ନାବାଳିକାକୁ ଅସଦାଚରଣ କରି ଫେରାର ଯୁବକ ଗିରଫ

ବାରଙ୍ଗ, ୨୮।୧୧(ଏସଏସନିଉଜ) ବାରଙ୍ଗ ଥାନା ପୋଲିସ ୫ ବର୍ଷରୁ ଉର୍ଦ୍ଧ ସମୟଧରି ଫେରାର ଥିବା ଜଣେ ଯୁବକକୁ ଗିରଫ କରି ଗୁରୁବାର କୋର୍ଟ ଚାଲଣ କରିଛି।ଏହି ଥାନା ଅନ୍ତର୍ଗତ ଫୁଲପୋଖରୀ ଗ୍ରାମର ବିକାଶ ବାରିକ ୨୦୨୯ ମସିହାରେ ଉକ୍ତ ଗ୍ରାମର ଜଣେ ନାବାଳିକାକୁ ଅସଦାଚରଣ କରିଥିଲେ। ଏସଂକ୍ରାନ୍ତରେ ବାରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ହେବାର ଜାଣିବା ପରେ ସେ ଫେରାର ହୋଇଯାଇଥିଲେ।ବିଶେଷ ସୂତ୍ରରୁ ଖବରପାଇ ବାରଙ୍ଗ ଥାନା ପୋଲିସ ବିକାଶକୁ ତା ଘରୁ ବୁଧବାର ରାତିରେ ଗିରଫ କରି ଗୁରୁବାର କୋର୍ଟ ଚାଲଣ କରିଛି।।(ଜିତ ରାଉତଙ୍କ ରିପୋର୍ଟ)

Comments (0)
Add Comment