ଫିଟ୍‌ନେସ୍ ନଥିଲେ ଗାଡ଼ି ସିଜ୍‌

ଭୁବନେଶ୍ୱର,୨୪ା୭(ଏସଏସନିଉଜ) ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ ପାଇଁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ କହିଛନ୍ତି, ବିନା ଫିଟନେସରେ ଚାଲୁଥିବା ଗାଡ଼ି ଗୁଡ଼ିକୁ କେବଳ ଜରିମାନା ନୁହେଁ, ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରାଯିବ।ଫିଟନେସ୍ ନଥିବା ଗାଡ଼ି ବିରୋଧରେ ରାଜ୍ୟବ୍ୟାପି ହେବ ଜୋରଦାର ଧରପଗଡ଼। ଏଣିକି ସଂପକ୍ତ ଗାଡ଼ିକୁ ସିଧା ସିଜ୍ କରାଯିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ବିନା ଫିଟନେସ୍‌ରେ ଚାଲୁଥିବା ଗାଡ଼ି ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ଏଣିକି ଜରିମାନା ସହ ବେଆଇନ୍ ଗାଡ଼ିକୁ ଅଟକ ରଖିବାକୁ ନିଷ୍ପତ୍ତିାଫିଟନେସ୍ ଓ ପଞ୍ଜୀକରଣ ବୈଧତା ସରିଥିବା ଗାଡ଼ିର ତାଲିକା ହେବାଶିକ୍ଷାନୁଷ୍ଠାନ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହେବ!.ରାଜ୍ୟ ପରିବହନ ମନ୍ତ୍ରୀଙ୍କ ବଡ଼ ସୂଚନା: ଜବତ ହେବ ଫିଟନେସ୍ ନଥିବା ଗାଡ଼ିା

Comments (0)
Add Comment