Browsing category

ଜିଲ୍ଲା

ପହିଲି ରଜରେ ନନ୍ଦନକାନନରେ ବଢ଼ିଲେ ପର୍ଯ୍ୟଟକ

ଭୁବନେଶ୍ୱର,୧୪।୬(ଏସଏସନିଉଜ) ରାଉତ)ଚଳିତ ବର୍ଷ ପହିଲି ରଜ ରବିବାର ପଡ଼ିଥିବାରୁ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନରେ ଆଶାତୀତ ଭାବେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶା କର୍ତ୍ତୃପକ୍ଷ ରଖିବା ସହ ସଜାଗ ହୋଇ ରହିଥିଲେ।ତେବେ ରବିବାର ପହିଲି ରଜରେ ନନ୍ଦନକାନନକୁ ୨୭ହଜାରେ ୧୯୨ ଜଣ ପର୍ଯ୍ୟଟକ ଓ ବଟାନିକାର୍ଲଗାର୍ଡେନକୁ ୨୧୮୮ ଜଣ ଆସିଥିବା ପର୍ଯ୍ୟଟକକୁ ମିଶାଇ ସମୁଦାୟ ୨୯,୩୮୦ ପର୍ଯ୍ୟଟକ ଉଭୟ ପାର୍କକୁ ଆସିଥିଲେ। ଯାହାକି ଗତବର୍ଷ ଠାରୁ ଏଥର ୪୫୨୪ ଜଣ ଅଧିକ ପର୍ଯ୍ୟଟକ ଏଥର ଉଭୟ ପାର୍କକୁ […]

ମହିଳା ନିଖୋଜ ଫାଣ୍ଡିରେ ଅଭିଯୋଗ

କଟକ, ୧୪।୬(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଗୋଡିସାହି ଗ୍ରାମରେ ଜଣେ ମହିଳା ନିଖୋଜ ହୋଇଥିବା ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ ବଳରାମ ବେଜଙ୍କ ପତ୍ନୀ କବିତା ବେଜ(୩୨) ଶନିବାର ଅପରାହ୍ନରେ କେଉଁ ଆଡେ ଚାଲି ଯାଇଛନ୍ତି। କବିତା ଯିବା ସମୟରେ ସାଥିରେ ତାଙ୍କର କୁନି ଝିଅଟିକୁ ନେଇଯାଇଛନ୍ତି। ବଳରାମ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ। ଏସଂପର୍କରେ କବିତାଙ୍କ ପିତା ନିବାସ ଚନ୍ଦ୍ର ବାରିକ ଗୋଡିସାହି ଫାଣ୍ଡିରେ ଏକ ଲିଖିତ […]

ଉଦ୍ଘାଟିତ ହେଲା ଭୁବନେଶ୍ୱର ରଜ ମହୋତ୍ସବ

ଭୁବନେଶ୍ବର,୧୪।୬( ଏସଏସନିଉଜ) କଲ୍ୟାଣପୁର ସ୍ଥିତ ସ୍ୱସ୍ତିବନର କୁଆଖାଇ ନଦୀକୁଳରେ ଭୁବନେଶ୍ୱର ରାଜ୍ୟସ୍ତରୀୟରଜ ମହୋତ୍ସବ ରବିବାର ଉଦ୍ଘାଟିତ ହୋଇଯାଇଛି।ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ,ମେୟର ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇଥିଲେ। ୧୪ରୁ ୧୭ ତାରିଖ ୪ ଦିନବ୍ୟାପୀ ହେବାକୁ ଥିବା ରାଜ୍ୟ ସ୍ତରୀୟ ରଜ ମହୋତ୍ସବରେ ଏଥର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ଦୋଳିର ବ୍ୟବସ୍ଥା କରାଯାଇଛି ।ଝିଅମାନଙ୍କ ମଧ୍ୟରେ ପାରମ୍ପରିକ ଝୋଟିଚିତା, ପୁଚିଖେଳ,ରଙ୍ଗୋଲି,ଦୌଡ଼ିଡ଼ିଆଁ,ମ୍ୟୁଜିକ ଚେୟାର ପ୍ରଭୁତି ପ୍ରତିଯୋଗିତା କରାଯାଇଥିବାବେଳେ ପୁରୁଷମାନଙ୍କୁ ନେଇ ପଶା, […]

