ଭୁବନେଶ୍ୱର,୭।୬(ଏସଏସନିଉଜ) ଅଦିନିଆ କାଳବୈଶାଖୀ ବର୍ଷରେ ବେହାଲ୍ ହୋଇପଡିଛି ବାରଙ୍ଗ ଅଞ୍ଚଳ।ସୋମବାର ଅପରାହ୍ନରେ ବାରଙ୍ଗ ଅଞ୍ଚଳରେ କାଳବୈଶାଖୀ ତାର ତାଣ୍ଡବ ରଚିଛି ।ଅପରାହ୍ନ ପ୍ରାୟ ୩ଟା ରୁ କାଳବୈଶାଖୀ ପ୍ରଭାବରେ ଅଞ୍ଚଳରେ କୁଆପଥର ବର୍ଷା ସାଙ୍ଗକୁ ଭୀଷଣ ପବନ ବୋହିଥିଲା।ଦୁଇ ଘଣ୍ଟାରୁ ଉର୍ଦ୍ଧସମୟ ଧରି ଜାରି ରହିଥିଲା ବର୍ଷା ଓ ପବନ।ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତାରେ ଜାତାୟତ ବାଧାପ୍ରାପ୍ତ ହୋଇଥିଲା।ସୂଚନା ମୁତାବକ ରଘୁନାଥ ପୁର ଗ୍ରାମ ପରାସ ଆଭେନୁ ଠାରେ ନିକଟ ମୁଖ୍ୟ ରାସ୍ତା ଉପରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ କେତେକ ସ୍ଥାନରେ ଘରର ଟିଣ ଛପର ଉଡ଼ି ରାସ୍ତାରେ ପଡ଼ିଥିଲା। ସେହିପରି ପଦାସାହି , ମରିଚିଆ ଗ୍ରାମରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି।ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ ବିଦ୍ୟୁତ୍ ସରବରାହ ମଧ୍ୟ ବନ୍ଦ ରହିଥିଲା।ସ୍ଥାନୀୟ ଲୋକମାନେ ଗଛକାଟି ସଫା କରିବା ସହିତ ରାସ୍ତା ଉପରୁ ଗଛକୁ କାଟି ସଫା କରିଥିଲେ ।ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା।ବାରଙ୍ଗ ବିଦ୍ୟୁତ୍ ବିଭାଗ ଜେଇ ବିଭୁ ପ୍ରସାଦ ଦାସ ଏକ ଟିମ୍ ଧରି ଯେତେ ଶୀଘ୍ର ଲୋକେ ଲାଇନି ପାଇବେ ସେ ନେଇ ଜୋରଦାର କାର୍ଯ୍ୟ ଆରମ୍ଭ କରିଥିଲେ ।