Browsing category

ଅପରାଧ

ଫିଟ୍‌ନେସ୍ ନଥିଲେ ଗାଡ଼ି ସିଜ୍‌

ଭୁବନେଶ୍ୱର,୨୪ା୭(ଏସଏସନିଉଜ) ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ ପାଇଁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ କହିଛନ୍ତି, ବିନା ଫିଟନେସରେ ଚାଲୁଥିବା ଗାଡ଼ି ଗୁଡ଼ିକୁ କେବଳ ଜରିମାନା ନୁହେଁ, ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରାଯିବ।ଫିଟନେସ୍ ନଥିବା ଗାଡ଼ି ବିରୋଧରେ ରାଜ୍ୟବ୍ୟାପି ହେବ ଜୋରଦାର ଧରପଗଡ଼। ଏଣିକି ସଂପକ୍ତ ଗାଡ଼ିକୁ ସିଧା ସିଜ୍ କରାଯିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ବିନା ଫିଟନେସ୍‌ରେ ଚାଲୁଥିବା ଗାଡ଼ି […]

ବିଦ୍ୟୁତ ନେଲା ଭାଲୁର ଜୀବନ

ମାଲକାନଗିରି, ୨୪ା୭(ଏସଏସନିଉଜ) ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଭାଲୁର ମୃତ୍ୟୁ ହୋଇଛି ।ମାଲକାନଗିରି ବ୍ଲକ ଏମଭି-୧୭ନଂ ଗାଁ ଶିବ ମନ୍ଦିର ନିକଟରେ ଭାଲୁଟିର ମୃତ୍ୟୁ ହୋଇଛି ।ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚି ମୃତଭାଲୁଟିକୁ ଜବତ କରିବାସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏହା ସହ ତଦନ୍ତ ଆରମ୍ଭ କରିଛି ।

ମାଆ ମଝିଘରିଆଣୀଙ୍କ ଦାନବାକ୍ସ ଗଣତି

ଭୁବନେଶ୍ୱର, ୨୪ା୭(ଏସଏସନିଉଜ) ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି ଆରମ୍ଭ ହୋଇଛି ।୪ ମାସ ବ୍ୟବଧାନରେ ଦାନ ବାକ୍ସ ଖୋଲିବାପରେ ଗଣତି ଆରମ୍ଭ ହୋଇଛି ।ତହସିଲଦାରଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତି ଆରମ୍ଭ ହୋଇଛି ।ଏହି ଗଣତିରେପ୍ରାୟ ୨ ଶହ ମହିଳା ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି ।ଟଙ୍କା, ସୁନା ଗଣତିରେ ସାମିଲ କରାଯାଇଥିବାବେଳେ ଗତ ଥର ଗଣତିରେ ପ୍ରାୟ ୯୦ ଲକ୍ଷ ଟଙ୍କା ଦାନ ବାକ୍ସରୁ ମିଳିଥିଲାା  

ଜଳିଗଲା ବିମାନ,ଚାଲିଗଲା ୧୯ଜୀବନ

ଭୁବନେଶ୍ୱର,୨୪ା୭(ଏସଏସନିଉଜ) ନେପାଳରେ ଉଡ଼ାଣ ବେଳେ ବିମାନଟି ଜଳିଯାଇ ୧୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଆଶଙ୍କା କରାଯାଉଛି । ନେପାଳରେ ଉଡ଼ାଣ ବେଳେ ଜଳିଗଲା ବିମାନ । କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଏହି ଅଘଟଣ ହୋଇଛି। ଟେକ୍ ଅଫ୍ କରିବା ବେଳେ ରନ୍ ୱେରୁ ଖସିଗଲା ବିମାନ। ରନ୍ ୱେରୁ ଖସିଯିବା ପରେ ବିମାନରେ ନିଆଁ ଲାଗିଗଲା । ୧୯ଜଣଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା ବିମାନ।

ଏକ୍ସପାୟାରୀ ବଟିକା ଖାଇ ୩୦ରୁ ଅଧିକ ପିଲା ଅସୁସ୍ଥ

ଜଗତସିଂହପୁର, ୨୩ା୭(ଏସଏସନିଉଜ) ପାରାଦୀପର ଅଠରବାଙ୍କିସ୍ଥିତ ଲକପଡା ପ୍ରାଥମିକ ସ୍କୁଲରେ ଏକ୍ସପାୟାରୀ ବଟିକା ଖାଇ ୩୦ ରୁ ଅଧିକ ପିଲା ଅସୁସ୍ଥ ହୋଇପଡିଛନ୍ତି । ସମସ୍ତ ଅସୁସ୍ଥଙ୍କୁ ଅଠରବାଙ୍କୀ ମେଡିକାଲରେ ଅଭିଭାବକମାନେ ଭର୍ତ୍ତି କରିଛନ୍ତିା ଘଟଣାକୁ ନେଇ ସ୍କୁଲ୍ ପରିସରରେ ଓ ହସ୍ପିଟାଲ୍‌ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକ ଓ ସ୍ଥାନୀୟ ଲୋକ ସ୍କୁଲ୍ ଶିକ୍ଷୟିତ୍ରୀଙ୍କୁ ଗୋଟିଏ ଘରେ ପୂରାଇ ତାଲା ପକାଇ ଦେଇଥିଲେ। ପ୍ରାୟ ତିନି ଘଣ୍ଟା କାଳ ଅଟକ ରହିବା ପରେ ପୁଲିସ୍ ପହଞ୍ଚି […]

