଳର ପାଦଚିହ୍ନ ମିଳିବା ପରେ ଏହି କଟକଣା କରାଯାଇଛି।

ବୃଦ୍ଧ ନିଖୋଜ ଥାନାରେ ଅଭିଯୋଗ

ବାରଙ୍ଗ, ୮/୧୧(ଏସଏସନିଉଜ) ବେଲଗଛିଆ ପଞ୍ଚାୟତ ଅନ୍ତର୍ଗତ ନୟାପାଟଣା ଗ୍ରାମର ଜଣେ ବୃଦ୍ଧ ଗୁରୁବାରଠାରୁ ନିଖୋଜ ଥିବା ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ବୃଦ୍ଧ ଜଣକ ହେଲେ ସୁରେନ୍ଦ୍ର ଭଟ୍ଟ(୬୮)। ବୃଦ୍ଧଙ୍କ ର ମାନସିକ ସ୍ଥିତି ସ୍ଥିର ନଥିବା ବେଳେ ଗୁରୁବାର ସକାଳ ୯ଟାରୁ ଘରୁ କେଉଁଆଡେ ଚାଲିଯାଇଛନ୍ତି। ସାଙ୍ଗରେ ସେ ଏକ ସାଇକେଲ ଧରି ଯାଇଥିବାବେଳେ ଘରୁ ଗଲା ବେଳକୁ ସେ ଏକ ଲୁଙ୍ଗି ଓ ଗାମୁଛା ପିନ୍ଧିଥିବାର ପରିବାର ପକ୍ଷରୁ ଥାନାରେ କରାଯାଇଥିବା ଅଭିଯୋଗରେ […]

ଭୁବନପୁରଗ୍ରାମରେ ଲାଗିଲା ଟ୍ରାନସଫରମର

ବାରଙ୍ଗ,୮/୧୧(ଏସଏସନିଉଜ)ଭୁବନପୁର ଗ୍ରାମରେ ଲାଗିଲା ୨୫୦କେଭି ଟ୍ରାଂଶଫର୍ମର ।ଦୀର୍ଘ ଦିନର ଦାବି ଗ୍ରାମବାସୀଙ୍କର୍ ପୁରାଣ ହୋଇଛି। ଗ୍ରାମବାସିମାନେ ଲୋଭୋଲ୍ଟେଜ୍ ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ।ସନ୍ଧ୍ୟା ହେବାମାତ୍ରେ ଡିବିରି ଭଳି ଆଲୁଅ ଜଳୁଥିବାରୁ ପିଲାମାନେ ପାଠ ପଢ଼ିବାରେ ଅସୁବିଧା ସହ ଘରୁ ବାହାରିବାକୁ ଗ୍ରାମବାସୀମାନେ ନିରାପଦ ମଣୁନଥିଲେ। ଭୋଲ୍ଟେଜ୍ ସମସ୍ୟା ଦୂର କରିବା ପାଇ ଗ୍ରାମ୍ୟ କମିଟି ସଭାପତି ରଞ୍ଜନ କୁମାର ଭଟଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗଠାରୁ ଆରମ୍ଭ କରି ଲୋକ ପ୍ରତିନିଧିମାନଙ୍କୁ ବାରମ୍ବାର ଅବଗତ କରିଥିଲେ। ଏ […]

ଟ୍ରକ ପଛରୁ ପିଟିଲା କାର

ବାରଙ୍ଗ,୮|୧୧ (ଏସଏସନିଉଜ) ବାରଙ୍ଗଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଦୁଇଟି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ କାର ସମ୍ମୁଖରୁ ଆସୁଥିବା ଏକ ମୋଟର ସାଇକେଲକୁ ଧକା ଦେଇଥିବା ବେଳେ ଅନ୍ୟ ଏକ ଘଟଣାରେ ଯାନ୍ତ୍ରିକତ୍ରୁଟି ଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଏକ କାର ଧକ୍କା ଦେଇଛି। ପ୍ରକାଶଯେ,ଶୁକ୍ରବାର ରାତିରେ ବଙ୍ଗାଳୀସାହି ନିକଟରେ କେଏ୦୧ଏମଜେ୮୦୯୭ ନମ୍ୱର ଟ୍ରକ୍ ଯାନ୍ତ୍ରିକ ତ୍ରୁଟିଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା। ଏହି ସମୟରେ ନନ୍ଦନକାନନ ପଟୁ ବାରଙ୍ଗ ଅଭିମୁଖେ […]

