Browsing category

ଅପରାଧ

ଯିଏ ଟଙ୍କା ମାଗିବ କାର୍ୟ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର,୪ା୯(ଏସଏସନିଉଜ)ସୁଭଦ୍ରା ଫର୍ମ ଆବେଦନକାରୀଙ୍କ ପାଇଁ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ । କହିଲେ, ଯିଏ ଟଙ୍କା ମାଗୁଛି ତା ନାଁରେ ଅଭିଯୋଗ କରନ୍ତୁ । ଯିଏ ଟଙ୍କା ମାଗିବ କାର୍ୟ୍ୟାନୁଷ୍ଠାନ ହେବାସୁଭଦ୍ରା ଯୋଜନା ସମ୍ପୂର୍ଣ ଦେୟମୁକ୍ତାଜନସେବା ଆଧାର କେନ୍ଦ୍ରରେ ଆବେଦନକାରୀଙ୍କୁ ଟଙ୍କା ମାଗିବା ମନା , ସୁଭଦ୍ରା ଫର୍ମ ଭରିବା ଏକ ମାଗଣା ସେବା ,ସରକାରଙ୍କ ପକ୍ଷରୁ ଆଧାର ଓ ଜନସେବା କେନ୍ଦ୍ରଙ୍କୁ ଟଙ୍କା ଦିଆଯାଇଛି, ଆବେଦନକାରୀଙ୍କୁ ଟଙ୍କା ମାଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ , ଯିଏ […]

ପିଉସୀଙ୍କୁ ହତ୍ୟା କଲା ପୁତୁରା

ମୟୂରଭଞ୍ଜ, ୪ା୯(ଏସଏସନିଉଜ) ବୁଧବାର ଅପରାହ୍ନରେ ବେତନଟୀଥାନା ଅଧୀନ ଦହିକୋଟି ଗ୍ରାମରେ ପିଉସୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ପୁତୁରା।ଗ୍ରାମବାସୀମାନେ ହତ୍ୟାକାରୀ ପୁତୁରାକୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି ।ମୃତକ ହେଉଛନ୍ତି ସ୍ବର୍ଗତ ପଙ୍କଜ କୁମାର ମିଶ୍ରଙ୍କ ଚାରୁଲତା ମିଶ୍ର (୬୪) ଓ ଅଭିଯୁକ୍ତ ଜଣକ ହେଉଛି ସ୍ବର୍ଗତ ପଙ୍କଜ କୁମାର ମିଶ୍ରଙ୍କ ପୁଅ କାନ୍ଦୁରୁ ଓରଫ ତନ୍ମୟ କୁମାର ମିଶ୍ର(୨୧)ା

ଲୁହାପଥର ଖଣିରେ ସିବିଆଇ ରେଡ୍

  କୋଇଡ଼ା,୪/୮(ଏସଏସନିଉଜ) ବରସୁଆଁ ଲୁହା ପଥର ଖଣିରେ ସିବିଆଇର ଖୋଳତାଡ଼ ଆରମ୍ଭ ହୋଇଛି।ଲୁହା ପଥରର ମାନ ବଦଳାଇବାରୁ ରାଜସ୍ୱ କ୍ଷତି ପରେ ଚଢ଼ାଉ ସୂଚନା ମିଳିଛି।ପଚରାଉଚରା ପାଇଁ ସେଲ୍ ଅଧିକାରୀଙ୍କୁ ଡାକିଛି ସିବିଆଇ।ଲୁହାପଥର ମାନ ବଦଳାଇ ଷ୍ଟକ୍‌ରୁ ବିକ୍ରି କରାଯାଇଥିବା ଅଭିଯୋଗ ଆସିଛି। ଶହଶହ କୋଟି ରାଜସ୍ୱ କ୍ଷତି ଅଭିଯୋଗ ହୋଇଛି।ଉଚ୍ଚସ୍ତରୀୟ ତଦନ୍ତ ପାଇଁ CBIକୁ କେସ୍ ହସ୍ତାନ୍ତର କରିଥିଲା ଭିଜିଲାନ୍ସ।

