Browsing category

ଜିଲ୍ଲା

ନନ୍ଦନକାନନ ଥାନାରେ ନୂଆ ଆଇଆଇସି

ବାରଙ୍ଗ,୨୦|୧୧ (ଏସଏସନିଉଜ)ନନ୍ଦନକାନନ ଥାନରେ ଯୋଗଦେଇଥିବା ନୂତନ ଥାନାଧିକାରୀଙ୍କୁ ବାରଙ୍ଗ ପ୍ରେସ କ୍ଲବ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନନ୍ଦନକାନନ ଥାନାର ନୂତନଥାନା ଅଧିକାରୀ ଭାବେ ବିଭୂତି ଭୂଷଣ ମୁଦୁଲି ବୁଧବାର ଦିନ ଯୋଗଦେଇଛନ୍ତି। ସେ ଗତ ଅକ୍ଟୋବର ମାସରେ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ। ପଦୋନ୍ନତି ପାଇବା ପୂର୍ବରୁ ସେ ପାହାଳ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ବୁଧବାର ଦିନ ନୂଆ ଥାନାଧିକାରୀ ଥାନାରେ ପହଞ୍ଚିବା ପରେ ଥାନା ପକ୍ଷରୁ ସ୍ବାଗତ କରାଯାଇଥିଲା। […]

ସାବଧାନ! ଗାଁ ଭିତରେ ବୁଲୁଛି ଦନ୍ତା

ବାଙ୍କୀ, ୨୦।୧୨(ଏସଏସନିଉଜ) ଚନ୍ଦକା ଅଭୟାରଣ୍ୟର ପାଦଦେଶରେ ଥିବା ଭଗିପୁର ଗ୍ରାମରେ ଏକ ଗୋଟିକିଆ ଦନ୍ତା ହାତୀର ଆତଙ୍କ ଦେଖାଦେଇଛି।ଯାହାଫଳରେ ଭୟରେ ଗ୍ରାମବାସୀ ମାନେ କାଳତୀପାତ କରୁଛନ୍ତି।ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ବିଳମ୍ବିତ ରାତି ୩ ଟା ସମୟରେ ଚନ୍ଦକା ଅଭୟାରଣ୍ୟରୁ ଗୋଟିକିଆ ଦନ୍ତା ହାତୀ ପ୍ରଥମେ କଟକ ବାଙ୍କୀ ମୁଖ୍ୟରାସ୍ତା ଉପରେ ଆତଙ୍କ ଖେଳାଇ ଥିଲା।ଏହାପରେ ଗ୍ରାମ ଭିତରକୁ ପଶି ଆସି ଉତ୍ପାତ ଆରମ୍ଭ କରିଥିଲା। ଦନ୍ତା ହାତୀର ଏଭଳି ଉତ୍ପାତ ଯୋଗୁଁ ସମ୍ପୂର୍ଣ୍ଣ ଗ୍ରାମବାସୀ ଭୟରେ […]

କୁଞ୍ଜବିହାରୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସେମିନାର

ଭୁବନେଶ୍ୱର,୧୮।୧୨(ଏସଏସନିଉଜ) ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟରେ ଗୁରୁବାରଦିନ ଇତିହାସ ବିଭାଗ ଦ୍ବାରାଏକବିଂଶ ଶତାବ୍ଦୀରେ ମହାତ୍ମାଗାନ୍ଧୀଂକର ପ୍ରାସଂଗିକତାକୁନେଇ ଏକ ରାଜ୍ୟସ୍ତରୀୟ ସେମିନାର ଆୟୋଜିତ ହୋଇଥିଲା। ଏହି ସେମିନାରରେ ଗାନ୍ଧୀବାଦୀ ଲେଖକ ଓ ପ୍ରଫେସର ଡକ୍ଟର ଖାରବେଳ ମହାନ୍ତି ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଂକୁ ଜଣେ ଯୁଗସ୍ରଷ୍ଟା ଭାବରେ ବର୍ଣ୍ଣିତ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଶେଖ୍ ନୈମୁଦ୍ଦିନ୍ ଙ୍କ ସଭାପତିତ୍ବରେ ଅନୁଷ୍ଟିତସଭାରେ ଇତିହାସ ବିଭିଗର ମୁଖ୍ୟ ସୁକାନ୍ତ କୁମାର ରାଉତ ସଭାର ଆଭିମୁଖ୍ୟ ବିଷୟରେ ସୂଚନାପ୍ରଦାନ କରିଥିଲେ। ଅଧ୍ୟାପକ ପ୍ରଶାନ୍ତ […]

ଖଣି ବିଭାଗ ପାଉନାହି ,ପୋଲିସ ଧରୁଛି ବାଲି ଗାଡି

କଟକ,୧୮।୧୨(ଏସଏସନିଉଜ)ବାଲି ଓ ମୋରମର ଚୋରା ଚାଲାଣର ପେଣ୍ଠସ୍ଥଳ ଏବେ ପାଲଟିଛି ବାରଙ୍ଗ ଅଞ୍ଚଳ।ରାତି ହେବା ମାତ୍ରେ ମାଫିଆ ମାନେ ସକ୍ରିୟ ହୋଇଉଠୁଛନ୍ତି।ସ୍ଥାନୀୟ କୁଜିନେତାମାନଙ୍କୁ ହାତରେ ରଖି ବେଶ୍ ଲାଭବାନ ହେଇଥିବା ବେଳେ  ସରକାରଙ୍କ ରାଜସ୍ବ ହାନି ହେବାରେ ଲାଗିଛି।ସବୁଠାରୁ ବଡକଥା ହେଲା ଖଣି ବିଭାଗ ଏସବୁର ଟେର ପାଉନଥିବା ବେଳେ ପୋଲିସ ବାଲି ମାଫିଆଙ୍କୁ ସାବାଡ କରିବାରେ ଲାଗିଛି।ବୁଧବାର ବିଳମ୍ବିତ ରାତିରେ ୯ଟି ବାଲି ବୋଝେଇ ଗାଡ଼ିକୁ ଜବତ କରିଛି ବାରଙ୍ଗ ଥାନା ପୋଲିସ। ପ୍ରକାଶଯେ,ବୁଧବାର ବିଳମ୍ବିତ […]

ଚନ୍ଦକା ଜଙ୍ଗଲରେ ବୁଲୁଛି ଆହତ ଦନ୍ତା

ଭୁବନେଶ୍ୱର,୧୮।୧୨(ଏସଏସନିଉଜ) ଚନ୍ଦକା ଡମପଡା ଅଭୟାରଣ୍ୟର ଭାଲୁଙ୍କା ଗ୍ରାମ ନିକଟ ଜଙ୍ଗଲରେ ବୁଲୁଛି ଏକ ଆହତ ଦନ୍ତାହାତୀ। ବୁଧବାର ସନ୍ଧ୍ୟାରେ ଦନ୍ତାଟି ଭାଲୁଙ୍କାଗ୍ରାମ ନିକଟ ଜଙ୍ଗଲରେ ବୁଲୁଥିବାର କେତେକ ଗ୍ରାମ ବାସୀ ଦେଖିବାକୁ ପାଇଥିଲେ।ଫସଲ ନଷ୍ଟ କରିବା ଉଦେଶ୍ୟରେ ହାତୀଟି ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରି ସଂଗବଧ ହୋଇ ଦନ୍ତାକୁ ଘଉଡ଼େଇବା ପାଇ ସ୍ଥାନୀୟ ଲୋକମାନେ ଚେଷ୍ଟା କରିଥିଲେ। ଟର୍ଚ୍ଚଲାଇଟ ମାରି ହୋହହ୍ଲା କରିଥିଲେ ମଧ୍ୟ ଦନ୍ତାହାତୀଟି ସେଠାରୁ ଅଳ୍ପ ବାଟ ଯାଇଥିଲେ ମଧ୍ୟ ଦୂରକୁ ଯାଇପାରିନଥିଲା।ହାତୀଟିର […]

ନାବାଳିକାକୁ ଅପହରଣ କରି ବନ୍ଧା ହେଲେ ଯୁବକ 

କଟକ,୧୮।୧୨(ଏସଏସନିଉଜ)ଜଣେ କଲେଜପଢୁଆ  ନାବାଳିକାଙ୍କୁ ଅନଲାଇନ୍ ଚାଟିଂରେ ପ୍ରେମ କରି ଅପହରଣ କରିନେବା ଅଭିଯୋଗରେ  ପୋଲିସ ଜଣେ ଯୁବକଙ୍କୁ ଗିରଫକରି ଗୁରୁବାର କୋର୍ଟଚାଲାଣ କରିଛି।  ଅଭିଯୁକ୍ତ ଜଣକ ହେଉଛନ୍ତି ବାଲେଶ୍ବରଜିଲ୍ଲା ସୋର ପଥରପେଣ୍ଠ ଅଞ୍ଚଳର ଶକ୍ତିମଲ୍ଲିକ।ଶକ୍ତି ବାରଙ୍ଗ ଅଞ୍ଚଳରେ ଥିବା ଏକ କଲେଜ ପଢୁଆ ନାବାଳିକାକୁ ଅନଲାଇନ୍ ଚାଟିଂରେ ପ୍ରେମସମ୍ପର୍କ ବଢ଼ାଇଥିଲା।ପରେ ନାବାଳିକା ଜଣଙ୍କ ପରିବାରର ବିନା ସମର୍ଥନରେ ବିବାହ ପାଇ ରାଜି ନହେବାରୁ ତାକୁ ଅପହରଣ କରିନେଇ ବାର ନାବାଳିକା ପରିବାର ପକ୍ଷରୁ ଚଳିତମାସ ୧ତାରିଖରେ ବାରଙ୍ଗ […]

ହୋଟେଲରେ ବଚସା ,ଘରେଆକ୍ରମଣ

ଭୁବନେଶ୍ୱର,୧୪।୧୨(ଏସଏସନିଜଉ) ହୋଟେଲରେ ଖାଇବାକୁ ନେଇ ହୋଟେଲ କର୍ମଚାରୀ ସହ ପ୍ରଥମେ ବଚସା ।ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଥିଲା । ହେଲେ ରାଗ ସୁଜିନଥିଲା । ଯାହାଫଳରେ ଜଣେ ଯୁବକ ଖାଇବାକୁ ଆସିଥିବା ଗ୍ରାହକ ଘରେ ପଶି ଆକ୍ରମଣ କରିଥିଲେ । ଏଭଳି ଘଟଣା ଚନ୍ଦକାଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।ସୂଚନା ଯୋଗ୍ୟ ଯେ ,ପୁରୀ ନିମାପଡ଼ା ଅଞ୍ଚଳର ତାପସ ପ୍ରଧାନ ୩୨ ଓ ରାକେଶ କୁମାର ପ୍ରଧାନ ୨୮ ଦୁଇଭାଇ ଚନ୍ଦକାଥାନା ଦାସପୁରରେ ଭଡା […]

