ବାରଙ୍ଗ,୧୧।୬(ଏସଏସନିଉଜ)ରଜପର୍ବ ତିନିଦିନ ହୋଇଥିଲେ ଭିଡ଼ ଅଧିକ ବଢ଼ିଥନ୍ତା। ହେଲେ ଏଥର ମାତ୍ର ଦୁଇଦିନ ନନ୍ଦନକାନନ ଖୋଲା ରହୁଥିବାରୁ ପର୍ଯ୍ୟଟକଙ୍କ ଗହଳି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି।
ଚଳିତ ବର୍ଷ ରଜସଂକ୍ରାନ୍ତି ଜୁନ ୧୫ ତାରିଖ ସୋମବାର ପଡୁଛି। ଏହି ଦିନ ନନ୍ଦନକାନନ ଓ ବାଟାନିକାଲ୍ ଗାର୍ଡେନ୍ ଖୋଲା ରହି ପରଦିନ ମଙ୍ଗଳବାର ବନ୍ଦ ରହିବ ବୋଲି ଗୁରୁବାର ନନ୍ଦନକାନନ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏଥର ମାତ୍ର ଦୁଇଦିନ ସମୟ ମିଳୁଥିବାରୁ ରବିବାର ଓ ସୋମବାର ନନ୍ଦନକାନନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ହେବ ବୋଲି ଆଶା ବାନ୍ଧିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଏଥିପାଇଁ ଅତିରିକ୍ତ ଟିକେଟ୍ କାଉଣ୍ଟର, ପାର୍କିଂ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି।ପର୍ଯ୍ୟଟକମାନଙ୍କୁ ସକାଳ ସମୟରେ ଆସିବା, ଅନଲାଇନ୍ ଟିକେଟ୍ ବୁକ୍ କରିବା ଓ ଭିଡ଼ ଏଡାଇବା ପାଇଁ ପରାମର୍ଶ ଦିଆଯାଇଛି।ତେବେ ପ୍ରତି ସପ୍ତାହର ସୋମବାର ଉଭୟ ପାର୍କ ବନ୍ଦ ରହିଥାଏ।
ତେବେ ଦଶହରା,ରଜ,ସ୍ଵାଧୀନତା ଦିବସ,ସାଧାରଣତନ୍ତ୍ରଦିବସ,ନୂଆବର୍ଷ,ବଡଦିନ ସୋମବାର ପଡୁଥିଲେ ଏହିଦିନ ଉଭୟ ପାର୍କ ଖୋଲା ରହି ପରଦିନ ମଙ୍ଗଳବାର ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ବୋଲି ପୂର୍ବରୁ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି।