ମୁକ୍ତାକାଶ କାରାଶ୍ରମରୁ କଏଦୀ ଖଲାସ

ବାରଙ୍ଗ ,୨।୮(ଏସଏସନିଉଜ)ଏକ ନରହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବ୍ୟାସଦେବ ଛତାବର ନାମକ ଜଣେ କଏଦୀକୁ ରବିବାର ଆଜୀବନ ସଜା ରୁ ମୁକ୍ତି ମିଳିଛି। ବ୍ୟାସଦେବ ୧୭ ବର୍ଷ ପୂର୍ବେ ବଲାଙ୍ଗିର ଜେଲରୁ ଜାମୁଝାରି ସ୍ଥିତ ମୁକ୍ତାକାଶ ଜେଲକୁ ଆସିଥିଲେ।ଚରିତ୍ର ପରିବର୍ତ୍ତନ ପରେ ରାଜ୍ୟପାଳଙ୍କ ସୁପାରିଶ କ୍ରମେ ଆଜି ତାଙ୍କୁ ଖଲାସ କରିଦିଆଯାଇଛି।ଜେଲ୍ ବିଭାଗରୁ ଖଲାସ ଆଦେଶ ଆସିବା ପରେ ତାଙ୍କୁ ଅଧିକ୍ଷିକା ସ୍ମିତାମହାନ୍ତି ମୁକ୍ତ କରିଥିଲେ।ଆସିଷ୍ଟାଣ୍ଟ ଜେଲର ସ୍ବାଗତ ରଞ୍ଜନ ସାହୁ ଓ କଲ୍ୟାଣ ଅଧିକାରୀ ତାଙ୍କୁ ବିଦାୟସମ୍ବର୍ଦ୍ଧନା ଜଣାଇବା ସହ ନୂଆ ଜୀବନ ଆରମ୍ଭକରିବାକୁ ଯାଉଥିବାରୁ ବ୍ୟାସଦେବଙ୍କୁ ଶୁଭକାମନା ଜଣାଇଥିଲେ।ବ୍ୟାସଦେବଙ୍କ ମୁକ୍ତପରେ ଏବେ କାରାଶ୍ରମରେ କଏଦୀସଂଖ୍ୟା ହ୍ରାସ ପାଇ ୩୯ରେ ପହଞ୍ଚିଛି।

Comments (0)
Add Comment