Browsing category

ଅପରାଧ

ବସ ଦୁର୍ଘଟଣାରେ ୧୭କାଉଡ଼ିଆ ଆହତ

ଯାଜପୁର,୨୨/୭(ଏସଏସନିଉଜ) କାଉଡ଼ିଆ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ୧୭ଜଣ ଆହତ ହୋଇଛନ୍ତି।ଏନ୍ଏଚ୍-୨୦ ଚାନ୍ଦପୁର ନିକଟରେ ଡିଭାଇଡରରେ ପିଟି ହୋଇ ଓଲଟିପଡ଼ିଛି ବସ।୧୭ କାଉଡ଼ିଆ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଯାଜପୁର ରୋଡ୍ ମେଡିକାଲରେ ଭର୍ତ୍ତି କରାଯାଇଛି।ବିଳମ୍ବିତ ରାତିରେ କାଉଡ଼ିଆଙ୍କୁ ନେଇ ବସଟି ଆନନ୍ଦପୁରରୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

ନେଇଗଲେ କୋଟିଏ

ଭୁବନେଶ୍ବର,୨୨/୭(ଏସଏସନିଉଜ)ସରକାରୀ ଆକାଉଣ୍ଟରୁ ନିଜ ଖାତାକୁ ୧ କୋଟି ୫ ଲକ୍ଷ ଟ୍ରାନ୍ସଫର।ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରି ଫସିଲେ ସରକାରୀ ବାବୁ।ମତ୍ସ୍ୟ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ ବସନ୍ତ ଦାସଙ୍କ ୫ଟି ସ୍ଥାନରେ ରେଡ୍ ଚାଲିଛି ।କଟକ କାର୍ଯ୍ୟାଳୟ ସହ ଭୁବନେଶ୍ୱର, ପୁରୀ, ଭଦ୍ରକରେ ଭିଜିଲାନ୍ସ ଚଢ଼ାଉ ଚାଲିଛି।୨୦୨୪-୨୫ ଆର୍ଥିକ ବର୍ଷରେ ୧.୦୫ କୋଟି ଟଙ୍କା ଟ୍ରାନ୍ସଫର ଅଭିଯୋଗ ହୋଇଛି।ପୁରୀ ଏସ୍‌ବିଆଇ ଶାଖାର ବ୍ୟକ୍ତିଗତ ଆକାଉଣ୍ଟକୁ ପଠାଇ ଟଙ୍କା ଉଠାଣ କରିଥିବାର ଜଣାପଡିଛି।

ଗଛରେ ପିଟି ହେଲା ଟୁରିଷ୍ଟ ବସ୍

କୋଣାର୍କ,୨୨/୭(ଏସଏସନିଉଜ) ଗଛରେ ପିଟି ହେଲା ଟୁରିଷ୍ଟ ବସ୍।ଯାହାଫଳରେ ୮ ଜଣ ଆହତ ହୋଇଥିବାର ଜଣାପଡିଛି।କୋଣାର୍କ-ପୁରୀ ମେରାଇନ୍ ଡ୍ରାଇଭ୍‌ ଖାଲକଟାପାଟଣାରେ ଦୁର୍ଘଟଣା ଘଟିଛି।୮ ଜଣଆହତ ପୁରୀ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଛତିଶଗଡ଼ରୁ ଆସିଥିବାର ଜଣାପଡିଛି।

ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ଭୁବନେଶ୍ବର,୨୦ା୭(ଏସଏସନିଉଜ)ଏକ ଜମି ମାପଚୁପକୁ ବିରୋଧ କରି ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ମଧୁପୁର ଗାଁର ୩୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ୬ ମହିଳା ଅଛନ୍ତି। ସମସ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଦଫା ୧୦୯(ଆଇପିସି ଦଫା ୩୦୭)ରେ ମାମଲା ରୁଜୁ କରାଯାଇଛି। ଗିରଫଦାରୀ ବଢ଼ିବା ଡରରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ୧୦ ତାରିଖ ଦିନ ଏହି ଗଣ୍ଡଗୋଳ ଘଟିଥିଲା। ମଧୁପୁର ଗାଁ ମୁଣ୍ଡରେ ରଞ୍ଜନ ମହାପାତ୍ରଙ୍କର […]