ବୃଦ୍ଧଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ୍‌

ଆନନ୍ଦପୁର, ୨୩ା୭(ଏସଏସନିଉଜ) ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ପଞ୍ଚାୟତ ଦରଖଳା ନିକଟରେ ରାସ୍ତା ପାର ହେଉଥିବାବେଳେ ୧୮ଚକିଆ ଲୁହାପଥର ବୋଝେଇ ଟ୍ରକ୍ ଜଣେ ବୃଦ୍ଧଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲାା ମୃତକ ହେଉଛନ୍ତି ଘଟଗାଁ ଥାନା ମେଲାଣ ଗ୍ରାମ ଧବୋଣିସାହିର ଘନ ମୁଣ୍ଡା (୬୦)। ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଶତାଧିକ ଗାଡ଼ି ସମେତ କେନ୍ଦୁଝର […]

ପୋଲିସ ହାତରେ ଧରାପଡିଲା କଟୁରୀଗ୍ୟାଙ୍ଗ

ଭୁବନେଶ୍ବର,୨୩ା୭(ଏସଏସନିଉଜ)ସକାଳୁ ସକାଳୁ ବାଇକ୍‌ରେ ବାହାରି ଯାଉଥିଲେ। ଯିଏ ହାବୁଡ଼ରେ ପଡ଼ିଲା ସୁଯୋଗ ପାଇଲେ ନିର୍ମମଭାବେ କଟୁରିରେ ହାଣି ଲୁଟୁଥିଲେ। ଏମିତି ଏକ କୁଖ୍ୟାତ ‘ଶଳା ଭିଣୋଇ’ ଲୁଟେରା ଗ୍ୟାଙ୍ଗକୁ କମିସନରେ୍‌ଟ ପୁଲିସ କାବୁ କରିଛି। ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରା ଯାଇଛି। ସେମାନେ ହେଉଛନ୍ତି ବାଣୀବିହାର ଆଖଣ୍ଡଳମଣୀ ବସ୍ତିର ଗଣେଶ ପୃଷ୍ଟି (୪୦), ତା’ ଶଳା ଶଙ୍କର ଦାସ (୨୯) ତଥା ଖାରବେଳନଗର ମସ୍‌ଜିଦ୍ କଲୋନିର ସେକ୍ ନିୟମତ୍ ଓରଫ ଛୋଟୁ (୪୧)। ପୁଲିସ ସେମାନଙ୍କ ନିକଟରୁ […]

ହିନ୍ଦୋଳରେ ପୁଣି ଫୁଟିଛି ଗୁଳି

ହିନ୍ଦୋଳ,୨୩ା୭(ଏସଏସନିଉଜ)ବିଚ୍ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ହିନ୍ଦୋଳରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପଛ‌ରେ ରାଜନୈତିକ ଶତ୍ରୁତା ଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ବାଲିମି ଥାନା ମାହାଲୁଣ୍ଡା ଗ୍ରାମର ତ୍ରିନାଥ ସାହୁଙ୍କ ପୁଅ ସୁବାସ ସାହୁ (୨୪) ବୋଲି ଜଣାପଡ଼ିଛି। ପୁଲିସ ଜଣେ ଅଭିଯୁକ୍ତକୁ କାବୁ କରିଥିବାବେଳେ ଅନ୍ୟ ଜ‌ଣେ ଫେରାର ହୋଇ ଯାଇଛି। ସୁବାସ କୌଣସି କାମରେ ହିନ୍ଦୋଳ ଆସି ଘରକୁ ଫେରୁଥିବାବେଳେ ନୂଆବଗ ଶନି ମନ୍ଦିର ନିକଟରେ ଦୁଇଜଣ ଯୁବକ […]

ସ୍ତ୍ରୀକୁ ହତ୍ୟା କଲା ନିଶାସକ୍ତ ସ୍ବାମୀ

ମୟୂରଭଞ୍ଜ,୨୩ା୭(ଏସଏସନିଉଜ) ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବାଲିଯୋଡା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ନେଇ ଥାନାରେ କୁନିମଣିଙ୍କ ଭାଇ ଗୁରା ସିଂ ଅଭିଯୋଗ କରିଛନ୍ତି। ବାଲିଯୋଡା ଗ୍ରାମର ଶୁକଦେବ ସିଂ ୨୦ ବର୍ଷ ତଳେ ଶ୍ୟାମାଖୁଣ୍ଟା ଅଞ୍ଚଳର କୁନିମଣି ସିଂ(୪୫)ଙ୍କୁ ବିବାହ କରିଥିଲେ। ତେବେ ନିଶାଖାଇ ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥାଏ ବୋଲି ଗ୍ରାମବାସୀ ଲୋକେ […]

ପୁଲିସକ୍ଲବରେ ତାଲା ପକାଇଲା ପୁଲିସ

ଭୁବନେଶ୍ବର,୨୨/୭(ଏସଏସନିଉଜ)ପୁଲିସ ଅଫିସର୍ସ କ୍ଲବରେ ତାଲା ପକାଇଲା ପୁଲିସ । କଟକ ସିଡିଏ ବେଲଭ୍ୟୁ ଛକରେ ବେଆଇନ ଭାବେ କ୍ଲବ ଚାଲିଥିବା ଅଭିଯୋଗ ହୋଇଛି ।ବେଆଇନ ଭାବେ ମଣ୍ଡପ କରି ଟଙ୍କା ରୋଜଗାର କରୁଥିଲେ ଅବସରପ୍ରାପ୍ତ କର୍ମଚାରୀ ।ଲାଲବାଗ ଥାନାରେ ଅଭିଯୋଗ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାର ଜଣାପଡିଛି।