ଆସୁଛି ବନ୍ୟା!
ଭୁବନେଶ୍ବର,୨୮।୭(ଏସଏସନିଉଜ)ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା। ସଂଧ୍ୟାସୁଦ୍ଧା ବୈତରଣୀରେ ଆସିବ ବଡ଼ ବନ୍ୟା। ସାଳନ୍ଦୀ,ଜଳକା ଓ ବୈତରଣୀରେ ବନ୍ୟାଆଶଙ୍କା। ବନ୍ୟା ପାଇଁ ଚାନ୍ଦବାଲି, ଧାମନଗର,ଯାଜପୁର,ବସ୍ତା,ବାଲେଶ୍ୱର ସହର ପ୍ରଭାବିତ। ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ।
Browsing category
ଭୁବନେଶ୍ବର,୨୮।୭(ଏସଏସନିଉଜ)ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା। ସଂଧ୍ୟାସୁଦ୍ଧା ବୈତରଣୀରେ ଆସିବ ବଡ଼ ବନ୍ୟା। ସାଳନ୍ଦୀ,ଜଳକା ଓ ବୈତରଣୀରେ ବନ୍ୟାଆଶଙ୍କା। ବନ୍ୟା ପାଇଁ ଚାନ୍ଦବାଲି, ଧାମନଗର,ଯାଜପୁର,ବସ୍ତା,ବାଲେଶ୍ୱର ସହର ପ୍ରଭାବିତ। ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ।
ଭୁବନେଶ୍ବର,୨୮।୭(ଏସଏସନିଉଜ)ACF ସୌମ୍ୟଙ୍କ ମୃତ୍ୟୁ ଘଟଣାର ୫ବର୍ଷ ପରେ ତତ୍କାଳୀନ DFO ଜେଲ୍ ଯିବା ଘଟଣାରେ ସାମାନ୍ୟ ଆଶ୍ୱସ୍ତି ପ୍ରକାଶକଲେ ମୃତ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ବାପା।ନ୍ୟାୟିକ ପ୍ରକିୟା ଉପରେ ଭରସା ରହିଛି, ପ୍ରଭୁଜଗନ୍ନାଥ ଶୁଣିବେ ଆଶା।ବୋହୂ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଗିରଫ କରାଯାଉ ବୋଲି ଦାବି କଲେ।ପୂର୍ବତନ ଜଙ୍ଗଲ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ।ଚନ୍ଦନକାଠ ଚୋରା ଚାଲାଣ ରୋକିବାରୁ ମୋ ପୁଅକୁ ହତ୍ୟା କରାଗଲା ବୋଲି ଅଭିଯୋଗ ଆଣିଛନ୍ତି।
ଭୁବନେଶ୍ବର,୨୮।୭(ଏସଏସନିଉଜ)ଭୁବନେଶ୍ବରରେ ପହଞ୍ଚିଲେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦର ପରିସରରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ତାଙ୍କୁ ଫୁଲତୋଡ଼ା ଏବଂ ଶୁଭେଚ୍ଛା ଜଣାଇ ଭବ୍ୟ ସ୍ବାଗତ କରିଛନ୍ତି।
ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ପୋଲିସକୁ ସସ୍ପେଣ୍ଡ୍ କଲେ ଉଚ୍ଚ ଅଧିକାରୀ।AK-47 ରାଇଫଲରୁ ଫାୟାରିଂ ଭିଡିଓ ପଦାକୁ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ବିହାର ବନ୍ଦ ଡାକରା ବେଳେ ସିୱାନ ଜିଲ୍ଲାରେ ପୋଲିସ ଫାୟାରିଂ କରିଥିଲା।
ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଆଜି ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କୁ ବଡ଼ ସ୍ବାଗତ କରିବ ରାଜ୍ୟ ବଜେପି।ଭୁବନେଶ୍ବର ବିମାନବନ୍ଦରରେ କରାଯିବ ଭବ୍ୟ ସ୍ବାଗତ।ଧର୍ମେନ୍ଦ୍ରଙ୍କୁ ନେଇ ବିରାଟ ଶୋଭାଯାତ୍ରାର ଆୟୋଜନ ହୋଇଛି।ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ପରେ ଓଡ଼ିଶା ଆସୁଛନ୍ତି।
ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଅଡୁଆ ବଢ଼ିଲା।ଅରୁଣଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି।ହାଇକୋର୍ଟରେ ଚାଲିଥିବା ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ହେବ।୬ ମାସରେ ମାମଲାର ଶୁଣାଣି ଶେଷ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ।ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ମନା କରିଥିଲେ ହାଇକୋର୍ଟ।ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅରୁଣ।
ବ୍ରହ୍ମପୁର,୨୮।୭(ଏସଏସନିଉଜ) ଘରୋଇ ବସକୁ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା କରାଯାଇଛି।ଛତ୍ରପୁର ଏନ୍ଏଚ୍ରେ ଯାଞ୍ଚ ବେଳେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି।ଫିଟ୍ନେସ, ରୋଡ୍ ଟ୍ୟାକ୍ସ, ପଲ୍ୟୁସନ, ବୀମା, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ଫାଇନ୍ ହୋଇଥିବାର ଜଣାପଡିଛି।
ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଦୀଘା ନିକଟତର ହୋଇ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ।ଦୀଘା ନିକଟତର ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳହୋଇ ଅତିକ୍ରମ କଲା। ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମଦିଗକୁ ଗତି କରିବ।ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା ଦେଇ ଗତି କରିବ।ଏହାର ପ୍ରଭାବରେ ରାଜ୍ୟର ଲଗାଣବର୍ଷା ଲାଗିରହିଛି।ଏହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।ବାଲେଶ୍ବର,ଭଦ୍ରକ,ମୟୂରଭଞ୍ଜ, ସମ୍ବଲପୁରରେ ଆଜି ସବୁ ସ୍କୁଲ ବନ୍ଦ ରହିଛି।ସବୁ ସରକାରୀ,ଘରୋଇସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରହିଛି। ଗଭୀରଅବପାତ ପ୍ରଭାବରେ ବାଲେଶ୍ବରରେ ଲଗାଣବର୍ଷା ଲାଗିରହିଛି।ସକାଳ […]
ମେଣ୍ଢାଶାଳ,୨୬।୭(ଏସଏସନିଉଜ) ଚନ୍ଦକାଥାନା ଅଧୀନସ୍ଥ ଗୋଡ଼ିବାରୀ ହାତୀଅଭ୍ୟାରଣ୍ୟ ନିକଟରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଭାରିଯାନ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡ଼ର ଡେଇଁ ଆରପଟ ରାସ୍ତାରେ ଯାଉଥିବା ସ୍କୁଟିକୁ ପିଟିଛି ।ଦୁର୍ଘଟଣା ଘଟେଇଥିବା ଡ୍ରାଇଭର ଜଣକ ଚନ୍ଦକାଥାନାରେ ଅଟକ ରହିଥିବବେଳେ ପୋଲିସ ଗାଡ଼ିକୁ ଜବତ କରିଛି।ମୃତ ବ୍ୟକ୍ତି ଜଣଙ୍କ ଗୋଡ଼ିବାରୀ ଗ୍ରାମର ବିରଞ୍ଚି ବୋଲି ଜଣାପଡିଛି ।ଚନ୍ଦକା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।(ପଦ୍ମଚରଣବଡ଼ଜେନାଙ୍କ ରିପୋର୍ଟ)
ଭୁବନେଶ୍ୱର,୨୬।୭(ଏସଏସନିଉଜ)ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତଙ୍କ ଦେହାନ୍ତ । ଭୁବନେଶ୍ୱର ସ୍ଥିତ ଆପାଲୋ ହସ୍ପିଟାଲ୍ ରେ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଶାନ୍ତ। ଭଟଲି ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ସୁଶାନ୍ତ ସିଂ ।