ଥାନାପଛପଟ ହାଟରେ ଜୁଆଆଡ଼ା: ୫ଗିରଫ

ଭୁବନେଶ୍ବର,୨୦ା୭(ଏସଏସନିଉଜ) କ୍ୟାପିଟାଲ୍ ଥାନା ପୁଲିସ ୧ ନମ୍ବର ହାଟରୁ ଏକ ଜୁଆ ଆଡ଼ା ଠାବ କରିବାସହ ଏହାକୁ ପରିଚାଳନା କରୁଥିବା ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗଞ୍ଜାମ ବୁଗୁଡ଼ାର ନୀଳମାଧବ ଗୌଡ଼, ଜଟଣୀ ଲୋକୋ କଲୋନିର ଧନଞ୍ଜୟ ମଲ୍ଲିକ, ଚନ୍ଦକା ପାଇକାରପୁରର ସୁ ବୋଧ ମହାରଣା, ନୟାଗଡ଼ର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପୁରୁଣା ଭୁବନେଶ୍ବର ହାଟସାହିର ବୁବୁ ମହାରଣା। ସେମାନଙ୍କଠାରୁ ନଗଦ ୨୧ ହଜାର ଟଙ୍କା, ୩ ମୋବାଇଲ୍‌, ୨ କାର୍ଡ ବୋର୍ଡ, ୨ […]

ଧର୍ମଶାଳାରେ ଓଭର ମାଇନିଂ ଯୁଗ୍ମନିର୍ଦ୍ଦେଶକ

ଭୁବନେଶ୍ୱର,୧୯ା୭(ଏସଏସନିଉଜ)ଧର୍ମଶାଳାର ବିଭିନ୍ନ ଖଣିରେ ଚଢ଼ାଉ ନେଇ ଯୁଗ୍ମ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ଅଧିକାଂଶ ଖଣିରେ ନିର୍ଦ୍ଧାରିତ ଠାରୁ ଅଧିକ ଖୋଳା ଯାଇଥିବା ଜଣାପଡ଼ିଛି ।ତଦନ୍ତ ପାଇଁ ଟେକ୍ନିକାଲ୍ ଟିମ୍ ଆସିବ ବୋଲି କହିଛନ୍ତି ଯୁଗ୍ମ ନିର୍ଦ୍ଦେଶକ ଏନ୍ଏନ୍ ସିଂଦେଓ ।

ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣା

ଭୁବନେଶ୍ବର, ୧୮ା୭(ଏସଏସନିଉଜ) ମଂଚେଶ୍ୱରଥାନା ଅଧିନସ୍ଥ ପଦ୍ମକେଶରୀପୁର ଗ୍ରାମରେ ୬ତାରିଖରାତିରେ ସୁଧକାରବାରକୁନେଇ ପୁଣିଥରେ ଅଶଆନ୍ତ ହୋଇପଡିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ।ତଳ ଓ ଉପରସାହି ଦୁଇଗୋଷ୍ଠି ମଧ୍ୟରେ ଛକାପନ୍‌ଝା ହୋଇ ପଥର, ଇଟା, ବୋତଲ ପକାପକି ଆରମ୍ଭ ହୋଇଯାଇଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ନାକେଦମ ହେବାକୁ ପଡିଥିଲା ।ପୋଲିସ ତୁରନ୍ତ ଗାଁରେ ଫ୍ଲାଗ ମାର୍ଚ କରିଥିଲା ।ପରବର୍ତିସମୟରେ ଗାଁରେ ଅବସ୍ଥା ସ୍ୱାଭାବିକ ହୋଇଥିଲ।। ପଦ୍ମକେଶରୀପୁର ଗଣ୍ଡଗୋଳ ଘଟଣାରେ ଆଉ ୨ […]