ନିର୍ମଳଝର ମନ୍ଦିରରୁ ଚୋରି

ଭୁବନେଶ୍ୱର,୮/୧୧(ଏସଏସନିଉଜ)କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ୍ୟ ଦେବୀ ମାତାରାତାରିଣୀ ମନ୍ଦିରରୁ ଚୋରି ଘଟଣା ମନରୁ ନ ଲିଭୁଣୁ ପୁଣି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ରହିଥିବା ଓଡ଼ିଶାର ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ ନିର୍ମଳଝର ମନ୍ଦିର ହୁଣ୍ଡିଭାଙ୍ଗି ଲୁଟିନେଇଛନ୍ତି ଦୃର୍ବୁତ୍ତ ।ଗତକାଲି ବିଳମ୍ବିତ ରାତିରେ ନିର୍ମଳଝର ପରିସରରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିରରୁ ହୁଣ୍ଡିଭାଙ୍ଗି ଟଙ୍କା ଲୁଟ କରିବାସହ ରୋଷଘର ତାଲାଭାଙ୍ଗି ପିତଳ ଓ କଂସା ସାମଗ୍ରୀ ଚୋରୀ ହୋଇଥିବା ଜଣା ପଡିଛି ।ସକାଳ ସମୟରେ ପୂଜକ ମୂଖ୍ୟତାଲା ଖୋଲି ମନ୍ଦିରକୁ ଯିବାପରେ ହୁଣ୍ଡିଭଙ୍ଗା ,ରୋଷଘରୁ […]

ମାଛ ଧରିବାକୁ ଯାଇ ନିଖୋଜ

କଟକ,୮/୧୧(ଏସଏସନିଉଜ)କାଠଯୋଡ଼ି ଶାଖାନଦୀ ସିଢୁଆରେ ମାଛ ଧରିବାକୁ ଯାଇ ଜଣେ ନିଖୋଜ ହୋଇଛନ୍ତି। ନିଖୋଜବ୍ୟକ୍ତି କଟକ ସଦରଥାନା ଅନ୍ତର୍ଗତ ନାଗବାଲି ଗ୍ରାମ କୈବର୍ତ୍ତସାହିର ରମାକାନ୍ତ ବେହେରା (୫୦) ବୋଲି ଜଣାପଡିଛି । ଗତକାଲି ବିଳମ୍ବିତରାତିରୁ ନଦୀକୁ ଯାଇ ଘରକୁ ଫେରିନଥିଲେ। ଏନେଇ ପରିବାରଲୋକେ କଟକ ସଦରଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ଓଡ୍ରାଫଟିମ୍ ପହଞ୍ଚି ନିଖୋଜ ରମେଶଙ୍କୁ ଖୋଜୁଥିବା ଜଣାପଡିଛି।

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ – ୬ ଗିରଫ

କଟକ,୮/୧୧(ଏସଏସନିଉଜ)କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି ବୋଲି ଡିସିପି ପ୍ରେସମିଟ୍ରେ କହିଛନ୍ତି।୪ ତାରିଖରେ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଥିଲା।୫ ତାରିଖରେ ୩ ଓ ୬ତାରିଖରେ ଆଉ ୩ ଜଣଙ୍କୁ ଗିରଫ କରାଗଲା।ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଡିସିପି ସୂଚନା ଦେଇଛନ୍ତି।୬ଜଣଙ୍କ ମୋବାଇଲ ସିଜ୍ ହୋଇଛି, ସମସ୍ତ ଭିଡିଓ ଯାଞ୍ଚ କରାଯିବ।ଅଭିଯୁକ୍ତଙ୍କ ବିରୋଧରେ SC/ST ଆକ୍ଟ ଓ IT ଆକ୍ଟ ଲାଗିଛି।SFSLକୁ ମୋବାଇଲ ପଠାଯିବ, ଖୁବଶୀଘ୍ର […]