Browsing category

ଜିଲ୍ଲା

ଗାଡି ଭିତରେ ମୃତଦେହ

ଭୁବନେଶ୍ୱର,୫।୬(ଏସଏସନିଉଜ)ଗାଡି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଡେରାବିଶ ଥାନା ଲଷ୍ମୀନାରାୟଣପୁର ଛକରେ ହାୱାଟ୍ରକ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି l ଖବର ପାଇ ଘଟଣାସ୍ଥଳରେ ଡେରାବିଶ ପୋଲିସ ପହଞ୍ଚି ସବ ଜବତ କରିଛି । ତେବେ ମୃତ ଯୁବକ ହେଲେ ଆଗ୍ରାଢ଼ିହ ଗ୍ରାମର ମାନା ଜେନା ବୋଲି ସୂଚନା ମିଳୁଛି l ତେବେ ଯୁବକଙ୍କ ମୃତ୍ୟୁ କେମିତି ଘଟିଲା ତାହା ଜଣାପଡ଼ିନାହିଁ।

ତହସିଲଦାରଙ୍କୁ ଗିରଫ ଦାବିରେ ଧାରଣାରେ ଯୁବତୀ

ଗଞ୍ଜାମ,୫।୬(ଏସଏସନିଉଜ)ସାନଖେମୁଣ୍ଡି ତହସିଲଦାର ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ ଆସିଛି।ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲଦାର୍ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଧାରଣା ଦେଇଛନ୍ତି ଯୁବତୀ।RTI ତଥ୍ୟ ମାଗିବାରୁ କାର୍ଯ୍ୟାଳୟ ଭିତରେ ପ୍ରତିଭା ନାମକ ଏକ ଯୁବତିଙ୍କୁ ନାଲି ଆଖି ସହ ଦୁର୍ବ୍ୟବହାର କରିଥିବା ହେତୁ ତହସିଲଦାରଙ୍କ ପ୍ରକୋଷ୍ଠ ନିକଟରେ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ଧାରଣାରେ ବସିଛନ୍ତି।

ବଢ଼ିପାରେ ଖରାଛୁଟି ଅବଧି – ମନ୍ତ୍ରୀ

ଭୁବନେଶ୍ୱର,୫।୬(ଏସଏସନିଉଜ) ଖରାଛୁଟିର ଅବଧି ବଢ଼ିବା ନେଇ ବଡ଼ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।ଖରା ସ୍ଥିତି ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ।ଖରା ନକମିଲେ ସ୍କୁଲ ଛୁଟି ବଢ଼ିପାରେ କହିଛନ୍ତି ମନ୍ତ୍ରୀ।ଜୁନ୍‌ ୨୨ରେ ସ୍କୁଲ ଖୋଲାଯିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା ।

ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର,୪।୬(ଏସଏସନିଉଜ)ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।ଦେବାଶିଷ ସାମନ୍ତରାୟ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ନିକଟରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ। ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ ଦେବାଶିଷ।ଜୁନ୍ ୧୮ରେ ହେବ ରାଜ୍ୟସଭା ଉପନିର୍ବାଚନ।

ତେଲ କମ୍ପାନୀରେ ନିଆଁ

ସୁବର୍ଣ୍ଣପୁର,୪।୬(ଏସଏସନିଉଜ)ତେଲ କମ୍ପାନୀରେ ଲାଗିଛି ନିଆଁ।ଉଲୁଣ୍ଡା ଥାନା ସାହାଣୀଡିହ ସ୍ଥିତ ତେଲ କମ୍ପାନୀରେ ଲାଗିଛି ନିଆଁ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଲିଭାଇବାକୁ ଚେଷ୍ଟା ଜାରି ରହିଛି।

ବାଲିଅନ୍ତା ପୂର୍ବତନ IICଙ୍କୁ NHRCର ଜେରା

ଭୁବନେଶ୍ୱର,୪।୬(ଏସଏସନିଉଜ)ସୌମ୍ୟ ହତ୍ୟା ଘଟଣାର ଚତୁର୍ଥ ଦିନରେ NHRC ଛାନଭିନ୍ ଜାରି ରହିଛି।ବାଲିଅନ୍ତା ଥାନାର ତତ୍କାଳୀନ IIC ଅନିଲ ପରିଡ଼ାଙ୍କୁ ଜେରା କରାଯାଇଛି।ଅଭିଯୋଗକାରିଣୀ ଯୁବତୀ ମଧ୍ୟ NHRCରେ ହାଜର ହୋଇଛନ୍ତି।ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି NHRC।

