ବାରଙ୍ଗ, ୧୧।୬(ଏସଏସନିଉଜ) ପୁରୁଣା ବାରଙ୍ଗ ଛକ ନିକଟରୁ ଜଣେ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପି ନେଇଥିବା ନେଇ ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।
ଘଟଣାରୁ ପ୍ରକାଶ ଯେ ବାରଙ୍ଗ ବ୍ଲକରେ ଲକ୍ଷ୍ମୀଧର ନନ୍ଦ ନାମକ ବ୍ୟକ୍ତି ବ୍ଲକରେ ଠିକା ଶ୍ରମିକ ମାନଙ୍କୁ ନିୟୋଜିତ କରି କାର୍ଯ୍ୟ କରନ୍ତି। ଶ୍ରମିକ ମାନଙ୍କୁ ଟଙ୍କା ଦେବା ନିମନ୍ତେ ଲକ୍ଷ୍ମୀଧର
ଗୁରୁବାର ଅପରାହ୍ନ ୩ଟାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ୟୁକୋ ବ୍ୟାଙ୍କରୁ ୪ଲକ୍ଷ ୭୬ ହଜାର ଟଙ୍କା ଉଠାଇ ବ୍ୟାଙ୍କ୍ ବାହାରକୁ ଆସିଥିଲେ।ଏହି ସମୟରେ ଦୁଇଜଣ ଅଜଣା ଯୁବକ ଏକ କଳାରଙ୍ଗର ବାଇକ୍ ଆସି ଲକ୍ଷ୍ମୀଧରଙ୍କଠାରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଭୁବନେଶ୍ବର ଅଭିମୁଖେ ପଳାଇ ଯାଇଥିଲେ ବୋଲି ବାରଙ୍ଗ ଥାନାରେ କରିଥିବା ଅଭିଯୋଗରେ ଲକ୍ଷ୍ମୀଧର ଦର୍ଶାଇଛନ୍ତି।ଅଭିଯୋଗ ଆଧାରରେ ବାରଙ୍ଗ ଥାନା ପୁଲିସ ସିସି କ୍ୟାମେରା ଆଧାରରେ ଯାଞ୍ଚ କରିବା ସହ ଲୁଟରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।