Browsing category

ଜିଲ୍ଲା

OAS ପରୀକ୍ଷାର୍ଥୀଙ୍କ ପତ୍ତା ମିଳିଲା

ଭୁବନେଶ୍ୱର,୧୨।୬(ଏସଏସନିଉଜ)ଭୁବନେଶ୍ଵରରୁ ନିଖୋଜ OAS ପରୀକ୍ଷାର୍ଥୀଙ୍କ ମିଳିଲା ସନ୍ଧାନ। କଟକ ରେଳଷ୍ଟେସନରୁ ଠାବ ହେଲେ ପରୀକ୍ଷାର୍ଥୀ ପ୍ରଭଞ୍ଜନ ସାହୁ। ଉଦ୍ଧାର କରି ପରିବାରଲୋକଙ୍କୁ ପୋଲିସ ଜିମା ଦେଇଥିବା ସୂଚନା ମିଳିଛି।OAS ପରୀକ୍ଷାର୍ଥୀ ପ୍ରଭଞ୍ଜନ ସାହୁଙ୍କ ଘର ଭୀମଟାଙ୍ଗୀ ଅଞ୍ଚଳରେ। ପ୍ରଭଞ୍ଜନଙ୍କ ବିଷୟରେ ଖବର ପାଇଲେ ଜଣାଇବାକୁ ପୋଲିସ ଅନୁରୋଧ କରିଥିଲା। ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲା ଏୟାରଫିଲ୍ଡ ପୋଲିସ।

ଜାଳିଦେଇଥିବା କନଷ୍ଟେବଳଙ୍କ ମୃତ୍ୟୁ

ବ୍ରହ୍ମପୁର,୧୨।୬(ଏସଏସନିଉଜ)କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ହୋଇଛି। ୮୦% ପୋଡ଼ି ଯିବାପରେ ଭୁବନେଶ୍ବର AIIMSରେ ଚିକିତ୍ସାଧୀନ ଥିଲେ। ୨ଦିନ ତଳେ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିଯିବାରୁ ଭେଣ୍ଟିଲେଟରରେ ଥିଲେ। ଆଶୁତୋଷଙ୍କ ପତ୍ନୀ ଓ ତାଙ୍କ ଭାଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବାର ଅଭିଯୋଗ ଆସିଥିଲା।ସଙ୍ଗିନ ଅଭିଯୋଗ ପରେ ପୋଲିସ କରୁଥିଲା ତଦନ୍ତ।ଆଶୁତୋଷ ୨ ଥର ପତ୍ନୀ ସନ୍ଧ୍ୟାରାଣୀଙ୍କ ବିରୋଧରେ ଦେଇଥିଲେ ବୟାନ।କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ ବ୍ରହ୍ମପୁରଏସ୍‌ପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଅଧିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ […]

କେଜିରୁ ପିଜି ଯାଏଁ ଦେୟମୁକ୍ତ ଶିକ୍ଷା

ଭୁବନେଶ୍ୱର,୧୨।୬(ଏସଏସନିଉଜ)ମାଗଣାରେ କେଜିରୁ ପିଜି ଯାଏଁ ପାଠ ପଢ଼ିବାକୁ ସୁଯୋଗ ମିଳିବ। ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଏହି ସୁବିଧା ମିଳିବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କେଜିରୁ ପିଜି ଯାଏଁ ପାଠ ପଢ଼ିବାକୁ ଆଉ କୌଣସି ଦେୟଦେବାକୁ ପଡ଼ିବନି ବୋଲି କହିଛନ୍ତି।

ଦୁଇ ଦିନିଆ ରଜ: ନନ୍ଦନକାନନରେ ଭିଡ଼ ବଢ଼ିବା ଆଶଙ୍କା

ବାରଙ୍ଗ,୧୧।୬(ଏସଏସନିଉଜ)ରଜପର୍ବ ତିନିଦିନ ହୋଇଥିଲେ ଭିଡ଼ ଅଧିକ ବଢ଼ିଥନ୍ତା। ହେଲେ ଏଥର ମାତ୍ର ଦୁଇଦିନ ନନ୍ଦନକାନନ ଖୋଲା ରହୁଥିବାରୁ ପର୍ଯ୍ୟଟକଙ୍କ ଗହଳି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଚଳିତ ବର୍ଷ ରଜସଂକ୍ରାନ୍ତି ଜୁନ ୧୫ ତାରିଖ ସୋମବାର ପଡୁଛି। ଏହି ଦିନ ନନ୍ଦନକାନନ ଓ ବାଟାନିକାଲ୍ ଗାର୍ଡେନ୍ ଖୋଲା ରହି ପରଦିନ ମଙ୍ଗଳବାର ବନ୍ଦ ରହିବ ବୋଲି ଗୁରୁବାର ନନ୍ଦନକାନନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏଥର ମାତ୍ର ଦୁଇଦିନ ସମୟ ମିଳୁଥିବାରୁ ରବିବାର ଓ ସୋମବାର ନନ୍ଦନକାନନରେ […]