ଟ୍ରାକ୍‌ରୁ ଖସିଲା ୧୭ଟି ବଗି

ଭୁବନେଶ୍ୱର,୨ା୯(ଏସଏସନିଉଜ)ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇ ୧୭ଟି ବଗି ଟ୍ରାକ୍ରୁ ଖସିଯାଇଛି । ସୋମବାର ସକାଳୁ ଏକ ମାଲବାହୀଟ୍ରେନ୍ ପାରାଦୀପବନ୍ଦରକୁ ଯାଉଥିବାବେଳେ ବାଉରିଆପାଳନ୍ଦା ନିକଟରେ ଟ୍ରେନଟି ହଠାତ୍ ଲାଇନ୍ଚ୍ୟୁତ ହୋଇ ଗୋଟିଏ ବଗି ଓଲଟି ପଡିଥିବା ବେଳେ ଆଉ ଗୋଟିଏ ଅଧା ଅଣେଇ ହୋଇଛି । ଖବରପାଇ ରେଳବାଇର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲେ ।

୭୦ ଲକ୍ଷର ଗଞ୍ଜେଇ ସହ୨ବେପାରୀ ଗିରଫ

ମାଲକାନଗିରି,୨ା୯(ଏସଏସନିଉଜ) ୭୦ ଲକ୍ଷଟଙ୍କା ମୁଲ୍ୟର ୪୨୦ କେଜି ଗଞ୍ଜେଇ ଏକ ରଦ୍ଦି କାଗଜ ନେଇ ଯାଉଥିବା କଣ୍ଟେନର ଭିତରୁ ମିଳିଛି ।ଏହିଘଟଣାରେ ୧୨ ବସ୍ତା ଗଞ୍ଜେଇ ସହ ୨ ଗିରଫ କରିଛି ପୋଲିସାବାଲିମେଳା ଚିତ୍ରକୋଣ୍ଡା ଛକରେ ପୋଲିସ ଗାଡି ଯାଞ୍ଚ କରୁଥିବାବେଳେ ଚିତ୍ରକୋଣ୍ଡା ଘାଟିରୁ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନରକୁ ରୋକିବାପରେ କଣ୍ଟେନର ଭିତରେ ରଦ୍ଦି କାଗଜ ସହ ୧୨ ବସ୍ତା ଥିବା ଜଣାପଡିଥିଲା ।ପୋଲିସ ଘଟଣାସ୍ଥଳରୁ ମହାରାଷ୍ଟ୍ର ଅମୋଲ ଶାନ୍ତାରାମ ଶଙ୍କପାଲ ଓ କମଲେସ […]

ମନ୍ତ୍ରିଙ୍କ କାରକୁ ଫାଇନ

ଭୁବନେଶ୍ୱର,୨ା୯(ଏସଏସନିଉଜ)ସ୍ପିଡରେ ଗାଡି ଚଲାଇବା ମନ୍ତ୍ରୀଙ୍କ ପାଇଁ ପଡିଛି ମହଙ୍ଗା ଯାହାଫଳରେ ବିହାରରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନଙ୍କୁ ପଡିଛି ଫାଇନ୍ । ଦ୍ରୁତ ଗତିରେ କାର ନେଇ ଯାଉଥିବାବେଳେ ଟୋଲ ପ୍ଲାଜାରେ ପରିବହନ ବିଭାଗପକ୍ଷରୁ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟଆଧାର ରେ ଚାଲଣ କଟାଯାଇଛି । କେନ୍ଦ୍ର ମନ୍ତ୍ରୀଙ୍କ କାରର ଫାଇନ୍ ହେବା ପରେ ଏବେ ଚର୍ଚ୍ଚାରେଯାରଧରିଛି । ଗାଡ଼ି ଅଧିକ ସ୍ପିଡରେ ଥିଲେ ତଥା ଏହାର କାଗଜପତ୍ର ଠିକ୍ ନ ଥିଲେ ଅଟୋମେଟିକ ଭାବେ […]

ଝାରପଡା ଜେଲ୍‌ରେ ଗଣ୍ଡଗୋଳ ଘଟଣା

ଭୁବନେଶ୍ୱର,୨ା୯(ଏସଏସନିଉଜ)ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଡିଆଇଜି ଅନସୂୟା ଜେନା ସୋମବାର ଝାରପଡା ଜେଲକୁ ଯାଇ ତନାଘନା କରିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି । ଜେଲରେ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା ।