ଗୋଚାଲାଣ ରୋକିବା ବେଳେ ବ୍ଲାଙ୍କ୍ ଫାୟାରିଂ

ବୌଦ୍ଧ,୧୩।୬(ଏସଏସନିଉଜ) ଗୋଚାଲାଣ ରୋକିବା ବେଳେ ମାଫିଆଙ୍କ ଫାଙ୍କା ଗୁଳିଚାଳନା କରାଯାଇଛି।ବଜରଙ୍ଗ ଦଳ ଉପରେ ଫାଙ୍କା ଗୁଳିଚାଳନା ହୋଇଥିବା ଅଭିଯୋଗ ଆସିଛି।ବାଉଁଶୁଣି ଥାନା ଟାଲୁପାଲି ରେଲୱେ ବ୍ରିଜ ନିକଟରେ ଫାଙ୍କା ଗୁଳିଚାଳନା ହୋଇଛି।ଘଟଣାସ୍ଥଳରୁ ୭୫ ଗୋରୁ ଉଦ୍ଧାର ହୋଇଥିବା ବେଳେ ମାଫିଆମାନେ ଫେରାର ହୋଇଯାଇଛନ୍ତି।ସେହିଭଳି ଭାବେ ଜଳେଶ୍ୱରରେ ଜଳେଶ୍ୱର, ବସ୍ତା, ବାଲିଆପାଳ ଓ କମର୍ଦ୍ଦା ଥାନାଞ୍ଚଳରେ ୬ ଗୋମାଫିଆଙ୍କ ଘରେ ପୋଲିସ ଚଢ଼ାଉ କରିଛି।ଜଳେଶ୍ୱର ଓ ବସ୍ତା SDPOଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି।ଅଭିଯୁକ୍ତ ଗୋମାଫିଆ ଫେରାର ହୋଇଯାଇଥିବା ବେଳେ […]

କେନାଲକୁ ଖସିଲା ହାଇଓ୍ବା

ବାରଙ୍ଗ,୧୨।୬(ଏସଏସନିଉ ଜ)ଗୁରୁବାର ବିଳମ୍ବିତ ରାତିରେ ଭାରସମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ ମେନ କେନାଲ ଭିତରକୁ ପଶିଯାଇଛି।ଗାଡ଼ିଟି ଦୃତଗତିରେ ବାରଙ୍ଗରୁ ଗୋଡିସାହି ପଟକୁ ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି।ତେବେ ଅଧିକ ରାତି ହୋଇଥିବାରୁ ଚାଲକର ଆଖି ଲାଗିଯିବାରୁ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ମାଡ ହୋଇ କେନାଲ ମଧ୍ୟକୁ ପଶିଯାଇଥିବାର କୁହାଯାଇଛି।ତେବେ ଏହି ଅଘଟଣ ଘଟିଥିବାର କୁହାଯାଉଥିବା ବେଳେ ଅନ୍ୟ କାହାର କ୍ଷତି ହୋଇନଥିବାର ଜଣାପଡିଛି।ଦୁର୍ଘଟଣା ପରେ ଚାଲକ […]

OAS ପରୀକ୍ଷାର୍ଥୀଙ୍କ ପତ୍ତା ମିଳିଲା

ଭୁବନେଶ୍ୱର,୧୨।୬(ଏସଏସନିଉଜ)ଭୁବନେଶ୍ଵରରୁ ନିଖୋଜ OAS ପରୀକ୍ଷାର୍ଥୀଙ୍କ ମିଳିଲା ସନ୍ଧାନ। କଟକ ରେଳଷ୍ଟେସନରୁ ଠାବ ହେଲେ ପରୀକ୍ଷାର୍ଥୀ ପ୍ରଭଞ୍ଜନ ସାହୁ। ଉଦ୍ଧାର କରି ପରିବାରଲୋକଙ୍କୁ ପୋଲିସ ଜିମା ଦେଇଥିବା ସୂଚନା ମିଳିଛି।OAS ପରୀକ୍ଷାର୍ଥୀ ପ୍ରଭଞ୍ଜନ ସାହୁଙ୍କ ଘର ଭୀମଟାଙ୍ଗୀ ଅଞ୍ଚଳରେ। ପ୍ରଭଞ୍ଜନଙ୍କ ବିଷୟରେ ଖବର ପାଇଲେ ଜଣାଇବାକୁ ପୋଲିସ ଅନୁରୋଧ କରିଥିଲା। ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲା ଏୟାରଫିଲ୍ଡ ପୋଲିସ।