ଦାଗୀ ଦୋକାନ ଗୁଣ୍ଡ

ଝାରସୁଗୁଡ଼ା, ୧୮ା୭(ଏସଏସନିଉଜ)ଲଖନପୁର ବନ୍ଧବାହାଲରେ ଚାଲିଲାମୋହନ ସରକାରର ପ୍ରଥମ ବୁଲଡୋଜର।ଅପରାଧିକ ମାମଲାରେ ଜଡିତ ଥିବା ଏମଡି ସୋନୁ ଜବର ଦଖଲ କରିଥିବା ବନ୍ଧବାହଲ ସ୍ଥିତ ଘର ଉପରେ ବୁଲଡୋଜର ଚଢାଇ ଜବର ଦଖଲ ଉଛେଦ କରାଯାଇ ଥିବାବେଳେ ଆଗାମୀ ଦିନରେ ଖଡାମ ଏବଂ ସରଣ୍ଡାମାଲ ମୌଜାରେ ଜବର ଦଖଲ ଉଛେଦ କରାଯିବ ବୋଲି କୁହାଯାଇଛି। ଏମଡି ସୋନୁ ନାମରେ ଚାରୋଟି ଅପରାଧିକ ମାମଲା ରହିଛି। ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୩୦ ଟି ଅପରାଧିକ ମାମଲା ରହିଛି। ଅପରାଧିକ […]

ବନ୍ଧା ହେଲେ ଶିକାରୀ ହେଡ୍ ସାର୍‌

ବାରିପଦା,୧୮ା୭(ଏସଏସନିଉଜ)ଝିଙ୍କ ଶିକାର ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ। ଶ୍ୟାମାଖୁଣ୍ଟା ବ୍ଲକ ହଳଦୀବଣି ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ ବାଇଧର ସୋରେନ। ବାଇଧରଙ୍କ ସହ ଆଉ ଜଣକୁ ଗିରଫ କଲା ଦକ୍ଷିଣ ଶିମିଳିପାଳ ବନ ବିଭାଗ। ୨ ଅଭିଯୁକ୍ତଙ୍କଠାରୁ ଝିଙ୍କ ମାଂସ ,ଝିଙ୍କକାଠି ,ଧନୁ ତୀର ଜବତ କରିଛି।

ରଥପାଇଁ ଆସିଥିଲେ ବାଟୁଳି ଗ୍ୟାଙ୍ଗ

ଭୁବନେଶ୍ୱର,୧୮ା୭(ଏସଏସନିଉଜ)କମିଶନରେଟ ପୋଲିସ କବଜାରେ ବାଟୁଳି ଗ୍ୟାଙ୍ଗ।୪ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ।ତାମିଲନାଡୁରୁ ଆସି କଟକ ଭୁବନେଶ୍ୱରରେ ଲୁଟ କରୁଥିଲେ।ଟାର୍ଗେଟରେ ଥିଲା ପାର୍କିଂରେଥିବା କାର , ମୋ-ବସ୍ ଓ ଭିଡ଼।ବାଟୁଳି ସାହାଯ୍ୟରେ କାର କାଚ ଭାଙ୍ଗି ଲୁଟୁଥିଲେ ଏହି ଗ୍ୟାଙ୍ଗ।ମୋ ବସ୍‌ରେ ପଶି ମୋବାଇଲ ଲୁଟ୍ କରନ୍ତି।ପୁରୀ ରଥଯାତ୍ରା ପାଇଁ ଭୁବନେଶ୍ୱର ଆସିଥିଲେ ଏହି ଗ୍ୟାଙ୍ଗ।୭ଦିନରେ ଭୁବନେଶ୍ୱରରେ ୨ଟି ଓ କଟକରେ ଗୋଟେ ଲୁଟ୍ କରିଛନ୍ତି।ରଥଯାତ୍ରା ବେଳେ ପୁରୀ ଯାଇଥିଲେ କି ନାହିଁ ତଦନ୍ତ […]