ଶେଷରେ ଭିଜିଲାନ୍ସ ଜାଲରେ ପଡ଼ିଲେ ବ୍ଲକ ଶିକ୍ଷାଅଧିକାରୀ

ଭୁବନେଶ୍ବର,୩୧/୮(ଏସଏସନିଉଜ)ଶେଷରେ ଭିଜିଲାନ୍ସ ଜାଲରେ ପଡ଼ିଲେ ବିବାଦୀୟ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ର। ଦୁଇବର୍ଷ ହେଲା ବିଇଓଙ୍କୁ ନେଇ ବିବାଦ ଲାଗି ରହିଥିଲା। ବେଆଇନ ଭାବେ ଓଡ଼ିଶାରେ ଚାକିରି କରୁଥିବା ୧୧ଜଣ ଆନ୍ଧ୍ର ଶିକ୍ଷକଙ୍କୁ ସୁରକ୍ଷା ଦେବା ସହ ସରକାରୀ ଅର୍ଥ ହେରଫେର ଓ ବିନା ଅନୁମତିରେ ବିଏଡ୍ ପଢ଼ିଥିବା ଅଭିଯୋଗ କରିଥିଲେ ସାମାଜିକ କର୍ମୀ ସମରଜିତ୍ ମହାନ୍ତି। ଏସବୁର ତଦନ୍ତ ଚାଲିଥିବା ବେଳେ ଏବେ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିଲା। ଆଜି […]

ଚୋରା ମୋହରମ ଆସୁଥିଲା

ବାରଙ୍ଗ, ୨୯/୮(ଏସଏସନିଉଜ) ବୁଧବାର ବିଳମ୍ବିତ ରାତିରେ ଗୋଡିସାହି ଫାଣ୍ଡି ପୁଲିସ ବେଆଇନ ଭାବେ ଚୋରାରେ ମୋହରମ ଚାଲାଣ କରୁଥିବା ୨ ହାଇୱା ଗାଡ଼ିକୁ ଜବତ କରିଛି । ବିଳମ୍ବିତ ରାତିରେ ଗୋଡିସାହି ଫାଣ୍ଡି ପୁଲିସ ପଇଁତରା କରୁଥିବା ବେଳେ ଏହି ୨ଟି ମୋହରମ ବୋଝେଇ ହାଇୱା ଯାହାର ଗାଡ଼ି ନମ୍ୱର ଓଡ଼ି ୧୮ଇ ୬୧୫୭ ଓ ଓଡି ୦୫ଏ ଏମ ୫୧୮୪ନମ୍ୱର ଗୋଡିସାହି ପଟକୁ ଆସୁଥିବା ବେଳେ ପୁଲିସ ସେମାନଙ୍କୁ ରୋକିଥିଲା । ଗାଡି ଚାଳକ ମୋହରମ […]

ବ୍ୟାଙ୍କ ଚୋରି ଘଟଣା

  ବାରଙ୍ଗ,୨୯/୮(ଏସଏସନିଉଜ) ବାରଙ୍ଗ ଥାନା ପୁଲିସ ଏକ ବ୍ୟାଙ୍କ ଚୋରି ଘଟଣା ଉପରୁ ପରଦା ଉଠାଇଛି।ଚୋରି ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ଚୋରି ସାମଗ୍ରୀ ଜବତ କରି ଗୁରୁବାର ଦିନ କୋର୍ଟ ଚାଲଣ କରିଛି। ପ୍ରକାଶ ଯେ , ଜୁଲାଇ ୨୬ତାରିଖ ବିଳମ୍ବିତ ରାତିରେ ନାରାଜ-ମାର୍ଥାପୁର ଗ୍ରାମରେ ଥିବା କାନାରା ବ୍ୟାଙ୍କରୁ ଦୁଇ ଜଣ ଦୂର୍ବୁତ ଶାବଳ ରେ ଝରକା ତାଡ଼ି ବ୍ୟାଙ୍କ ଭିତରକୁ ପଶିଥିଲେ । ବ୍ୟାଙ୍କ ରୁ କୌଣସି ଟଙ୍କା ନପାଇ […]