Browsing category

ଜିଲ୍ଲା

୪ ଦିନ ପରେ କୂଅରୁ ଜୀବନ୍ତ ଉଦ୍ଧାର

ପଦ୍ମପୁର,୧୧।୬(ଏସଏସନିଉଜ)୪ଦିନପରେ କୂଅଭିତରୁ ଉଦ୍ଧାର ହେଲେ ଜୀବନ୍ତ ମଣିଷ।ବିଜେପୁର ସମଲାଇପଦର ନର୍ସରୀରେ ଥିବା ନିଛାଟିଆ କୂଅରୁ ଉଦ୍ଧାର।୫ଜଣ ମାଡ଼ମାରି ମରିଗଲା ଭାବି କୂଅରେ ପକାଇ ଚାଲି ଯାଇଥିଲେ।ଗତ ରବିବାର ପୂର୍ବାହ୍ନ ପ୍ରାୟ୩ଟା ସମୟରେ ପିଟି କୂଅରେ ପକାଇଥିଲେ।ସମଲାଇପଦରଗାଁର ଜଣେ କାଠସଂଗ୍ରହପାଇଁ ଯାଇ କୂଅରେ ଦେଖିଲେ।ସୂଚନାପାଇ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଓ ପୋଲିସ।ବ୍ୟକ୍ତି ଜଣକ ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମର,ନିଖୋଜ ଏତଲା ଥିଲା।ପୋଲିସ ଘଟଣାରେ ୨ଜଣଙ୍କୁ ଅଟକରଖି ପଚରାଉଚରା କରୁଛି।

ରଙ୍ଗମିଶା ଫଳ ବିକ୍ରି, ସିଏମସିର ଚଢ଼ାଉ

କଟକ,୧୦।୬(ଏସଏସନିଉଜ) ସହରରେ ରଙ୍ଗ ମିଶା ଓ କୃତ୍ରିମ ଉପାୟରେ ପକାଯାଇଥିବା ଫଳ ବିକ୍ରି ହେଉଥିବା ଅଭିଯୋଗ ଜୋର ଧରିବା ପରେ ଆକ୍ସନ ମୋଡ୍‌କୁ ଆସିଛି କଟକ ମହାନଗର ନିଗମ (CMC)। ସିଏମସିର ଫୁଡ୍ ସେଫ୍ଟି ବା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ପ୍ରମୁଖ ଫଳ ଦୋକାନ ଓ ଗୋଦାମ ଉପରେ ଅଚାନକ ଚଢ଼ାଉ କରାଯାଇଛି।

୨୪ ମାସରେ ୧୨ବିଫଳତା:-ରଣେନ୍ଦ୍ର

ଭୁବନେଶ୍ୱର,୧୦।୬(ଏସଏସନିଉଜ)୨୪ମାସରେ ରାଜ୍ୟସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରେସ୍‌ମିଟ୍ ରେ ଏହା କହିଛନ୍ତି।ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବାକୁ କହି ଭୁଲିଗଲେ।୮୦ ବର୍ଷର ନାଗରିକଙ୍କୁ ଦେବେ ବୋଲି ନିୟମ ଆଣିଲେ, ଦେଲେନି।ଚାଷୀଙ୍କୁ ୮୦୯ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡ୍‌ ଦେବେ ବୋଲି କହିଥିଲେ।ହେଲେ ୭୩୫ ଟଙ୍କାକୁ ଖସାଇ ଦେଲେ କହୁଛନ୍ତି ରଣେନ୍ଦ୍ର।ସୁଭଦ୍ରାରେ ୫୦ ହଜାର କହି ବର୍ଷକୁ ମାତ୍ର ୧୦ ହଜାର ଦେଲେ।ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଓ ମାଗଣା ମହାପ୍ରସାଦ କଥା […]

ଦୀଘାରୁ ଧାମ ଶବ୍ଦ ହଟିଲା

ଭୁବନେଶ୍ୱର,୧୦।୬(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର।କାଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ପରେ ହଟିଲା।ନିର୍ମିତ ଫାଟକରେ ଲେଖା ଯାଇଥିବା ଫଳକ କାଢ଼ି ନିଆଗଲା।ଜଗନ୍ନାଥ ଧାମ ବଦଳରେ ଲେଖାହେଲା ‘ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର।

୧୫ IPS ଅଫିସରଙ୍କୁ ୧୭ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର,୧୧।୬(ଏସଏସନିଉଜ)୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି।କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱରେ ରହୁଥିବା ବେଳେ ସ୍ପେଶାଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଓ ଅନ୍ୟ ୧୩ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ ଦିଆଯାଇଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ,ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନୁଗୁଳ ଜିଲ୍ଲା ତଦାରଖ ଦାୟିତ୍ୱ,ଆଇନ ଓ […]

