ପଲ୍ୟୁସନ ସାର୍ଟିଫିକେଟ ଯନ୍ତ୍ରଣା
ଭୁବନେଶ୍ୱର,୨୯ା୧୨(ଏସଏସନିଉଜ)ଓଡ଼ିଶାରେ ସବୁଜ ଷ୍ଟିକର ଏବଂପଲ୍ୟୁସନ ପ୍ରମାଣପତ୍ର ଯନ୍ତ୍ରଣାକୁ ଦୃଢ଼ ବିରୋଧ କରି ତୁରନ୍ତ ଏସବୁ ବନ୍ଦ କରିବାକୁ ସୋମବାର ପରିବହନସଚିବ ଉଷା ପାଢୀଙ୍କୁ ଖାରବେଳଭବନରେ ଭେଟି ଦାବୀ ଜଣାଇଛି ଆମ ଜନତା ଅଧିକାର । ସଂଗଠନର ଆବାହକ ମନୋଜ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଭେଟି ଆଲୋଚନା କରିଥିଲେ ।ବିଶେଷକରି ନିମ୍ନ ଏବଂ ମଧ୍ୟବିତ୍ତ ପରିବାରମାନେ ଦୈନନ୍ଦିନ ଯାତାୟାତ ଏବଂ ଜୀବିକାପାଇଁ ବ୍ୟକ୍ତିଗତ ଯାନବାହନ ଉପରେ ନିର୍ଭର କରିଥାନ୍ତି । ଫେବୃଆରୀରୁ ସମସ୍ତ ଯାନବାହନ ପାଇଁ ସବୁଜଷ୍ଟିକର […]