ଭୁବନେଶ୍ୱର,୭।୬(ଏସଏସନିଉଜ) ଗତ କିଛି ଦିନ ନିରବତା ପରେ ପୁଣି ଚନ୍ଦକା ଅଞ୍ଚଳରେ ମୋରମ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯାହାକୁ ରୋକ ଲଗାଇବା ପାଇଁ ଚନ୍ଦକା ପୋଲିସ ଏବେ ଆକ୍ସନ ମୁଡରେ ଥିବା ଦେଖିବାକୁ ମିଳିଛି
ରବିବାର ରାତିରେ ଚନ୍ଦକା ପୋଲିସକୁ ଏକ ବଡଧରଣର ସଫଳତା ମିଳିଛି । ୪ ଟି ଚୋରା ପଥର ବୋଝେଇ ଗାଡ଼ିକୁ ଜବତକରିବା ସହିତ ୪ଜଣଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ସୂଚନା ଯୋଗ୍ୟଯେ ,ରବିବାର ରାତିରେ ଥାନା ଅଧିକାରୀଣୀ ସମିତା ମିଶ୍ରଙ୍କ ନେତୃତ୍ୱରେ ଏକଟିମ୍ ଚନ୍ଦକା ଅଞ୍ଚଳ ରେ ଚୋରାପଥର ଗାଡ଼ି ଚାଲାଣ ହେଉଥିବା ସୂଚନା ପାଇଥିଲେ। ଏନେଇ ଥାନା ଏସ ଆଇ ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କ ସହିତ ଏକ ଟିମ୍ ରବିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ବେଳେ ଓରାଙ୍ଗ ଅଞ୍ଚଳରୁ ଛତାବର ଅଭିମୁଖେ ଏବଂ ଅନ୍ୟ ଏକ ଗାଡ଼ିକୁ ଚନ୍ଦକା ବିଶ୍ୱାସ କଲେଜ ନିକଟରୁ ଯାଞ୍ଚ କରିଥିଲେ। ଯାଞ୍ଚ୍ ସମୟରେ ଗାଡ଼ିଚାଳକ ପଥର ସମ୍ପର୍କିତ କୌଣସି ଟ୍ରାନ୍ସିଟ ପାସ, ଖଣି ଅନୁମତିପତ୍ର କିମ୍ବା ଅନ୍ୟ ବୈଧ ଦସ୍ତାବିଜ ଦେଖାଇ ପାରିନଥିଲେ। ପଚରାଉଚରା ସମୟରେ ସେ ଗାଡ଼ିମାଲିକଙ୍କ ନିର୍ଦ୍ଦେଶରେ ଉକ୍ତ ଖଣିଜ ପଦାର୍ଥକୁ ବେଆଇନ ଭାବରେ ପରିବହନ କରୁଥିବା ସ୍ୱୀକାର କରିଥିଲେ। ପୋଲିସ ୩୨୫ ଓ ୩୨୬/୨୬ ଦୁଇଟିକେସ ରୁଜୁକରି ଚୋରାପଥର ବୋଝେଇ ଟ୍ରକକୁ ଜବତ କରିବା ସହିତ ଚାଳକ ମେଣ୍ଢାଶାଳଗ୍ରାମର ପ୍ରକାଶ ବେହେରା ଓ ସାଲବାରି ଗ୍ରାମର ଟିକୁନା ପିଙ୍ଗୁଆ ଗିରଫ କରି କୋର୍ଟ ଚାଲାଣ କରିଛି ।ସେହିପରି ସୋମବାର ସକାଳ ସମୟରେ
ଥାନାର ଏସ୍.ଆଇ.ବିଜୟକୁମାରମାଝୀଙ୍କ ସହିତ ଏକଟିମ୍ ଛତାବର ମହୁଲା ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ମେଣ୍ଢାଶାଳ ସି.ଏଚ୍.ସି.ନିକଟରୁ ପୁଣି ଦୁଇଟି ଚୋରାପଥର ବୋଝେଇ ଗାଡ଼ିକୁ ଜବତକରିବା ସହିତ ଦୁଇଜଣଚାଳକକୁ ଗିରଫ କରିଥିଲା ।ଥାନା ପୋଲିସ ୩୨୭ ଓ ୩୨୮/୨୬କେସ ରୁଜୁକରି ଗାଡ଼ିଚାଳକ ଚନ୍ଦକା ମେଣ୍ଢାଶାଳର ଜୟରାମ ସାମନ୍ତରାୟ ,ଏବଂ ମଗୁଣି ବେହେରାକୁ ଗିରଫକରି ସୋମବାରଦିନ କୋର୍ଟଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି ଚନ୍ଦକାଥାନା ପୋଲିସ ।