ବ୍ୟାଙ୍କ ସମ୍ମୁଖରୁ ଝାମ୍ପି ନେଲେ ଟଙ୍କା

ବାରଙ୍ଗ, ୧୧।୬(ଏସଏସନିଉଜ) ପୁରୁଣା ବାରଙ୍ଗ ଛକ ନିକଟରୁ ଜଣେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପି ନେଇଥିବା ନେଇ ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ବାରଙ୍ଗ ବ୍ଲକରେ ଲକ୍ଷ୍ମୀଧର ନନ୍ଦ ନାମକ ବ୍ୟକ୍ତି ବ୍ଲକରେ ଠିକା ଶ୍ରମିକ ମାନଙ୍କୁ ନିୟୋଜିତ କରି କାର୍ଯ୍ୟ କରନ୍ତି। ଶ୍ରମିକ ମାନଙ୍କୁ ଟଙ୍କା ଦେବା ନିମନ୍ତେ ଲକ୍ଷ୍ମୀଧର ଗୁରୁବାର ଅପରାହ୍ନ ୩ଟାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ୟୁକୋ ବ୍ୟାଙ୍କରୁ ୪ଲକ୍ଷ ୭୬ ହଜାର ଟଙ୍କା ଉଠାଇ ବ୍ୟାଙ୍କ୍ […]

୪ ଦିନ ପରେ କୂଅରୁ ଜୀବନ୍ତ ଉଦ୍ଧାର

ପଦ୍ମପୁର,୧୧।୬(ଏସଏସନିଉଜ)୪ଦିନପରେ କୂଅଭିତରୁ ଉଦ୍ଧାର ହେଲେ ଜୀବନ୍ତ ମଣିଷ।ବିଜେପୁର ସମଲାଇପଦର ନର୍ସରୀରେ ଥିବା ନିଛାଟିଆ କୂଅରୁ ଉଦ୍ଧାର।୫ଜଣ ମାଡ଼ମାରି ମରିଗଲା ଭାବି କୂଅରେ ପକାଇ ଚାଲି ଯାଇଥିଲେ।ଗତ ରବିବାର ପୂର୍ବାହ୍ନ ପ୍ରାୟ୩ଟା ସମୟରେ ପିଟି କୂଅରେ ପକାଇଥିଲେ।ସମଲାଇପଦରଗାଁର ଜଣେ କାଠସଂଗ୍ରହପାଇଁ ଯାଇ କୂଅରେ ଦେଖିଲେ।ସୂଚନାପାଇ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଓ ପୋଲିସ।ବ୍ୟକ୍ତି ଜଣକ ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମର,ନିଖୋଜ ଏତଲା ଥିଲା।ପୋଲିସ ଘଟଣାରେ ୨ଜଣଙ୍କୁ ଅଟକରଖି ପଚରାଉଚରା କରୁଛି।

ରଙ୍ଗମିଶା ଫଳ ବିକ୍ରି, ସିଏମସିର ଚଢ଼ାଉ

କଟକ,୧୦।୬(ଏସଏସନିଉଜ) ସହରରେ ରଙ୍ଗ ମିଶା ଓ କୃତ୍ରିମ ଉପାୟରେ ପକାଯାଇଥିବା ଫଳ ବିକ୍ରି ହେଉଥିବା ଅଭିଯୋଗ ଜୋର ଧରିବା ପରେ ଆକ୍ସନ ମୋଡ୍‌କୁ ଆସିଛି କଟକ ମହାନଗର ନିଗମ (CMC)। ସିଏମସିର ଫୁଡ୍ ସେଫ୍ଟି ବା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ପ୍ରମୁଖ ଫଳ ଦୋକାନ ଓ ଗୋଦାମ ଉପରେ ଅଚାନକ ଚଢ଼ାଉ କରାଯାଇଛି।

୨୪ ମାସରେ ୧୨ବିଫଳତା:-ରଣେନ୍ଦ୍ର

ଭୁବନେଶ୍ୱର,୧୦।୬(ଏସଏସନିଉଜ)୨୪ମାସରେ ରାଜ୍ୟସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରେସ୍‌ମିଟ୍ ରେ ଏହା କହିଛନ୍ତି।ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ କହି ଭୁଲିଗଲେ।୮୦ ବର୍ଷର ନାଗରିକଙ୍କୁ ଦେବେ ବୋଲି ନିୟମ ଆଣିଲେ, ଦେଲେନି।ଚାଷୀଙ୍କୁ ୮୦୯ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡ୍‌ ଦେବେ ବୋଲି କହିଥିଲେ।ହେଲେ ୭୩୫ ଟଙ୍କାକୁ ଖସାଇ ଦେଲେ କହୁଛନ୍ତି ରଣେନ୍ଦ୍ର।ସୁଭଦ୍ରାରେ ୫୦ ହଜାର କହି ବର୍ଷକୁ ମାତ୍ର ୧୦ ହଜାର ଦେଲେ।ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଓ ମାଗଣା ମହାପ୍ରସାଦ କଥା […]

ଦୀଘାରୁ ଧାମ ଶବ୍ଦ ହଟିଲା

ଭୁବନେଶ୍ୱର,୧୦।୬(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର।କାଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ପରେ ହଟିଲା।ନିର୍ମିତ ଫାଟକରେ ଲେଖା ଯାଇଥିବା ଫଳକ କାଢ଼ି ନିଆଗଲା।ଜଗନ୍ନାଥ ଧାମ ବଦଳରେ ଲେଖାହେଲା ‘ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର।

୧୫ IPS ଅଫିସରଙ୍କୁ ୧୭ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର,୧୧।୬(ଏସଏସନିଉଜ)୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି।କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱରେ ରହୁଥିବା ବେଳେ ସ୍ପେଶାଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଓ ଅନ୍ୟ ୧୩ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ ଦିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ,ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନୁଗୁଳ ଜିଲ୍ଲା ତଦାରଖ ଦାୟିତ୍ୱ,ଆଇନ ଓ […]