Browsing category

ଜିଲ୍ଲା

ଆସିଲା ନୂଆଁଖାଇ ଲଗ୍ନ

ବଲାଙ୍ଗିର,୭।୮(ଏସଏସନିଉଜ)ପାଖେଇ ଆସୁଛି ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ।ପଶ୍ଚିମ ଓଡ଼ିଶାର ମହାନଗଣପର୍ବ ନୂଆଁଖାଇପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି।ବଲାଙ୍ଗୀରଜିଲା ପାଇଁ ପାଟଣାମହାରାଜାଙ୍କ ଶୈଳଶ୍ରୀ ପ୍ୟାଲେସରୁ ଶୁକ୍ରବାର ଘୋଷଣା କରାଯାଇଛି ନୂଆଖାଇଁଲଗ୍ନ।ଆସନ୍ତା ସେପ୍ଟେମ୍ବର ୧୫ତାରିଖ ସକାଳ ୯ଟା ୩୬ମିନିଟରୁ ୧୦ଟା ୧୦ମିନିଟ ଯାଏ ଅମୃତବେଳା ଥିବାରୁ ଏହି ସମୟମଧ୍ୟରେ ସମସ୍ତ ଦେବାଦେବୀଙ୍କଠାରେ ନୂଆଁଅର୍ପଣ କରାଯିବବୋଲି ରାଜପୁରୋହିତ ସନ୍ତୋଷକୁମାରଦାଶ ସୂଚନା ଦେଇଛନ୍ତି।

ଶ୍ରାବଣୀ ଯାତ୍ରା ପାଇଁ କଟକଣା

କଟକ,୦୬।୦୮(ଏସଏସନିଉଜ)ପବିତ୍ର ସିଂହନାଥପୀଠରେ ହେଉଥିବା ଶ୍ରାବଣୀ ଯାତ୍ରା ତଥା ବୋଲବମ୍ ଯାତ୍ରାଅବସରରେ ବିପୁଳ ସଂଖ୍ୟାରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି,ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ ତଥା ଆଞ୍ଚଳିକ ସଡକ ପରିବହନକର୍ତ୍ତୃପକ୍ଷ,ଅଧ୍ୟକ୍ଷ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରାବଣମାସର ପ୍ରତ୍ୟେକସୋମବାର ଅର୍ଥାତ ୧୦.୦୮.୨୦୨୬ ପାଇଁ ୦୯ଅଗଷ୍ଟ ମଧ୍ୟାହ୍ନ ୧୨ଟାଠାରୁ ୧୦ଅଗଷ୍ଟ ସନ୍ଧ୍ୟା୬ଟା,୧୭.୦୮.୨୦୨୬ ପାଇଁ ୧୬ଅଗଷ୍ଟ ମଧ୍ୟାହ୍ନ ୧୨ଟାଠାରୁ ୧୭ଅଗଷ୍ଟ ସନ୍ଧ୍ୟା୬ଟା ଏବଂ ୨୪.୦୮. […]

ଗାଁ ଦାଣ୍ଡରେ ବୁଲିବ ସୋଲାର ରଥ

କଟକ,୪।୮(ଏସଏସନିଉଜ)ସ୍ୱଚ୍ଛ ଓ ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାରକୁ ଅଧିକ ପ୍ରୋତ୍ସାହିତ କରିବା ସହ ପିଏମ୍ ସୂର୍ଯ୍ୟଘର,ମାଗଣା ବିଜୁଳି ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଟିପିସିଓଡିଏଲ (TPCODL)ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ‘ସୋଲାରରଥ’ର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ସୋଲାରରଥକୁ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ କଟକ ଜିଲ୍ଲାର ବିଭିନ୍ନ ବ୍ଲକଅଞ୍ଚଳ ପରିଦର୍ଶନ କରି ଘର ଛାତଉପରେ […]

