ଗୋଚାଲାଣ ରୋକିବା ବେଳେ ବ୍ଲାଙ୍କ୍ ଫାୟାରିଂ

ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ

ବୌଦ୍ଧ,୧୩।୬(ଏସଏସନିଉଜ) ଗୋଚାଲାଣ ରୋକିବା ବେଳେ ମାଫିଆଙ୍କ ଫାଙ୍କା ଗୁଳିଚାଳନା କରାଯାଇଛି।ବଜରଙ୍ଗ ଦଳ ଉପରେ ଫାଙ୍କା ଗୁଳିଚାଳନା ହୋଇଥିବା ଅଭିଯୋଗ ଆସିଛି।ବାଉଁଶୁଣି ଥାନା ଟାଲୁପାଲି ରେଲୱେ ବ୍ରିଜ ନିକଟରେ ଫାଙ୍କା ଗୁଳିଚାଳନା ହୋଇଛି।ଘଟଣାସ୍ଥଳରୁ ୭୫ ଗୋରୁ ଉଦ୍ଧାର ହୋଇଥିବା ବେଳେ ମାଫିଆମାନେ ଫେରାର ହୋଇଯାଇଛନ୍ତି।ସେହିଭଳି ଭାବେ ଜଳେଶ୍ୱରରେ ଜଳେଶ୍ୱର, ବସ୍ତା, ବାଲିଆପାଳ ଓ କମର୍ଦ୍ଦା ଥାନାଞ୍ଚଳରେ ୬ ଗୋମାଫିଆଙ୍କ ଘରେ ପୋଲିସ ଚଢ଼ାଉ କରିଛି।ଜଳେଶ୍ୱର ଓ ବସ୍ତା SDPOଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଛି।ଅଭିଯୁକ୍ତ ଗୋମାଫିଆ ଫେରାର ହୋଇଯାଇଥିବା ବେଳେ ଚାଲିଛି ଯାଞ୍ଚ।

Comments (0)
Add Comment