Browsing category

ଜିଲ୍ଲା

ସାବଧାନ ! ମହାନଦୀରେ ବୁଲୁଛି ବିରାଟ କୁମ୍ଭୀର

ବାରଙ୍ଗ, ୫।୧୨(ଏସଏସନିଉଜ)ମୁଣ୍ଡଳୀ ବ୍ୟାରେଜ ନିକଟସ୍ଥ ମହାନଦୀରେ ଏକ ବିରାଟକୁମ୍ଭୀର ପଠାରେ ଶୋଇଥିବାରଶୁକ୍ରବାର ସକାଳୁ ଦେଖିବାକୁ ମିଳିଛି।ଏହି ଘଟଣା ପ୍ରଚାରିତ ହେବାପରେ ଦେଖଣା ହାରୀଙ୍କ ଭିଡ ଲାଗି ରହିଥିଲା।ଖବର ପାଇ ପୋଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀମାନେ ଆସି ପହଂଚିଥିଲେ।ପରେ ବନବିଭାଗ କର୍ମଚାରୀମାନେ ଆସି ନଦୀମଧ୍ଯକୁ ପଶି କୁମ୍ଭୀର ପାଖକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ କୁମ୍ଭୀରଟି ନଦୀମଧ୍ଯକୁ ପଳାଇଯାଇଥିଲା।ଏହି ଘଟଣା ପରେ ନଦୀକୂଳିଆ ଗ୍ରାମବାସୀମାନଙ୍କ ମଧ୍ୟରେ ଛନକା ପଶିଯାଇଛି।

ନନ୍ଦନକାନନକୁ ଆସିଲା ପାଣିଓଧ ସମେତ ୧୯

ଭୁବନେଶ୍ଵର,୫।୧୨(ଏସଏସନିଉଜ)ଶୁକ୍ରବାର ବଢ଼ିଭୋର ସମୟରେନନ୍ଦନକାନନ ପ୍ରାଣୀଉଦ୍ୟାନକୁ ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ୧୯ଟି ନୂଆ ଅତିଥି ଆସି ପହଂଚିଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ଚଳିତ ବର୍ଷ୨୦୨୫-୨୬ ମସିହାର ପ୍ରଥମ ପର୍ଯ୍ୟାୟ ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି। ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈକୁ ମିଶାଇ ୫ପାଣି ଓଧ,୨ ପୁରୁଷ ଭାରତୀୟ ଧୂସର ଗଧିଆ,୫ ପୁରୁଷ ଓ ୫ ମାଈକୁ ମିଶାଇ ୧୦ […]

ଧନୁଯାତ୍ରା ପାଇଁ ୧ କୋଟି

ଭୁବନେଶ୍ୱର,୪।୧୨(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏହାସହ ୨୦୦ କଳାକାର ମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ରାଶି ମଞ୍ଜୁର ହୋଇଛି।ଚଳିତ ବର୍ଷ ଡ଼ିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଧନୁଯାତ୍ରା ହେବ।ଏଲଇଡି ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ମଧ୍ୟ ସିଧାପ୍ରସାରଣ ହେବ।

ବିଲଡର ଜମିରେ ସରକାରୀ ଟଙ୍କା ବିନିଯୋଗ ଉଦ୍ୟମ!

କଟକ, ୪।୧୨(ଏସଏସନିଉଜ) କୁହ୍ନେଇଁପଡା ଗ୍ରାମ ପଞ୍ଚାୟତର ଭୁବନପୁର ଗ୍ରାମରେ ଏକ ବିଲଡର ଜମିରେ ସରକାରୀ ଅନୁଦାନରେ କରାଯିବାକୁ ଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଉଛି। ପ୍ରକାଶଯେ, ବାରଙ୍ଗବ୍ଲକ ପକ୍ଷରୁ ଭୁବନପୁର ଗ୍ରାମର କଚ୍ଚାମୁଖ୍ୟରାସ୍ତାକୁ ପକ୍କା ରାସ୍ତା କରିବା ପାଇ ସରକାରୀ ଅନୁଦାନ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ଜମି ବ୍ୟବସାୟୀଙ୍କ କିଛି ବେସରକାରୀ ଜମି ରହୁଥିବାର ଜଣାପଡି ଛି।ଏହି ଜାଗାରେ ପକ୍କା ରାସ୍ତା କରିବା […]

ନନ୍ଦନକାନନକୁ ଆଫ୍ରିକାରୁ ଆସିବ ଚିତା ବାଘ

ଭୁବନେଶ୍ୱର,୪।୧୨(ଏସଏସନିଉଜ) ଓଡ଼ିଶା ମାଟିରେ ଦୌଡ଼ିବ ଆଫ୍ରିକା ଚିତା। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦେଖିବାକୁ ମିଳିବ ଚିତାବାଘ। ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ ଓ ଏହାର ଭରପୁର ମଜା ଉଠାଇପାରିବେ। ପୂର୍ବରୁ ଭାରତରେ ଚିତା ରହିଥିଲେ। ହେଲେ ଅବାଧ ଶୀକାର ଓ ସମୟକ୍ରମେ ଧୀରେଧୀରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ଭାରତରୁ ଚିତା ବଂଶ ଲୋପ ପାଇଯାଇଛି। ଭାରତରେ ପୁଣି ଚିତାବଂଶ ବୃଦ୍ଧି ତଥା ଭାରତରେ ଚିତାଙ୍କ ଉପସ୍ଥିତି ଜାହିର କରିବା ପାଇଁ ‘ପ୍ରୋଜେକ୍ଟ […]

ଆଶା ହରାନ୍ତୁ ନାହିଁ…

ଭୁବନେଶ୍ୱର,୩।୧୨(ଏସଏସନିଉଜ)ଭିନ୍ନକ୍ଷମମାନଙ୍କ ସମସ୍ୟା ଉପରେ ଆମ ସରକାର ସବୁବେଳେ ପ୍ରାଥମିକତା ଦେଉଛି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଯତ୍ନ ପ୍ରଦାନ କରି ସାମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ ସରକାର ଗୁରୁତ୍ୱ ଦେଇ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି ।ଭୁବନେଶ୍ୱର SOA ଅଡିଟୋରିଅମ ଠାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚଳିତ ମାସ […]

ତ୍ରିଷ୍ଣା ଆକ୍ଟିଭିଟି ସେଣ୍ଟରର ବାର୍ଷିକଉସବ

ଭୁବନେଶ୍ୱର,୨।୧୨(ଏସଏସନିଉଜ୍)କାନନ ବିହାରସ୍ଥିତ କେଳୁଚରଣ କେନ୍ଦ୍ରର ପ୍ରକ୍ଷା ଳୟରେ ମଙ୍ଗଳବାର ଦିନ ତ୍ରିଷ୍ଣା ଆକ୍ଟି ଭିଟି ସେଣ୍ଟର୍ ର ବାର୍ଷିକଉସବ ଅନୁଷ୍ଟିତ ହୋଇ ଯାଇଛି।ତ୍ରିଷ୍ଣା ଆକ୍ଭିଭିଟି ସେଣ୍ଟର୍ ର ଅଧ୍ୟକ୍ଷା ତନୁଜା ରାୟଙ୍କ ସଭାପତୀତ୍ଵରେ ଅନୁଷ୍ଟିତସଭାରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟଅତିଥି ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ମାନସ୍ମିତା ଖୁଣ୍ଟିଆ,ସିନେ କଳାକାର ସଂଙ୍କର୍ଷଣ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରିଥିଲେ।ପୂର୍ବରୁ […]

