କେନାଲକୁ ଖସିଲା ହାଇଓ୍ବା

ବାରଙ୍ଗ,୧୨।୬(ଏସଏସନିଉ ଜ)ଗୁରୁବାର ବିଳମ୍ବିତ ରାତିରେ ଭାରସମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ ମେନ କେନାଲ ଭିତରକୁ ପଶିଯାଇଛି।ଗାଡ଼ିଟି ଦୃତଗତିରେ ବାରଙ୍ଗରୁ ଗୋଡିସାହି ପଟକୁ ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି।ତେବେ ଅଧିକ ରାତି ହୋଇଥିବାରୁ ଚାଲକର ଆଖି ଲାଗିଯିବାରୁ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ମାଡ ହୋଇ କେନାଲ ମଧ୍ୟକୁ ପଶିଯାଇଥିବାର କୁହାଯାଇଛି।ତେବେ ଏହି ଅଘଟଣ ଘଟିଥିବାର କୁହାଯାଉଥିବା ବେଳେ ଅନ୍ୟ କାହାର କ୍ଷତି ହୋଇନଥିବାର ଜଣାପଡିଛି।ଦୁର୍ଘଟଣା ପରେ ଚାଲକ ଫେରାର ହୋଇଯାଇଥିବାର ଜଣାପଡିଛି।ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ବାରଙ୍ଗରେ ଚୋରା ମୋରମ ଓ ବାଲିଚାଲାଣ ଜୋରଦାର ଚାଲିଥିବାରୁ ରାତି ହେବା ମାତ୍ରେ ପ୍ରତିଯୋଗିତା ମୂଳକ ଭାବେ ଗାଡି ଚାଳଣା ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି।
https://www.facebook.com/share/r/1EM9SoBVM2/

Comments (0)
Add Comment