Browsing category

ଜିଲ୍ଲା

ସାପକୁ ଧରିଲେ, ଅସ୍ତ୍ରପଚାର କରି ଜଙ୍ଗଲରେ ଛାଡ଼ିଲେ

ବାରଙ୍ଗ,୧୨।୧୦ (ଏସଏସନିଉଜ) ନରଣପୁର ନିକଟରେ ଥିବା ଗୃହରୁ ଏକ ବିଷାକ୍ତ ସରୀସ୍ୱପକୁ ସ୍ନେକ ହେଲ୍ପଲାଇନି ଦ୍ୱରା ଉଦ୍ଧାର କରାଯାଇ ଅସ୍ତ୍ରପଚାର କରାଯାଇଛି । ସୂଚନା ମୁତାବକ ବାରଙ୍ଗ ନାରଣପୁର ସ୍ଥିତ ଏକ ଆପଟମେମେଣ୍ଟ ନିକଟରେ ହେଉଥିବା ବାସଗୃହରେ କାର୍ଯ୍ୟରତ ଶ୍ରମିକମାନେ କାମ କରୁଥିବା ବେଳେ ଏକ ବିଷଧର ସର୍ପ ଦେଖୁବାକୁ ପାଇଥିଲେ।ସଙ୍ଗେ ସଙ୍ଗେ ବାରଙ୍ଗ ଅଂଚଳରେ କାର୍ଯ୍ୟରତ ସ୍ନେକେ ରେସ୍କୁୟୁ ର ସଦସ୍ୟ ରଞ୍ଜିତ ଓଝା ଙ୍କୁ ସୂଚନା ଦେଇଥିଲେ।ଖବର ପାଇ ରଞ୍ଜିତ ଓଝା ଘଟଣାସ୍ଥଳରେ ପହଂଚି […]

ବାଇକରେ ଆଣୁଥିଲେ ଦେଶୀ ମଦ ଧରିଲା ପୋଲିସ

  ବାରଙ୍ଗ, ୧୨।୧୦(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ମୁଣ୍ଡଳି ବ୍ୟାରେଜ ନିକଟରୁ ବେଆଇନ ଭାବେ ବାଇକ୍ ରେ ଆଣୁଥିବା ଦେଶୀମଦ ସହ ୨ଜଣଙ୍କୁ ଗିରଫ କରିଛି ବାରଂଗ ଥାନା ପୋଲିସ। ରବିବାର ସଂଧ୍ୟାରେ ବାରଂଗ ପୋଲିସ ପାଟ୍ରୋଲିଙ୍ଗ କରିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ଅଂଚଳରୁ ମହାନଦୀ ମୁଣ୍ଡଳି ବ୍ୟାରେଜ ପାସ କରିବା ବେଳେ ପୁଲିସ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଓଡି ୩୩ଏଟି ୯୬୭୫ ଏବଂ ଓଡି ୦୫ବିଏଲ ୯୬୪୦ ଗାଡ଼ି ଦୁଇଟିରୁ […]

ଘରୁ ନେଇଗଲେ ୧୪ଭରି ସୁନା,ନଗଦ ୧.୬୦ ହଜାର ଟଙ୍କା

ବାରଙ୍ଗ, ୧୨।୧୦(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅଧୀନସ୍ଥ ନରାଜ ହାଇସ୍କୁଲ ପାଖରେ ଥିବା ଜଣଙ୍କ ଘରୁ ଚୋରମାନେ ୧୪ଭରି ସୁନା,ନଗଦ ୧.୬୦ ହଜାର ଟଙ୍କା ଚୋରି କରିନେଇଥିବା ରବିବାର ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ନରାଜ ନିବାସୀ ରାମ ଚନ୍ଦ୍ର ପଣ୍ଡା, ପୁପ୍ସାଞ୍ଜଳି ପଣ୍ଡା ଓ ତାଙ୍କର ଏକମାତ୍ର ପୁଅକୁ ନେଇ ନରାଜ ହାଇସ୍କୁଲ ପାଖରେ ଘରକରି ରହୁଥିଲେ । ଗତ ତିନି ଦିନ ତଳେ ମା ଓ ପୁଅ ଏକ ସୁଧିକ୍ରିୟା କାମରେ ଚଣ୍ଡିଖୋଲ ଚାଲି ଯାଇଥିଲେ […]

କାରରେ ଆଣୁଥିଲେ ବାଣ,ଧରିଲା ପୋଲିସ

ବାରଙ୍ଗ, ୧୨।୧୦(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ସାନ ମୁଣ୍ଡଳି ନିକଟରୁ ଗୋଟିଏ ବେଆଇନ ବାଣ ବୋଝେଇ କାରକୁ ଜବତ କରିଛି ଗୋଡିସାହି ଫାଣ୍ଡି ପୁଲିସ। ଘଟଣାରୁ ପ୍ରକାଶ ଯେ ରବିବାର ସଂନ୍ଧ୍ୟାରେ ଆଠଗଡ଼ ତିଗିରିଆ ଅଂଚଳରୁ ବେଆଇନ ବାଣ ବୋଝେଇ କରି ବାରଙ୍ଗ ଅଭିମୁଖେ ଦୁଇଟି କାର ଆସୁଥିବାର ବିଶେଷ ସୂତ୍ରରୁ ଗୋଡିସାହି ଫାଣ୍ଡି ପୋଲିସ ଖବର ପାଇଥିଲା।ଏଥିପାଇ ପୋଲିସ ମୁଣ୍ଡଳି ବ୍ୟାରେଜ ନିକଟରେ ଛକି ବସିଥିଲେ। ପୁଲିସ ଗାଡ଼ିକୁ ଦେଖି ଓଡି ୦୨ବିପି ୫୧୯୭ ନମ୍ୱର […]

ବାଇକକୁ ଧକ୍କା ଦେଲା ଆମ ବସ

ବାରଙ୍ଗ, ୧୨।୧୦(ଏସଏସନିଉଜ)ବିବାଦର ପିଛା ଛାଡୁନଥିବା ଆମବସ ଧକ୍କାରେ ରବିବାର ଦିନ ଜଣେ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ବସ ଟି ଖସି ପଳାଇଥିବା ବେଳେ ସ୍ଥାନୀୟ ଲୋକ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ପ୍ରକାଶଯେ,ରବିବାର ଅପରାହ୍ନ ସାଢେ ୪ଟା ସମୟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା ପଦ୍ମନାଭନଗର ଛକ ନିକଟରେ ଓଆର ୦୫ଏଏଲ ୮୦୪୫ ନମ୍ୱର ବାଇକ ଯୋଗେ ଜଣେ ବାଇକ୍ ଚାଳକ ତ୍ରିଶୂଳିଆ ବଜାରରୁ ଗୋଡିସାହି ଅଭିମୁଖେ ଯାଉଥିଲେ।ଏହିସମୟରେ ପଛପଟୁ ଓଡି ୦୫ସିବି ୦୧୬୫ ନମ୍ୱର ଆମ […]

୯୦ଟି ମାଛକୁ କୋଟିଏ

ଜଳେଶ୍ୱର,୧୨।୧୦(ଏସଏସନିଉଜ)ଜାଲରେ ପଡ଼ିଲା ୧ କୋଟି ଟଙ୍କାର ୯୦ଟି ତେଲିଆ ଭୋଳା ମାଛ।ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ଭୋଳା ମାଛ।କୋଲକାତାର ଏକ ଫାର୍ମା କମ୍ପାନୀ ଏହି ମାଛକୁ ପ୍ରାୟ ୧ କୋଟିରେ କିଣିଛି।ଏହି ମାଛର ପିତ୍ତ ଓ ଅନ୍ୟାନ୍ୟ ଅଂଶ ଔଷଧ ତିଆରିରେ ବ୍ୟବହାର ହୋଇଥାଏ।

ଚୂଡ଼ଙ୍ଗଗଡ଼ ବାରଙ୍ଗମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କଟକ,୧୨।୧୦(ଏସଏସନିଉଜ)ଚୂଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବର ଅଷ୍ଟମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତିବୈଠକ ରବିବାର ନାରଣପୁରସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହୋତ୍ସବ କିଭଳି ଶାନ୍ତିଶୃଙ୍ଖଳା ତଥା ସରସସୁନ୍ଦର ହୋଇପାରିବ ଅନୁଷ୍ଠାନ ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ସମସ୍ତଂକର ସହଯୋଗ କାମନା କରି ଥିଲେ।ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ କର୍ମକର୍ତ୍ତାମାନେ ନିଜନିଜ ବକ୍ତବ୍ୟରେ ସମସ୍ତଙ୍କୁ ନେଇ ମହୋତ୍ସବକୁ ଏଥର ଆକର୍ଷଣୀୟ କରିପାରିବା ସେଥିପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ।ଏଥିରେ ତହସିଲଦାର ତୁଷାର ଜ୍ୟୋତିରଞ୍ଜନ, ବିଡିଓ ସ୍ୱାଗତ ଦାସ, […]

ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ

ଭୁବନେଶ୍ଵର,୧୨।୧୦(ଏସଏସନିଉଜ)ପାକିସ୍ତାନ ଉପରେ ଆଫଗାନିସ୍ତାନ ସେନାର ଭୟଙ୍କର ଆକ୍ରମଣ ହୋଈଛି।ତାଲିବାନ୍ ଓ ପାକ୍‌ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି।ଏଥିରେ ୧୨ ପାକିସ୍ତାନୀ ସୈନିକ ନିହତ ହୋଇଥିବାର ସୂଚନା ମିଲିଛି।କୁନାର ଓ ହେଲମାଣ୍ଡ ପ୍ରଦେଶ ସମେତ ଡୁରାଣ୍ଡ ସୀମାରେ ଯୁଦ୍ଧ ଜାରି ରହିଛି।ଆଫଗାନିସ୍ତାନ ସେନା କବ୍‌ଜାରେ ପାକିସ୍ତାନର ଅନେକ ଆଉଟପୋଷ୍ଟ ରହିଛି।ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତ୍ତିରେ ସୂଚନା ଦିଆଯାଇଛି।

ଓଲଟିଲା ସରକାରୀ ବସ

ଖଜୁରୀପଡା,୧୧।୧୦(ଏସଏସନିଉଜ)ଶୁକ୍ରବାର ବିଳମ୍ବିତ ରାତିରେ ସରକାରୀ ଯାତ୍ରୀବାହୀ ବସଟି ଯାତ୍ରୀ ନେଇଲାଞ୍ଜିଗଡରୁ କଟକ ଯାଉଥିଲା। ଖଜୁରୀପଡା ନିକଟସ୍ଥ ଗାଡିଆପଡା ଘାଟିରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଯାହାଫଳରେ ଢେଙ୍କାନାଳ ଜିଲ୍ଲା କହ୍ନେଇପାଳର ସୌମ୍ୟ ଦାସ ନାମକ ବସ୍‌ର କଣ୍ଡକ୍ଟରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ଏହାସହିତ ବସରେ ଥିବା ୧୫ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ବସ୍‌ଟି ଗାଡିଆପଡା ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଖବର ପାଇ ଖଜୁରୀପଡ଼ା ଥାନା ପୋଲିସ ଘଟଣାସ୍ଥଳରେ […]

କାମାକ୍ଷାନଗର ମାତିଛି ବାଘ

କାମାକ୍ଷାନଗର,୧୧।୧୦(ଏସଏସନିଉଜ)ଗତ କିଛିଦିନ ହେବ କାମାକ୍ଷାନଗର ଅଞ୍ଚଳରେ ଏକ ବାଘ ତାର ଉତ୍ପାତ ଆରମ୍ଭ କରିଛି।ବାଘଟିର ଆତଙ୍କରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଗତଦୁଇଦିନ ଧରି ବାଘଟି ଆତଙ୍କ ଖେଳାଇବା ସହ ଗାଈ ଓ ଷଣ୍ଢକୁ ଘୋଷାଡ଼ି ଆକ୍ରମଣ କରିବାକୁ ପଛାଇନାହିଁ।ଆଜି କନ୍ତାରିପାଟ ଗାଁ ଜଙ୍ଗଲରେ ବାଘଟି ଗୋଟେ ଷଣ୍ଢକୁ ଘୋଷାଡ଼ି ମାରିଦେଇଛି ।ବନବିଭାଗ ତୁରନ୍ତ ବାଘକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଲୋକେ ଦାବି କରିଛନ୍ତି।