ଜାଳିଦେଇଥିବା କନଷ୍ଟେବଳଙ୍କ ମୃତ୍ୟୁ

ବ୍ରହ୍ମପୁର,୧୨।୬(ଏସଏସନିଉଜ)କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ହୋଇଛି। ୮୦% ପୋଡ଼ି ଯିବାପରେ ଭୁବନେଶ୍ବର AIIMSରେ ଚିକିତ୍ସାଧୀନ ଥିଲେ। ୨ଦିନ ତଳେ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିଯିବାରୁ ଭେଣ୍ଟିଲେଟରରେ ଥିଲେ। ଆଶୁତୋଷଙ୍କ ପତ୍ନୀ ଓ ତାଙ୍କ ଭାଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବାର ଅଭିଯୋଗ ଆସିଥିଲା।ସଙ୍ଗିନ ଅଭିଯୋଗ ପରେ ପୋଲିସ କରୁଥିଲା ତଦନ୍ତ।ଆଶୁତୋଷ ୨ ଥର ପତ୍ନୀ ସନ୍ଧ୍ୟାରାଣୀଙ୍କ ବିରୋଧରେ ଦେଇଥିଲେ ବୟାନ।କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ ବ୍ରହ୍ମପୁରଏସ୍‌ପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଅଧିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ […]

କେଜିରୁ ପିଜି ଯାଏଁ ଦେୟମୁକ୍ତ ଶିକ୍ଷା

ଭୁବନେଶ୍ୱର,୧୨।୬(ଏସଏସନିଉଜ)ମାଗଣାରେ କେଜିରୁ ପିଜି ଯାଏଁ ପାଠ ପଢ଼ିବାକୁ ସୁଯୋଗ ମିଳିବ। ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଏହି ସୁବିଧା ମିଳିବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କେଜିରୁ ପିଜି ଯାଏଁ ପାଠ ପଢ଼ିବାକୁ ଆଉ କୌଣସି ଦେୟଦେବାକୁ ପଡ଼ିବନି ବୋଲି କହିଛନ୍ତି।

ଦୁଇ ଦିନିଆ ରଜ: ନନ୍ଦନକାନନରେ ଭିଡ଼ ବଢ଼ିବା ଆଶଙ୍କା

ବାରଙ୍ଗ,୧୧।୬(ଏସଏସନିଉଜ)ରଜପର୍ବ ତିନିଦିନ ହୋଇଥିଲେ ଭିଡ଼ ଅଧିକ ବଢ଼ିଥନ୍ତା। ହେଲେ ଏଥର ମାତ୍ର ଦୁଇଦିନ ନନ୍ଦନକାନନ ଖୋଲା ରହୁଥିବାରୁ ପର୍ଯ୍ୟଟକଙ୍କ ଗହଳି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ଚଳିତ ବର୍ଷ ରଜସଂକ୍ରାନ୍ତି ଜୁନ ୧୫ ତାରିଖ ସୋମବାର ପଡୁଛି। ଏହି ଦିନ ନନ୍ଦନକାନନ ଓ ବାଟାନିକାଲ୍ ଗାର୍ଡେନ୍ ଖୋଲା ରହି ପରଦିନ ମଙ୍ଗଳବାର ବନ୍ଦ ରହିବ ବୋଲି ଗୁରୁବାର ନନ୍ଦନକାନନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏଥର ମାତ୍ର ଦୁଇଦିନ ସମୟ ମିଳୁଥିବାରୁ ରବିବାର ଓ ସୋମବାର ନନ୍ଦନକାନନରେ […]

ବ୍ୟାଙ୍କ ସମ୍ମୁଖରୁ ଝାମ୍ପି ନେଲେ ଟଙ୍କା

ବାରଙ୍ଗ, ୧୧।୬(ଏସଏସନିଉଜ) ପୁରୁଣା ବାରଙ୍ଗ ଛକ ନିକଟରୁ ଜଣେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପି ନେଇଥିବା ନେଇ ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ବାରଙ୍ଗ ବ୍ଲକରେ ଲକ୍ଷ୍ମୀଧର ନନ୍ଦ ନାମକ ବ୍ୟକ୍ତି ବ୍ଲକରେ ଠିକା ଶ୍ରମିକ ମାନଙ୍କୁ ନିୟୋଜିତ କରି କାର୍ଯ୍ୟ କରନ୍ତି। ଶ୍ରମିକ ମାନଙ୍କୁ ଟଙ୍କା ଦେବା ନିମନ୍ତେ ଲକ୍ଷ୍ମୀଧର ଗୁରୁବାର ଅପରାହ୍ନ ୩ଟାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ୟୁକୋ ବ୍ୟାଙ୍କରୁ ୪ଲକ୍ଷ ୭୬ ହଜାର ଟଙ୍କା ଉଠାଇ ବ୍ୟାଙ୍କ୍ […]