କାଳବୈଶାଖୀ ବର୍ଷାରେ ବେହାଲ ବାରଙ୍ଗ ଅଞ୍ଚଳ

ଭୁବନେଶ୍ୱର,୭।୬(ଏସଏସନିଉଜ) ଅଦିନିଆ କାଳବୈଶାଖୀ ବର୍ଷରେ ବେହାଲ୍ ହୋଇପଡିଛି ବାରଙ୍ଗ ଅଞ୍ଚଳ।ସୋମବାର ଅପରାହ୍ନରେ ବାରଙ୍ଗ ଅଞ୍ଚଳରେ କାଳବୈଶାଖୀ ତାର ତାଣ୍ଡବ ରଚିଛି ।ଅପରାହ୍ନ ପ୍ରାୟ ୩ଟା ରୁ କାଳବୈଶାଖୀ ପ୍ରଭାବରେ ଅଞ୍ଚଳରେ କୁଆପଥର ବର୍ଷା ସାଙ୍ଗକୁ ଭୀଷଣ ପବନ ବୋହିଥିଲା।ଦୁଇ ଘଣ୍ଟାରୁ ଉର୍ଦ୍ଧସମୟ ଧରି ଜାରି ରହିଥିଲା ବର୍ଷା ଓ ପବନ।ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତାରେ ଜାତାୟତ ବାଧାପ୍ରାପ୍ତ ହୋଇଥିଲା।ସୂଚନା ମୁତାବକ ରଘୁନାଥ ପୁର ଗ୍ରାମ ପରାସ ଆଭେନୁ ଠାରେ ନିକଟ ମୁଖ୍ୟ ରାସ୍ତା […]

ଚନ୍ଦକା ପୋଲିସର ସର୍ଜିକାଲ ଷ୍ଟ୍ରାଇକ

ଭୁବନେଶ୍ୱର,୭।୬(ଏସଏସନିଉଜ) ଗତ କିଛି ଦିନ ନିରବତା ପରେ ପୁଣି ଚନ୍ଦକା ଅଞ୍ଚଳରେ ମୋରମ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯାହାକୁ ରୋକ ଲଗାଇବା ପାଇଁ ଚନ୍ଦକା ପୋଲିସ ଏବେ ଆକ୍ସନ ମୁଡରେ ଥିବା ଦେଖିବାକୁ ମିଳିଛି ରବିବାର ରାତିରେ ଚନ୍ଦକା ପୋଲିସକୁ ଏକ ବଡଧରଣର ସଫଳତା ମିଳିଛି । ୪ ଟି ଚୋରା ପଥର ବୋଝେଇ ଗାଡ଼ିକୁ ଜବତକରିବା ସହିତ ୪ଜଣଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ସୂଚନା ଯୋଗ୍ୟଯେ ,ରବିବାର ରାତିରେ ଥାନା […]

ମନ୍ଦିରକୁ ଚୋରି କରିବାକୁ ଆସି ଫସିଗଲା ଚୋର

ଭୁବନେଶ୍ୱର,୮।୬(ଏସଏସନିଉଜ)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାନ୍ଦପୁର ଗାଁ ଶିବ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଚୋରଟି ମନ୍ଦିରକୁ ଆସିଥିଲା ଚୋରି କରିବା ପାଇଁ କିନ୍ତୁ ଆଉ ଫେରି ପାରି ନଥିଲା । ଶେଷରେ ସେ ଚୋରଟି ମନ୍ଦିରରେ ଶୋଇ ପଡ଼ିଥିଲା ।ଆଜି ସକାଳେ ମନ୍ଦିର ପୂଜକ କବାଟ ଖୋଲିବା ପରେ ଏହା ଜଣା ପଡିଥିଲା । ସ୍ଥାନୀୟ ଲୋକ ପୋଲିସ ଆସି ଘଟଣା ସ୍ଥଳରେ ପହଞ୍ଚି ସେ ଚୋରକୁ ଥାନାକୁ ନେଇଛନ୍ତି ।

ନୂଆଦଳ ଗଢ଼ିବେ ଆନ୍ନାମଲାଇ

ଭୁବନେଶ୍ୱର,୫।୬(ଏସଏସନିଉଜ)ନୂଆଦଳ ଗଠନ କରିବେ ବୋଲି କହିଛନ୍ତି କେ. ଆନ୍ନାମଲାଇ। ବିଜେପିରୁ ଇସ୍ତଫା ପରେ ନୂଆ ଦଳ ଗଢ଼ିବେ କହିଲେ ଆନ୍ନାମଲାଇ।ତାମିଲନାଡ଼ୁରେ ଆରମ୍ଭ ହେବ ଏକ ନୂଆ ରାଜନୈତିକ ଆନ୍ଦୋଳନ।ନୂଆ ରାଜନୈତିକ ଆନ୍ଦୋଳନରେ ବଂଶବାଦର କୌଣସି ସ୍ଥାନ ନାହିଁ।ଗତ ୧୮ମାସ ହେବ ଏକାଧିକ ପ୍ରସଙ୍ଗରେ ବିଜେପି ସହ ଅସହମତି ଥିଲା।ଆସନ୍ତା ନିର୍ବାଚନରେ ମୋଦଳ ଲଢ଼ିବ ବୋଲି କହିଛନ୍ତି ଆନ୍ନାମଲାଇ।

ଶବଦାହ କରି ବୁଡ଼ ପକାଇବାବେଳେ ବୁଡ଼ିଗଲେ

ନରସିଂହପୁର,୫।୬(ଏସଏସନିଉଜ)ଶବଦାହ କରି ବୁଡ଼ ପକାଇବାବେଳେ ବୁଡ଼ିଯାଇଛନ୍ତି ଯୁବକ।ଘୋରାଡ଼ିଆ ନିକଟ ମହାନଦୀରେ ବୁଡ଼ି ଧନୀପୁର ଗାଁର ଯୁବକ ନିଖୋଜ ହୋଇଛନ୍ତି।ଜେଜେ ମାଙ୍କ ଶବଦାହ କରି ନଦୀରେ ବୁଡ଼ ପକାଇବା ବେଳେ ଏହି ଅଘଟଣ ଘଟିଛି। ୨ସାଙ୍ଗଙ୍କ ସହ ମହାନଦୀରେ ଗାଧୋଉଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।