ଆସିଲା ମାଛେଉଣ୍ଡ ହାତୀଛୁଆ

ଭୁବନେଶ୍ୱର,୧୪।୧୨(ଏସଏସନିଜଉ)ଚନ୍ଦକା ଅଭୟାରଣ୍ୟରକୁ ରବିବାର ସଂଧ୍ୟାରେ କେଉଁଝରରୁ ୪ ମାସର ଗୋଟିଏ ଅଣ୍ଡିରା ହାତୀଛୁଆ ଉଦ୍ଧାର ହୋଇ ଆସିଛି। ଅଣ୍ଡିରା ହାତୀ ଛୁଆ ଟି ଜଙ୍ଗଲରେ ମାସହ ବୁଲୁଥିବା ବେଳେ ମା ହାତୀଠାରୁ ଛୁଆ ହାତୀଟି ଅଲଗା ହୋଇଯାଇଥିଲା। ଛୁଆ ହାତୀଟି ମାଛେଉଣ୍ଡ ହୋଇ କେଉଁଝର ବିଜେପି ରେଞ୍ଜ ନିକଟରେ ଏଣେତେଣେ ବୁଲୁଥିଲା। ବନ କର୍ମଚାରୀମାନେ ହାତୀ ଛୁଆଟିକୁ ଚଳିତ ମାସ ୧ ତାରିଖରେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଜାରି ରଖିଥିଲେ । ଛୁଆ ହାତୀଟି ଟିକେ […]

ଟିକିବାବାଙ୍କୁ ଡ଼ା. ଆମ୍ବେଦକର ବିଶିଷ୍ଟ ସେବା ଜାତୀୟ ପୁରସ୍କାର

ଭୁବନେଶ୍ୱର,୧୪।୧୨(ଏସଏସନିଉଜ)ଓଡ଼ିଶା ପାଇଁ ଗର୍ବ ଏବଂ ଦେଶ ପାଇଁ ପ୍ରେରଣା ସ୍ୱର, ଡ଼ା. ଶ୍ରୀ ଶ୍ରୀ ଶ୍ରୀ ଟିକି ବାବାଙ୍କୁ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ ପକ୍ଷରୁ ପ୍ରତିଷ୍ଠିତ ଡ଼ା. ଆମ୍ବେଦକର ବିଶିଷ୍ଟ ସେବା ଜାତୀୟ ପୁରସ୍କାର–୨୦୨୫ରେ ସମ୍ମାନିତ କରାଯାଇଛି।ଏହି ଜାତୀୟ ସମ୍ମାନ ଡ଼ା. ଟିକି ବାବାଙ୍କ ଆଜୀବନ ନିଷ୍ଠାପୂର୍ଣ୍ଣ ସାମାଜିକ ସେବା, ସାଂସ୍କୃତିକ ଜାଗରଣ ଏବଂ ସାହିତ୍ୟିକ ଅବଦାନ ପାଇଁ ପ୍ରଦାନ କରାଯାଇଛି। ଦଳିତ, ଆଦିବାସୀ, ଶୋଷିତ ଓ ଅବହେଳିତ ସମାଜର ଅଧିକାର ସୁରକ୍ଷା ଓ […]

ଯୁବତୀଙ୍କୁ ବ୍ଲାକମେଲ କରି ବନ୍ଧା ହେଲେ ରସିକିଆ ଯୁବକ

କଟକ,୧୩।୧୨(ଏସଏସନିଉଜ)ଯୁବତୀଙ୍କୁ ବ୍ଲାକ ମେଲ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି।ଯୁବକକୁ ଗିରଫ କରିଛି ସାଇବରଥାନା ପୋଲିସ। ବାରଙ୍ଗ ବେଲଗଛିଆ ଅଞ୍ଚଳର ମନୋଜ କୁମାର ଦାସ ଗିରଫ ହୋଇଥିବା ବେଳେ ଦୁଇଟି ମୋବାଇଲ ଫୋନ୍ ଜବତ୍ କରିଛି ସାଇବର ଥାନା ପୋଲିସ। ଜଣେ ଯୁବତୀଙ୍କୁ ଅଶ୍ଳୀଳ ଫଟ ପଠାଇ ଗାଳିଗୁଲଜ କରିବା ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ଗିରଫ ଅଭିଯୁକ୍ତ। ରାଜି ନହେଲେ ଯୁବତୀଙ୍କ ନଗ୍ନଫଟ ଭାଇରାଲ କରିବା ସହିତ ଛପାଇ ଗାଁ […]