ଦିନରେ କରୁଥିଲେ ଚୋରି

ମେଣ୍ଢାଶାଳ,୩।୮(ଏସଏସନିଉଜ)ପୋଲିସ ଏକ ଚୋରି ଘଟଣାରେ ୫ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିବା ସହ ଚିରି ସାମଗ୍ରୀ ବୋଝେଇ ଅଟୋକୁ ଜବତକରିଛି।ଗିରଫ ହୋଇଥିବା ୫ଜଣମହିଳା ହେଉଛନ୍ତି ଶିଖରଚଣ୍ଡୀ ବସ୍ତିରେ ରହୁଥିବା ଡି.ରାଜେଶ୍ ରାଓ(୩୦)ଜି.ପାର୍ବତୀ (୪୫)ଜି. ନୀଳ(୩୮)ଏସ ଲକ୍ଷ୍ମୀ ରେଡ୍ଡୀ(୪୫)ଏମ ସାବିତ୍ରୀ ରେଡ୍ଡୀ(୩୫)। ପ୍ରକାଶଯେ, ସଂଗ୍ରାମ କେଶରୀ ପାହାଡ଼ସିଂହ ନାମକ ଯୁବକ ପରିବାର ସହ ଦାରୁଠେଙ୍ଗ ଗ୍ରାମରେ ରହୁଥିବାବେଳେ,ସେହି ଗାଁରେ ତାଙ୍କର ଏକ ଅଶୋକ ଲେଲ୍ୟାଣ୍ଡର ଷ୍ଟକୟାର୍ଡ ରହିଛି,ସୋମବାର ପ୍ରାତଃ ସମୟରେ ଏହି ମହିଳାମାନେ ତାଙ୍କ ଅନୁମତି […]

ମୁକ୍ତାକାଶ କାରାଶ୍ରମରୁ କଏଦୀ ଖଲାସ

ବାରଙ୍ଗ ,୨।୮(ଏସଏସନିଉଜ)ଏକ ନରହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବ୍ୟାସଦେବ ଛତାବର ନାମକ ଜଣେ କଏଦୀକୁ ରବିବାର ଆଜୀବନ ସଜା ରୁ ମୁକ୍ତି ମିଳିଛି। ବ୍ୟାସଦେବ ୧୭ ବର୍ଷ ପୂର୍ବେ ବଲାଙ୍ଗିର ଜେଲରୁ ଜାମୁଝାରି ସ୍ଥିତ ମୁକ୍ତାକାଶ ଜେଲକୁ ଆସିଥିଲେ।ଚରିତ୍ର ପରିବର୍ତ୍ତନ ପରେ ରାଜ୍ୟପାଳଙ୍କ ସୁପାରିଶ କ୍ରମେ ଆଜି ତାଙ୍କୁ ଖଲାସ କରିଦିଆଯାଇଛି।ଜେଲ୍ ବିଭାଗରୁ ଖଲାସ ଆଦେଶ ଆସିବା ପରେ ତାଙ୍କୁ ଅଧିକ୍ଷିକା ସ୍ମିତାମହାନ୍ତି ମୁକ୍ତ କରିଥିଲେ।ଆସିଷ୍ଟାଣ୍ଟ ଜେଲର ସ୍ବାଗତ ରଞ୍ଜନ ସାହୁ ଓ କଲ୍ୟାଣ ଅଧିକାରୀ […]

ଆୟୁର୍ବେଦ ଆଧାରିତ ଜୀବନ ଶୈଳୀକୁ ଗୁରୁତ୍ୱ

ବାରଙ୍ଗ,୨।୮(ଏସଏସନିଉଜ)ମନୁଷ୍ୟ ଜୀବନ ସହ ଆୟୁର୍ବେଦ ଓ ଏହା ସମ୍ବନ୍ଧୀୟ ବୃକ୍ଷଲତାର ନିବିଡ଼ ସମ୍ପର୍କ ରହିଛି। ଏହାର ଗୁଢ଼ ତତ୍ତ୍ୱକୁ ବୁଝି ଏହାକୁ ଲୋକଙ୍କ ଉପକାରରେ ଲଗାଇବା ହିଁ ଏହି ବୃତ୍ତିଧାରୀଙ୍କ ପ୍ରକୃତ କର୍ତ୍ତବ୍ୟ ହେବା ଉଚିତ ବୋଲି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ବୈଦ୍ୟ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ କହିଛନ୍ତି। ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଶ୍ରୀ ଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ଦ୍ୱାରା ନରାଜ ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ […]