ଅଲେଖ ମହିମା ଆଶ୍ରମରେ ଏକାଠି ହେଲେ ମହିମାଧର୍ମି ଭକ୍ତ

ଭୁବନେଶ୍ଵର,୨।୧୧(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମମୁଣ୍ଡରେ ଥିବା ଅଲେଖ ମହିମା ଆଶ୍ରମ ପ୍ରାଙ୍ଗଣରେ ବାର୍ଷିକ ମହୋତ୍ସବ ରବିବାର ଅନୁଷ୍ଟିତ ହୋଇଯାଇଛି।ଏହି ଉପଲକ୍ଷେ ରବିବାର ସନ୍ଧ୍ୟାରେ ଅଖଣ୍ଡବତି ଓ ଝାଡବତି ପ୍ରଜ୍ବଳନ ଏବଂ ବ୍ରହ୍ମଧ୍ଵନି ସ୍ଥାପନ କରାଯାଇଥିଲା। ଏହାପରେ ଅହୋରାତ୍ର ଭଜନ ସମାରୋହ ହୋଇଥିଲା ।ମୁଷମ୍ବର ବାବା, ଜୟରାମ ବାବା, ଗଙ୍ଗାଧର ବାବା ,ଲୋକନାଥ ବାବାଙ୍କ ସହ ସାଧୁ ବୈରାଗୀମାନେ ଯୋଗଦେଇ ଜଗତ କଲ୍ୟାଣ ପାଇଁ ସମବେତ ପ୍ରାର୍ଥନା ଓ ଭଜନ ସମାରୋହରେ ସାମିଲ ହୋଇଥିଲେ।ଏଥିରେ ଆଖପାଖ ଅଂଚଳର ବହୁ […]

ନରକଙ୍କାଳ ଉପରୁ ଉଠିଲା ପରଦା

ମେଣ୍ଢାଶାଳ,୧ା୧୧(ଏସଏସନିଉଜ)ଶୁକ୍ରବାର ଦିନ ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ୨୪ ଘଣ୍ଟା ନପୁରୁଣୁ ପର୍ଦ୍ଦାଫାସ କରିଛି ଚନ୍ଦକା ପୋଲିସ । ଗୁଣିଗାରେଡିକୁ ସନ୍ଦେହ କରି ବୃଦ୍ଧଙ୍କୁ ହତ୍ୟା କରିଥିବା ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦକା ଥାନା ଅର୍ନ୍ତଗତ ପିତାଗାଡିଆ ଗ୍ରାମର କହ୍ନେଇ ହେମ୍ରମ (୨୭) ଓ ତାର ସହଯୋଗୀ ରାମ ସମଦା (୨୫) ବୋଲି ସୂଚନା ମିଳିଛି । ଉଭୟ ଅଭିଯୁକ୍ତକୁ ଧରି ଶନିବାର ଦିନ କ୍ରାଇମ୍ ସିନ୍‌ ରିକ୍ରିଏସନ୍ କରିଛି ଚନ୍ଦକା ପୋଲିସ । […]

ରାଜଧାନୀରେ ବଧୂହତ୍ୟା ଅଭିଯୋଗ

ଭୁବନେଶ୍ୱର,୧ା୧୧(ଏସଏସନିଉଜ)ରାଜଧାନୀରେ ପିଟି ପିଟି ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ନନ୍ଦନକାନନଥାନାରେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ନନ୍ଦନକାନନ ଥାନା ରଘୁନାଥପୁରଗ୍ରାମ ସୋମନାଥ ନଗରରେ। ମୃତମହିଳା ଜଣକ ହେଲେ ଏହିଥାନା ଅଧିନସ୍ଥ କଲ୍ୟାଣପୁର ଗ୍ରାମର ରାଜନନ୍ଦିନି ସ୍ୱାଇଁ, ବୟସ ୨୮ ବର୍ଷ। ରାଜନନ୍ଦିନୀ ୧୦ ବର୍ଷ ତଳେ ବୈଦିକ ରିତିରେ ରଘୁନାଥପୁର ଗ୍ରାମର ଶ୍ରୀଧର ରାଉତଙ୍କୁ ବିବାହ କରିଥିଲେ।ତାଙ୍କର ଗୋଟିଏ ପୁଅ ରହିଛି। ଆଜି ସକାଳୁ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ମାଡ଼ମାରି ହତ୍ୟା […]