କେରଳମ୍ ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର,୪।୬(ଏସଏସନିଉଜ)କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ।ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା।ଦିଆଯାଇଛି।ଏଥର ବିଳମ୍ବରେ କେରଳମ୍‌ ଛୁଇଁଛି ମୌସୁମୀ ବାୟୁ।ମେ୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD।

ବାରଙ୍ଗ ଥାନାରେ ଏଚଆରପିସି ଟିମ୍

କଟକ,୨।୬(ଏସଏସନିଉଜ) ମଙ୍ଗଳ ବାରଦିନ ଜାତୀୟ ମାନବାଧିକାର କମିଶନଙ୍କ ତିନିଜଣିଆ ଦଳ ବାରଙ୍ଗ ଥାନାକୁ ଆସି ଯାଞ୍ଚ କରି ଫେରିଛନ୍ତି। ଏଚଆରପିସି ଆଡ଼ିସନାଲ ଏସପି ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ ନେତୃତ୍ବରେ ୩ଜଣିଆ ଦଳ ଘଟଣାଦିନର ବାରଙ୍ଗ ଥାନାର ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ କାଗଜପତ୍ର ମାଗିଛନ୍ତି।ଏସସିବି ମେଡ଼ିକାଲକୁ ଯାଇ ରାକେଶର ସ୍ବାସ୍ଥ୍ୟବସ୍ତା ଅନୁଧ୍ୟାନ କରି ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଛନ୍ତି।ତେବେ ରାକେଶ ଭଲ ଥିବାର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ବୋଲି ଆସିଥିବା ଦଳ ସୂଚନା ଦେଇଛନ୍ତି।ଏହାସହ […]

ଦୁଇଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର,୨।୬(ଏସଏସନିଉଜ)ଆସନ୍ତା ୨୪ଘଣ୍ଟାପାଇଁ ରାଜ୍ୟର ୨ ଜିଲ୍ଲା ଲାଗି ଅରେଞ୍ଜଆଲର୍ଟ ଜାରି ହୋଇଛି। କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ଲାଗି ଆଲର୍ଟ ଜାରି କରିଛି ପାଣିପାଗବିଭାଗ।ଦୁଇ ଜିଲ୍ଲାରେ ବର୍ଷା ସହ ୫୦ରୁ ୬୦ କିମି ବେଗରେ ବର୍ଷାପବନ ହେବ।ଖୋର୍ଦ୍ଧା,ପୁରୀ,ନୟାଗଡ଼,କଟକ, ଜଗତସିଂହପୁରରେ ହାଲ୍‌କାବର୍ଷା ହେବ।କେନ୍ଦ୍ରାପଡ଼ା,ଯାଜପୁର,ଭଦ୍ରକ, ବାଲେଶ୍ବର, ଢେଙ୍କାନାଳରେ ହାଲ୍‌କା ବର୍ଷା ହେବ।ଅନୁଗୋଳ,ବୌଦ୍ଧ, ସୁନ୍ଦରଗଡ଼,କନ୍ଧମାଳ,ଗଞ୍ଜାମ,ଗଜପତିରେ ହାଲ୍‌କାବର୍ଷା ହେବ ରାୟଗଡ଼ା, କଳାହାଣ୍ଡି,ନବରଙ୍ଗପୁର,କୋରାପୁଟ ଓ ମାଲକାନଗିରିରେ ହାଲ୍‌କା ବର୍ଷା ହେବ।ଆଗାମୀ ୫ଦିନମଧ୍ୟରେ ସର୍ବାଧିକତାପମାତ୍ରା ୨/୪ଡିଗ୍ରୀ ବୃଦ୍ଧି ପାଇବ ବୋଲି କୁହାଯାଇଛି।

ଆଜିଠୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା

ଭୁବନେଶ୍ୱର,୨।୬(ଏସଏସନିଉଜ)ଆଜିଠୁ ମୋହନ ସରକାରଙ୍କ ବିଭାଗୀୟ ସମୀକ୍ଷା ଆରମ୍ଭ ହୋଇଛି।୨ବର୍ଷ ପୂର୍ତ୍ତି ପୂର୍ବରୁ ସମସ୍ତବିଭାଗର କାର୍ଯ୍ୟ ସମୀକ୍ଷା ହେବ।ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଏବଂ ଦକ୍ଷତାର ସମୀକ୍ଷାକରିବେ ମୁଖ୍ୟମନ୍ତ୍ରୀ।ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବିଭାଗର ସମୀକ୍ଷା ହେବା ନେଇ ସୂଚନାମିଳିଛି।ଆସନ୍ତା ୯ପର୍ଯ୍ୟନ୍ତ ସମସ୍ତ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରାଯିବ ବୋଲି ଜଣାପଡିଛି।