ହୀରାକୁଦ ପାଇଁ ବଡ଼ ବନ୍ୟା ଟଳିଗଲା

ଭୁବନେଶ୍ୱର,୧।୮(ଏସଏସନିଉଜ)ଆଗକୁ ବର୍ଷା ନହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ସୂଚନା ଦେଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।୨ଦିନ ତଳେ ପିକ୍‌ ଫ୍ଲଡ୍‌ ଥିଲା, ହୀରାକୁଦ ବନ୍ଧ ବଡ଼ ବନ୍ୟାକୁ ରୋକିଲା।ହୀରାକୁଦରେ ଏବେ ୬୨୫ ଫୁଟ ପାଣି ଅଛି, ଉପରମୁଣ୍ଡରୁ ପାଣି କମିଛି।ହୀରାକୁଦର ଖୋଲାଥିବା ୨୨ଟିଗେଟ୍‌ ୨ଦିନ ଯାଏଁ ବନ୍ଦ ହେବନି।ମୁଣ୍ଡଳୀରେ ଏବେ ଆଦୌ ବନ୍ୟାସ୍ଥିତି ନାହିଁ ବୋଲି କହିଛନ୍ତି ଦିଲ୍ଲୀପ ରାଉତ।ବୈତରଣୀ ସମେତ ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି।ଛତିଶଗଡ଼ […]

କାଲିଠୁ ୬ ଯାଏଁ ପୁଣି ବର୍ଷିବ

ଭୁବନେଶ୍ୱର,୧।୮(ଏସଏସନିଉଜ)ଓଡ଼ିଶା ଉପରୁ ଲଘୁଚାପ ପ୍ରଭାବ ଅପସରି ଯାଇଥିବାସତ୍ତ୍ଵେ ବର୍ଷା ହେବ।ରାଜ୍ୟର କିଛିକିଛି ସ୍ଥାନରେ ହାଲୁକାରୁ ମଧ୍ୟମବର୍ଷା ସମ୍ଭାବନା ରହିଛି।କାଲିଠାରୁ ୬ତାରିଖ ପୁଣି ରାଜ୍ୟରେ ପ୍ରବଳବର୍ଷା ସମ୍ଭାବନା ଦେଖାଦେଇଛି।ଆସନ୍ତା ୨୪ଘଣ୍ଟାପାଇଁ ୨୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।କୋରାପୁଟ,ମାଲକାନଗିରି,ରାୟଗଡ଼ା,ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଗଜପତି,ନୟାଗଡ଼,କନ୍ଧମାଳ,ଖୋର୍ଦ୍ଧା,ପୁରୀକୁ ୟେଲୋୱାର୍ଣ୍ଣିଂ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,ଯାଜପୁର,ଭଦ୍ରକକୁ ୟେଲୋୱାର୍ଣ୍ଣିଂ ଓ ବାଲେଶ୍ୱର,ବୌଦ୍ଧ,ଅନୁଗୋଳ,ଢେଙ୍କାନାଳ, ମୟୂରଭଞ୍ଜ,କେନ୍ଦୁଝରକୁ ୱାର୍ଣ୍ଣିଂ ଦିଆଯାଇଛି।ବିଜୁଳି ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦କିମି ଝଟ୍‌କା ପବନ ବହିବା ସମ୍ଭାବନା ରହିଛି ବୋଲି ପାଣିପାଗବିଭାଗ ଆକଳନ କରିଛି।

ଆଜି ସମ୍ବଲପୁରୀ ପୋଷାକ ପରିଧାନ..

ଭୁବନେଶ୍ୱର,୧।୮(ଏସଏସନିଉଜ)ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ `ସମ୍ବଲପୁରୀ ଦିନ’।ବିଶିଷ୍ଟ ଲେଖକ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ପାଳନ ହେଉଛି।ପାରମ୍ପରିକ ଦୁଲଦୁଲି ବାଜାର ତାଳେ ତାଳେ ନାଚିଗାଈ ପାଳନ କରନ୍ତି ଉତ୍ସବ।ଆଜି ସରକାରୀକର୍ମଚାରୀ ପିନ୍ଧିବେ ସମ୍ବଲପୁରୀ ପୋଷାକ।ସମ୍ବଲପୁରୀ ଦିନରେ ସମ୍ବଲପୁରୀ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ।

ବଢୁଛି ହୀରାକୁଦ ଜଳସ୍ତର

ଭୁବନେଶ୍ୱର,୧।୮(ଏସଏସନିଉଜ)ବଢୁଛି ହୀରାକୁଦ ଜଳସ୍ତର। ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।ହୀରାକୁଦକୁ ପ୍ରବେଶ କରୁଛି ୪ ଲକ୍ଷ ୧୫ ହଜାର ୧୭ କ୍ୟୁସେକ ଜଳ।ନିଷ୍କାସନ ହେଉଛି ୩ ଲକ୍ଷ ୮୯ ହଜାର ୬୦୩ କ୍ୟୁସେକ ଜଳ।ଏବେ ହୀରାକୁଦ ଡ୍ୟାମ୍‌ ଜଳସ୍ତର ୬୨୫.୪୭ ଫୁଟ୍‌।